ରଣପୁର ତାରିଆ ସମବାୟ ସମବାୟ ସମିତି କେଳାଙ୍କାରୀ: ଜାରି ରହିବ ତଦନ୍ତ

0
  • ହାଇକୋର୍ଟରେ ମାମଲା ଖାରଜ
  • ବାଜି ମାରିଲେ ସ୍ଥାନୀୟ ବିଧାୟକ
  • କଟକ,ରଣପୁର //TATKAL ODISHA//

ରଣପୁର ତାରିଆ ସମବାୟ ସମବାୟ ସମିତି କେଳାଙ୍କାରୀ ଭିନ୍ନ ମୋଡ଼ ନେଇଛି I ଉକ୍ତ ସଂସ୍ଥାର ସଭାପତି ପଦ ହାସଲ ପାଇଁ ସ୍ଥାନୀୟ ବିଜେପି ନେତା ପଦ୍ମଚରଣ ମହାନ୍ତି ବିରୋଧରେ ଅପାତତଃ ପ୍ରମାଣ ମିଳିଛି I

ଏହା ଉପରେ ଏବେ ତଦନ୍ତ ଜାରି ରହିବ I ଏନେଇ ହାଇକୋର୍ଟରେ ହୋଇଥିବା ମାମଲାକୁ ଖାରଜ କରିବା ସହ କୋର୍ଟ ରେଜିଷ୍ଟ୍ରର କୋପରିଟିଭ ସୋସାଇଟି ଜରିଆରେ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି I

ତାରିଆ ସମବାୟ ସମିତିର ସଭାପତି ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ରାଜ୍ୟ ସରକାରଙ୍କ ମୁଖ୍ୟ ନିର୍ବାଚନ ଅଧିକାରୀ(ଷ୍ଟେଟ କୋଅପରେଟିଭ)ଙ୍କୁ ଲିଖିତ ଭାବେ ଜଣାଇଥିଲେ I

ଏଇ ଚିଠି ଦେଇଥିଲେ ବିଧାୟକ

ସୋସାଇଟିକୁ 11/07/2022ରେ ଯାଇ ନାହାଁନ୍ତି କି ସଭାପତି ପାଇଁ କୌଣସି ଫର୍ମ  କିଣି ନାହାଁନ୍ତି ବା ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି I ମାତ୍ର ଚଞ୍ଚକତା କରି ଦିନ ଦ୍ୱିପ୍ରହାରରେ ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ତାରିଆ ସମବାୟ ସମିତିର ସଭାପତି ହୋଇଯାଇଛନ୍ତି I ଏହା ଉପରେ ତଦନ୍ତ ହେଉ ବୋଲି ବିଧାୟକ ଦାବି କରିଥିଲେ I

ତେଣୁ ଇଲେକ୍ସନ କମିଶନ ଇନକ୍ୱାରୀ କରିବା ପାଇଁ DRCS Cum Dristict ଇଲେକ୍ସନ  ଅଫିସ  ପୁରୀକୁ ନିର୍ଦେଶ ଦେଇଥିଲେ I ହେଲେ ଅନିୟମିତତା ହୋଇଥିବା ତାରିଆ ସୋସାଇଟି ସଭାପତି ଏହି ଇନକ୍ୱାରୀକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ପାଇଁ ଓଡିଶା ଉଚ୍ଚ ନ୍ୟାୟାଳୟଙ୍କର ଦ୍ୱାରସ୍ଥ ହୋଇଥିଲେ I

ମାତ୍ର 22/09/2022ତାରିଖରେ ଏହାକୁ କୋର୍ଟ ଖାରଜ କରିଦେଇଛନ୍ତି I

ଫଳରେ ବିଧାୟକ ଶ୍ରୀ ପ୍ରଧାନଙ୍କ ବାଜି ମାରି ନେଇଛନ୍ତି I

ବିଧାୟକଙ୍କ ପାଇଁ ଆଇନୀଜୀବୀ ରାମକୃଷ୍ଣ ପଟ୍ଟନାୟକ କୋର୍ଟରେ ମାମଲା ସଫଳ ଭାବେ ପରିଚାଳନା କରୁଥିବାରୁ ନିର୍ଣ୍ଣାୟକ ସ୍ଥିତିରେ ଘଟଣା ପହଞ୍ଚିଛି I


Leave A Reply

Your email address will not be published.