ରାଉରକେଲାରେ ଓସୋ ଚମ୍ପିୟନସିପ୍, ଖୋର୍ଦ୍ଧାରୁ 36 ପ୍ରତିଯୋଗୀ

0
  • ରାଉରକେଲାରେ ଓସୋ ଚମ୍ପିୟନସିପ ଶୁଭାରମ୍ଭ
  • କେବଳ ଖୋର୍ଦ୍ଧାରୁ 22 ବାଳକ, 14 ବାଳିକା ପ୍ରତିଯୋଗୀ ସାମିଲ
  • ଭୁବନେଶ୍ୱର, ରାଉରକେଲା,//TATKAL ODISHA//

ଓଡ଼ିଶା କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏବଂ ଓଡ଼ିଶା ଅଲିମ୍ପିକ ଆସୋସିଏସନର ଅନୁବନ୍ଧିତ ଓଡ଼ିଶା ଓସୋ ଆସୋସିଏସନ ପକ୍ଷରୁ ରାଉରକେଲା ଠାରେ ‘ଓସୋ ଚମ୍ପିୟନସିପ’ ଶୁଭାରମ୍ଭ ହୋଇଛି I

ଜୁଲାଇ 5ରୁ 7 ଯାଏ ତାହା ଚାଲିବ I ସାରା ରାଜ୍ୟରୁ 50ଟି ଟିମ ଭାଗ ନେଇଥିବାବେଳେ କେବଳ ଖୋର୍ଦ୍ଧା ଜିଲ୍ଲାରୁ 22 ବାଳକ, 14 ବାଳିକା ପ୍ରତିଯୋଗୀ ସାମିଲ ହୋଇଛନ୍ତି I

‘ଜୁଲାଇ 5ରୁ 7 ଯାଏ ଓସୋ ଚମ୍ପିୟନସିପ ଖେଳ ଚାଲିବ’

ରାଉରକେଲାସ୍ଥ ଛେଣ୍ଡ କଲୋନୀରେ ଥିବା ମଧୁସୂଦନ ଭବନରେ ଏହି ଚମ୍ପିୟନସିପ ହେଉଛି I

ଏଥିରେ 4 କ୍ୟାଟେଗୋରିରେ ଖେଳାଳି ଖେଳ ପ୍ରଦର୍ଶନ କରିବେ I 12 ବର୍ଷରୁ କମ ବୟସର ଖେଳାଳି ସବ ଜୁନିଅର, 14 ବର୍ଷରୁ ଅଧିକ ବୟସର ଖେଳାଳି ଜୁନିଅର, 17 ବର୍ଷରୁ ଅଧିକ ବୟସର ଖେଳାଳି ୟୁଥ ଏବଂ 18 ବର୍ଷରୁ ଅଧିକ ବୟସର ଖେଳାଳି ସିନିଅର ଶ୍ରେଣୀଭୁକ୍ତ ହୋଇଛନ୍ତି I

ପ୍ରତି କ୍ୟାଟେଗୋରି ପାଇଁ ଗୋଲଡ, ସିଲଭର ଓ ବ୍ରୋଞ୍ଜ ମେଡାଲ ଦେବାର ବ୍ୟବସ୍ଥା ହୋଇଛି I ଯୁବ ଖେଳାଳିମାନେ 3ଟି ଇଭେଣ୍ଟରେ ଖେଳ ପ୍ରଦର୍ଶନ କରୁଛନ୍ତି I


ଏହି ସୂଚନା ଦେଇଛନ୍ତି ଆସୋସିଏସନର ଉପସଭାପତି ତଥା ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ I

Leave A Reply

Your email address will not be published.