ଯୁଦ୍ଧ ଯୋଗୁଁ ଆଇପିଏଲର ପରବର୍ତ୍ତୀ ମ୍ୟାଚ ବାତିଲ

0
  • ମୁମ୍ବାଇ, ନୂଆଦିଲ୍ଲୀ //TATKAL ODISHA//

ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିବାରୁ ଆଇପିଏଲ ୨୦୨୫ର ପରବର୍ତ୍ତୀ ମ୍ୟାଚଗୁଡିକୁ ବାତିଲ କରାଯାଇଛି । ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ ) ଏହି ନିଷ୍ପତ୍ତି ନେଇଛି I

ଆଇପିଏଲ ଦାୟିତ୍ୱରେ ଥିବା ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ବିଦେଶୀ ଖେଳାଳିମାନଙ୍କୁ ସୁରକ୍ଷିତ ସେମାନଙ୍କ ଦେଶକୁ ପଠାଇବାର ବ୍ୟବସ୍ଥା ହେଉଛି। ପରେ ଖେଳ ନେଇ ବିସିସିଆଇ ଖୁବ୍‌ଶୀଘ୍ର ନୂତନ ତାରିଖ ଘୋଷଣା କରିବ।

ସେ ପୁଣି କହିଛନ୍ତି ଯେ,ଗତକାଲି ପାକିସ୍ତାନର ଆକ୍ରମଣ ଯୋଗୁଁ ଧର୍ମଶାଳାରେ ଆଇପିଏଲ୍ ମ୍ୟାଚ୍ ବାତିଲ କରାଯାଇଥିଲା। ଏହି ମ୍ୟାଚ୍ ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିଲା। ସୁରକ୍ଷା କାରଣରୁ ଏହି ପଦକ୍ଷେପ ନିଆଯାଇଥିଲା। ଏପରିକି ହଠାତ୍ ଖେଳ ବନ୍ଦ ହେବା ସହ ଅମ୍ପାୟାର ଏବଂ ଖେଳାଳିମାନଙ୍କୁ ପଡ଼ିଆ ଛାଡିବାକୁ କୁହାଯାଇଥିଲା। ଏହା ପରେ ପଡ଼ିଆର ଫ୍ଲଡଲାଇଟ୍ ବନ୍ଦ କରିଦିଆଯାଇଥିଲା ଏବଂ ଦର୍ଶକମାନଙ୍କୁ ମଧ୍ୟ ବାହାର କରାଯାଇଥିଲା। 

Leave A Reply

Your email address will not be published.