ରାଜଧାନୀ ଉପକଣ୍ଠ ଦୂର୍ଗାପୁରପାଟଣା ଗାଁରେ ରେକର୍ଡ ମତଦାନ ୯୩%

0
  • ବୁଥ୍ 11-93%
  • ବୁଥ୍ 12-86%

ଭୁବନେଶ୍ୱର,//TATKAL ODISHA//

ରାଜଧାନୀ ଉପକଣ୍ଠ ବାସୁଆଘାଇ ପଞ୍ଚାୟତ ଅନ୍ତର୍ଗତ ଦୂର୍ଗାପୁରପାଟଣା ଗାଁରେ ରେକର୍ଡ ମତଦାନ ୯୩ ପ୍ରତିଶତ ରହିଛି । ଦୁଇଟି ତାହା ଥିବା ଏହି ଗାଁରେ ବୁଥ୍ ନଂ 11ରେ ତାହା ହୋଇଛି I

ହେଲେ ବୁଥ୍ ନମ୍ବର 12ରେ 86% ମତଦାନ ହୋଇଛି I

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ଭୋଟରେ ସାରାରାଜ୍ୟରେ 73% ମତଦାନ ହୋଇଛି I

12 ନଂ ବୁଥ୍ ପାଇଁ ମତଦାନ

 ମିଳିଥିବା ସୂଚନାନୁସାରେ ଦୂର୍ଗାପୁରପାଟଣା ଗାଁରେ ଦୁଇଟି ବୁଥ୍ ୧୧ ଓ ୧୨ ରହିଛି ।

ବୁଥ୍ ନମ୍ବର ୧୧ରେ ମୋଟ୍ ଭୋଟର ତାଲିକାରେ ୩୭୮ ଥିବାବେଳେ ମତଦାନ ହୋଇଛି ୩୪୮ । ଅର୍ଥାତ ଭୋଟ୍ ହାର ୯୩% ରହିଛି । ସେହିପରି ବୁଥ୍ ନଂ ୧୨ରେ ଭୋଟର ତାଲିକାରେ ମୋଟ୍ ୨୯୬ ରହିଛି ।

ହେଲେ ୯ ଜଣ ମୃତ୍ୟୁବରଣ କାରଣରୁ ଚୂଡ଼ାନ୍ତ ତାଲିକାରେ ୨୮୭ ରହିଛି । ଏମାନଙ୍କ ମଧ୍ୟରୁ ୨୪୮ ଭୋଟର ନିଜର ମତ ସାବ୍ୟସ୍ତ କରିଛନ୍ତି । ତେବେ ଭୋଟ୍ ପରେ ଭୋଟ୍ ବାକ୍ସଗୁଡ଼ିକ କଡ଼ା ସୁରକ୍ଷା ଭିତରେ ଭୁବନେଶ୍ୱର ବ୍ଲକ୍ ଅନ୍ତର୍ଗତ ଷ୍ଟ୍ରଙ୍ଗରୁମ୍‌କୁ ଯାଇଛି ।

Leave A Reply

Your email address will not be published.