ରାଜଧାନୀରେ 100 କୋଟି ଟଙ୍କାର ଜମି କେଳେଙ୍କାରୀ ?: ଫିଟୁଛି ଗୁମର-(2)

0
  • ଭୁତଳ ଜଳ ହ୍ରାସ, ଜୈବ ବିବିଧତାର ଅସନ୍ତୁଳନ ପାଇଁ ହାଇକୋର୍ଟଙ୍କ ରହିଛି ଐତିହାସିକ ରାୟ
  • ସବୁ ନିୟମକୁ ବେଖାତିର କରି ବଡ଼ ବାବୁ-ସାନ ବାବୁ ବେସରକାରୀ ସଂସ୍ଥାକୁ ଟେକିଦେଲେ ‘ରେଡ ଜୋନ’ର ଜମି
  • କୋର୍ଟ ନିର୍ଦେଶ ମୁତାବକ ସବୁ ଜିଲ୍ଲାପାଳଙ୍କୁ ଆରଡିସି ଦେଇଥିଲେ ଚିଠି
  • କେଉଁ ମନ୍ତ୍ରୀଙ୍କ ସୁପାରିଶରେ ସାନ ବାବୁ କରୁଛନ୍ତି ରାଜ?
  • କଟକ, ଭୁବନେଶ୍ୱର,ଖୋର୍ଦ୍ଧା // TATKAL ODISHA // SUPER EXCLUSIVE //

ଭୁବନେଶ୍ୱର ତହସିଲର କରିତକର୍ମା ବାବୁଙ୍କ ପ୍ରାୟ ଶହେ କୋଟି ଜମି କାରନାମାର ଗୁମର ଧୀରେ ଧୀରେ ଖୋଲୁଛି I

TATKAL ODISHA ଅନୁସନ୍ଧାନରୁ ପୁଣି ଜାଣିବାକୁ ପାଇଛି ଯେ, ରାଜଧାନୀସ୍ଥ ପାଣ୍ଡରା ମୌଜା ଖାତା ନମ୍ବର 120,ପ୍ଲଟ ନମ୍ବର 2576,ରକଵା ଏକର 01.0600 ଡେସିମାଲ ପରିମିତ ଜଳାଶୟକୁ ଘରବାଡି କିସମକୁ ପରିବର୍ତ୍ତନ କରିବା ପଛରେ ଯେଉଁ ରହସ୍ୟ ରହିଛି ତାହା ଶୁଣିଲେ ପାଦ ତଳୁ ମାଟି ଖସି ଯିବ I 

    ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟରେ ଜଳାଶୟ କିସମ ଜମିକୁ ବେଧଡକ ପୋତି ଘର କରୁଥିବା ଉପରେ ରୋକ ଲଗାଇବା ପାଇଁ ଏକ ଜନସ୍ୱାର୍ଥ ସମ୍ବଳିତ ଦାଏର ହୋଇଥିଲା I ଉଚ୍ଚ ନ୍ୟାୟାଳୟ ସରକାର ଓ ଆବେଦନକାରୀଙ୍କ ପକ୍ଷ ଶୁଣାଣି କରି ଜଳାଶୟ ପୋତି ଘର କରିବା ଦ୍ବାରା ଭୁତଳ ଜଳ ହ୍ରାସ ଏବଂ ଜୈବ ବିବିଧତାର ଅସନ୍ତୁଳନ ହେଉଥିବା  ହୃଦବୋଧ କରି ଐତିହାସିକ ରାୟ ଦେଇଥିଲେ I ଏହା ଉପରେ ତୁରନ୍ତ  ଅଙ୍କୁଶ ଲଗାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ବି ଦେଇଥିଲେ I 

ଦେଖନ୍ତୁ…”ଜଳାଶୟ ଜମିର କିସମ ପରିବର୍ତ୍ତନ ରୋକ ପାଇଁ ହାଇକୋର୍ଟଙ୍କ ରାୟ ମୁତାବକ ରାଜସ୍ୱ ବିଭାଗ ପକ୍ଷରୁ କିପରି ସବୁ ଆରଡିସିଙ୍କୁ ଦିଆଯାଥିଲା ଚିଠି… କେମିତି କମିଟି ଗଠନ ହୋଇଥିଲା ? ତାର କେମିତି ଖୋଲା ଉଲ୍ଲଘଂନ ହୋଇଛି.??”..

କୋର୍ଟ କହିଥିଲେ, ଯଦି ଜଳାଶୟକୁ ଘରବାଡ଼ି କରାଯିବ ତାହେଲେ ଆରଡିସିଙ୍କ ଅନୁମୋଦନ ପରେ କରାଯିବ I ଆରଡିସି ଅନୁମୋଦନ ପୂର୍ବରୁ ଉପ – ଜିଲ୍ଲାପାଳସ୍ତରୀୟ କମିଟି ଯାଞ୍ଚ କରିବ ଏବଂ ଜିଲ୍ଲାପାଳସ୍ତରୀୟ କମିଟି ପ୍ରସ୍ତାବକୁ ଯାଞ୍ଚ କରି ସୁପାରିଶ କରିବ I କମିଟିରେ ବିଭିନ୍ନ ବିଶେଷଜ୍ଞ ରହିବେ I

ସେହି ନିର୍ଦ୍ଦେଶନାମା ମୁତାବକ ସରକାର ସମସ୍ତ କମିଟି ଗଠନ କରି ନିର୍ଦ୍ଦେଶନାମା ଜାରି କଲେ I 

 ମାତ୍ର ଖୋଦ ରାଜଧାନୀର ଛାତି ଉପରେ ବସି ବଡ଼ ବାବୁଙ୍କ ବାହୁଛାୟା ତଳେ ରହି ସାନ ବାବୁ ଉଚ୍ଚ ନାୟାଳୟ  ଏବଂ ସରକାରଙ୍କ ନିର୍ଦ୍ଦେଶନାମାକୁ ବେଖାତିର କରି ନିଜେ ସବୁ କରିଦେଲେ I ଏହି ସବୁ କେଳେଙ୍କାରୀ ଖୋଲାଖୋଲି ଚାଲିଥିଲେ ବି ସରକାର କିଛି ପଦକ୍ଷେପ ନେଇ ନଥିଲେ I

ଫଳରେ କୁଆଖାଇ ନଦୀ ପଠାରେ  ପ୍ରାୟ 100 କୋଟି ଟଙ୍କାର ମୂଲ୍ୟର ସମ୍ବେଦନଶୀଳ ରେଡ ଜୋନ ( RED ZONE)  ଥିବା ସରକାରୀ ଜମିଙ୍କୁ ବେସରକାରୀ ସଂସ୍ଥା ହାତରେ ଟେକିଦେଲେ I  

  ଓଡିଶାର ବୁଦ୍ଧିଜୀବୀ ଏବଂ ଭାରତ, ଭାରତ ବାହାରେ ରହୁଥିବା ଓଡ଼ିଆ ପ୍ରେମୀ ବୁଦ୍ଧିଜୀବି ଏହା ଶୁଣି ହତଚକିତ ଏବଂ ସ୍ତବ୍ଧ ହୋଇ ଯାଇଛନ୍ତି I ସେମାନେ ବିଶ୍ୱାସ କରିପାରୁନାହାନ୍ତି ଯେ ପୃଥିବୀ ପୃଷ୍ଟରେ ଏପରି ରକ୍ତ ମାଂସ ଧରି ମଣିଷ, ମଣିଷରୁ ବାବୁ ବନି ଯାଇ ଏପରି କ୍ଷମତାର ଅପବ୍ୟବହାର କରିବାର ଦୁଃସାହସ କରିପାରିବେ I

 ପାୱାର କରିଡରରୁ ଯାହା ଶୁଣାଯାଉଛି, ପୂର୍ବ ସରକାରଙ୍କ ଗେଲ୍ହା ପୁଅ(କେଳେଙ୍କାରୀ ବାବୁ ) ଏବର ନୂଆ ସରକାରଙ୍କ ବି ସମାନ ଗେଲ୍ହା ଅଧିକାରୀ ହୋଇଛନ୍ତି I  ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଓ ପୂର୍ବ ବଡ଼ ବାବୁଙ୍କ ସୁପାରିଶରେ ସେ କୁଆଡ଼େ ତହସିଲରେ  ଅବସ୍ଥାପିତ  ହୋଇଛନ୍ତି I 

ପ୍ରଶ୍ନ ଉଠୁଛି..

– କେମିତି ହେଉଛି ସମ୍ଭବ? 

 – କିଏ ସେ ସାନ ବାବୁ? ତାଙ୍କୁ ଏତେ ଅନୁଗ୍ରହ କାହା ସ୍ୱାର୍ଥରେ ? 

– ଜମି କେଳେଙ୍କାରୀ ବେଳେ ଜଳସମ୍ପଦ, ରାଜସ୍ବ ବିଭାଗର କେଉଁମାନେ ସଚିବ ଥିଲେ?

 ବଡ଼ ପ୍ରଶ୍ନ ହେଉଛି, ଜଳାଶୟ ଭଳି ନିଷିଦ୍ଧାଞ୍ଚଳ ଜମିର କିସମ ପରିବର୍ତ୍ତନ କରି ମେଡିକାଲ ସଂସ୍ଥା ଯେତେବେଳେ ଉକ୍ତ ଜମିରେ ଅଟ୍ଟାଳିକା ତିଆରି ହେଲା, ସେତେବେଳେ ଭୁତଳ ବିଭାଗ, ଜୈବ ବିବିଧତା ବଜାୟ ରଖିବା ବିଭାଗର ମନ୍ତ୍ରୀ, ସଚିବ କଣ ପାଇଁ ନିରବରେ ବସିପଡିଲେ? ଅନେକ ଅସମାହିତ ପ୍ରଶ୍ନର ଉତ୍ତର କିଏ ଦେବ ? 

ଏଭଳି ପ୍ରଶ୍ନର ଉତ୍ତର ରାଜ୍ୟର ସାଧାରଣ ଜନତା ଜାଣିବାର ଅଧିକାର ରହିଛି I TATKAL ODISHA ରାଜ୍ୟର ସ୍ୱାର୍ଥ ପାଇଁ ଏହା ଉପରେ ଫୋକସ କରିଛି I ତେଣୁ ରାଜ୍ୟ ସରକାର ଭିଜିଲାନ୍ସ ଦ୍ୱାରା ତୁରନ୍ତ ତଦନ୍ତ କରି ସମ୍ପୃକ୍ତ ବଡ଼ ବାବୁ ଓ ସାନ ବାବୁଙ୍କ ଅସଲ ଗୁମର ଖୋଲିବା ଜରୁରୀ I 

(କ୍ରମଶଃ)

TATKAL ODISHAରେ ପ୍ରକାଶ ପାଇଥିବା ପ୍ରଥମ ଅନୁସନ୍ଧାନମୂଳକ ରିପୋର୍ଟ ଦେଖନ୍ତୁ…

TATKAL INVESTIGATION
// SUPER EXCLUSIVE //

ପୁଣି 100 କୋଟିର ଜମି ଘୋଟଲା !!.. ପ୍ରଚ୍ଛଦରେ କେଉଁ ବାବୁ?

Leave A Reply

Your email address will not be published.