ବନ୍ଧାପଡ଼ିଛି ଅସ୍ମିତା, ସ୍ୱାଭିମାନ? ରାଜଧାନୀର ଛାତି ଉପରେ ବ୍ୟାସକବି ଫକୀର ମୋହନଙ୍କୁ ଅସମ୍ମାନ

0

-ବାଲେଶ୍ଵର ସମେତ ସାରା ରାଜ୍ୟରୁ ତେଜିଲା ପ୍ରତିବାଦର ସ୍ବର

  • ଭୁବନେଶ୍ୱର, ବାଲେଶ୍ୱର // TATKAL ODISHA//

ଓଡ଼ିଆ ଭାଷା ସାହିତ୍ୟର ଯୁଗପୁରୁଷ, କଥା ସମ୍ରାଟ ତଥା ବ୍ୟାସ କବି ଫକୀର ମୋହନଙ୍କୁ ପୁଣି ଥରେ ଅସମ୍ମାନ କରାଯାଇଛି I କ୍ରମାଗତ ଭାବେ ଏଭଳି ଜଣେ ମହାପୁରୁଷଙ୍କ ପ୍ରତି ଅସମ୍ମାନ ଅକ୍ଷମଣୀୟ I ଫଳରେ ତମାମ ଓଡ଼ିଆ ଭାଷାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି। ପ୍ରତିବାଦର ସ୍ବର ଅଧିକ ଶାଣିତ ହୋଇଛି କଥାକାରଙ୍କ ଜନ୍ମପୀଠ ବାଲେଶ୍ଵର ମାଟିରୁ

ହେଲେ ‘ଓଡ଼ିଆ ଅସ୍ମିତା’କୁ ଗୁରୁତ୍ୱ ଦେଉଥିବା ଓଡ଼ିଶା ସରକାରଙ୍କ ରାଜ୍ୟ ଭାଷା, ସଂସ୍କୃତି ବିଭାଗ ବା ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ କିଛି ବି ପଦକ୍ଷେପ ନ ନେବା ଘଟଣାକୁ ଆହୁରି ରହସ୍ୟମୟ କରିଦେଇଛି I ଏହି ଅଭିଯୋଗ କରି କିଛି ସାହିତ୍ୟିକ କହିଛନ୍ତି, ଏବେ ବନ୍ଧା ପଡ଼ିଛି ଅସ୍ମିତା ଓ ସ୍ୱାଭିମାନ??..

ସୂଚନାନୁସାରେ ଓଡ଼ିଶା ସରକାରଙ୍କ ଭାଷା ଓ ସଂସ୍କୃତି ବିଭାଗ ଦ୍ୱାରା ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟଫାଟକ ପାର୍ଶ୍ଵରେ ନିର୍ମିତ ହୋଇଥିଲା ଫକୀର ମୋହନଙ୍କ ପୂର୍ଣ୍ଣବୟବ ପ୍ରତିମୂର୍ତ୍ତିI ହେଲେ ଏହି ମହାମାନବଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏକ ବିରାଟକାୟ ଏକ ବହି ଧରିଥିବା ନାରୀ ମୁହାଁ ‘ଭାସ୍କର୍ଯ୍ୟ’ ନିର୍ମାଣ କରାଯାଉଛି I ଏଭଳି ସ୍ଥିତି ହୋଇଛି ଯେ, ବ୍ୟାସକବି ଫକୀର ମୋହନଙ୍କର ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି ଦୃଶ୍ୟମାନ ହେଉନାହିଁ I

” ବ୍ୟାସକବିଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏକ ବିରାଟକାୟ ଏକ ବହି ଧରିଥିବା ବିଚିତ୍ର ନାରୀ ମୁହାଁ ‘ଭାସ୍କର୍ଯ୍ୟ’ ନିର୍ମାଣ କରାଯାଉଛି I ଏଥିଯୋଗୁଁ ଫକୀର ମୋହନଙ୍କର ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି ଦୃଶ୍ୟମାନ ହେଉନାହିଁ I ତାହା ନିଶ୍ଚିତ ଭାବରେ ଦୁଃଖର ବିଷୟ”..

କେମିତି ଏଭଳି ନିଷ୍ପତ୍ତି ନିଆଗଲା? କାହା ଦ୍ୱାରା କରାଗଲା? କିଏ ଏଥିପାଇଁ ଦାୟୀ? ତାକୁ ନେଇ ଉଠିଛି ପ୍ରଶ୍ନ I

ଘଟଣା ସାମ୍ନାକୁ ଆସିବା ପରେ ବାଲେଶ୍ୱର ସମେତ ସାରା ଓଡିଶାର ପ୍ରତି କୋଣରୁ ପ୍ରତିବାଦର ସ୍ୱର ଉଠିଛି । ଭୁବନେଶ୍ୱରରେ ଥିବା ‘ଓଡ଼ିଆ ଜାତୀୟ ସମ୍ମିଳନୀ’ ଉକ୍ତ ମୂର୍ତ୍ତିକୁ ତୁରନ୍ତ ହଟାଇବାକୁ ଦାବି କରିଛି I
ବାଲେଶ୍ଵର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂସ୍ଥା ‘ବାଲେଶ୍ଵର ସାହିତ୍ୟ -ସଂସ୍କୃତି-କଳା ପରିଷଦ ଏବଂ ସୃଜନାକ୍ଷରର ସଭ୍ୟମାନେ ଏତାଦୃଶ ଘଟଣାର ନିନ୍ଦା କରିଛନ୍ତି ।

ବିଶେଷକରି ଓଡ଼ିଶାର ଅନ୍ୟତମ ବରିଷ୍ଠ ସାହିତ୍ୟିକ
ଡ. ରାଧାରଂଜନ ପଟ୍ଟନାୟକଙ୍କ ସମେତ, ଡ. ବଂଶୀଧର ଚୌଧୁରୀ, କବି କୃଷ୍ଣ କୁମାର ମହାନ୍ତି, ସମାଜ ସେବୀ ପ୍ରସନ୍ନ କୁମାର ପାତ୍ର, ଡା. ଅଭିମନ୍ୟୁ କାନୁନଗୋ, କଥାକାର ଉଦୟ ନାରାୟଣ ଦାସ, ସାହିତ୍ୟିକ ସମୀର ଆଚାର୍ଯ୍ୟ ପ୍ରମୁଖ ଅନେକ ବ୍ୟକ୍ତି ଏକ ମିଳିତ ଭାବେ ବିରୋଧ କରିଛନ୍ତି I ସେମାନେ କହିଛନ୍ତି ଯେ, ଯୁଗଜନ୍ମା ଫକୀର ମୋହନଙ୍କ ନ୍ୟୂନ କରି ଭାସ୍କର୍ଯ୍ୟ ନାମରେ ଏଭଳି କୁତ୍ସିତ ମାନସିକତା ରଖିବା ଆଦୌ ଗ୍ରହଣଯୋଗ୍ୟ ନୁହେଁ I ଓଡ଼ିଆ ଭାଷାର ରକ୍ଷା କର୍ତ୍ତାଙ୍କୁ ଏଭଳି ଅସମ୍ମାନ କରିବା ବ୍ୟକ୍ତି ଓ ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ।

ସାହିତ୍ୟିକମାନେ କହିଛନ୍ତି…

  • ଯେଉଁ ମଣିଷଟି ମୁର୍ମୁଷୁ ଓଡ଼ିଆ ଭାଷା ପ୍ରାଣରେ ଅମ୍ଳଜାନ ଭରିଛନ୍ତି ,ଯିଏକି ଓଡ଼ିଆ କଥା ସାହିତ୍ୟର ରେନେସାର ପ୍ରବର୍ତ୍ତକ ,ତାଙ୍କ ପ୍ରତି ଏଭଳି ଅସମ୍ମାନ କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି ।ଫକୀର ମୋହନ କେବଳ ବାଲେଶ୍ଵରରେ ନୁହେଁ ବରଂ ସମଗ୍ର ଭାରତ ବର୍ଷରେ ଜଣେ ଅଦ୍ୱିତୀୟ ସ୍ରଷ୍ଟା ।
  • ସେ ଥିଲେ ବୋଲି ଆମେ ଆଜି ଓଡ଼ିଆ ବୋଲି ଗର୍ବ ଅନୁଭବ କରୁଛୁ ।ତେବେ ଏପରି ସ୍ଥଳେ ତାଙ୍କର ଦାୟାଦ ହୋଇ ଆମେ କେଉଁ ଅସ୍ମିତାର କଥା କହୁଛୁ ବୋଲି ସଭିଏଁ ପ୍ରଶ୍ନ ରଖିଛନ୍ତି । ଏଇ ଅସ୍ମିତା ଶବ୍ଦ ହିଁ ଗୋଟିଏ ୨୪ବର୍ଷର ସରକାର ର ପତନର କାରଣ ହେଲା ।
  • ମାତ୍ର ଅସ୍ମିତାର ଟେକ ରଖିବା ପାଇଁ ଯେଉଁମାନେ ଶାସନ କ୍ଷମତାରେ ଅଛନ୍ତି ,ସେମାନଙ୍କ ଆଖିଆଗରେ ବାଣୀ ବିହାର ବାଣୀପୀଠରେ ବାଣୀପୁତ୍ରଙ୍କ ପ୍ରତି ଏଭଳି ଅସମ୍ମାନକୁ ବରଦାସ୍ତ କାରାଯିବ ନାହିଁ ।

ଯଥାଶୀଘ୍ର କଥା ସମ୍ରାଟ ଫକୀର ମୋହନଙ୍କ ପ୍ରତିମୂର୍ତ୍ତି ସମ୍ନାରୁ ନିର୍ମାଣ କରାଯାଇଥିବା ଭାସ୍କର୍ଯ୍ୟର ମୂର୍ତ୍ତିକୁ ସ୍ଥାନାନ୍ତର କରାଯାଉ ଦାବି ହୋଇଛି I ଏନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ,ସଂସ୍କୃତି ତଥା ଶିକ୍ଷା ମନ୍ତ୍ରୀ ମାନନୀୟ ସୂର୍ଯ୍ୟବଂଶୀ ସୂରଜଙ୍କର ଦୃଷ୍ଟି ଆକର୍ଷଣ କରିବା ସହ ଯେଉଁମାନେ ଧାରାବାହିକ ଭାବେ ଫକୀର ମୋହନଙ୍କ ପ୍ରତି ଅସଦାଚର ପ୍ରଦର୍ଶନ କରିଛନ୍ତି ,ସେମାନଙ୍କ ପ୍ରତି ଦଣ୍ଡ ବ୍ୟବସ୍ଥା ହେଉ ବୋଲି ଦାବି ଦୋହରାଯାଇଛି।

ହେଲେ ସରକାର କି ପଦକ୍ଷେପ ନେଉଛନ୍ତି ଦେଖିବା କଥା I

Leave A Reply

Your email address will not be published.