ମୌସୁମୀ ଅଧିବେଶନ ଆରମ୍ଭ : ହେବ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ

0

 
ଭୁବନେଶ୍ୱର,//TATKAL ODISHA//


କୋଭିଡ କଟକଣା ଭିତରେ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ I

 ପ୍ରଥମ ଥର ପାଇଁ ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହ କାର୍ଯ୍ୟ ପରିଚାଳନ କରିଛନ୍ତି। ପ୍ରଥମେ ଦିବଂଗତ ବିଧାୟକ ସୁରେନ୍ଦ୍ର କହଁରଙ୍କ ପାଇଁ ଶୋକ ପ୍ରସ୍ତାବ ଆଲୋଚନା ପରେ ପ୍ରଶ୍ନୋତ୍ତର କାର୍ଯ୍ୟ ଆରମ୍ଭ ହୋଇଥିଲା I

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ I


    ମୋଟ୍ ୨୪ଟି କାର୍ଯ୍ୟ ଦିବସ ଥିବା ଏହି ଅଧିବେଶନ କାଳ ଜୁଲାଇ ଦୁଇରୁ ଅଗଷ୍ଟ ଚାରି ଯାଏ ଚାଲିବ I ପୂର୍ବରୁ କରୋନା ପାଇଁ ୫ ଘଣ୍ଟା ଚାଲୁଥିଲା I

ଏବେ ପ୍ରତ୍ୟେକ ଦିନ ୬ ଘଣ୍ଟା ଚାଲିବ। ଦିନ ଗୋଟାଏ ତିରିଶ ଓ ୪ଟାରୁ ୭ଟା ପର୍ଯ୍ୟନ୍ତ ଚାଲିଛି ଗୃହକାର୍ଯ୍ୟ।

  ଅନ୍ୟପକ୍ଷରେ ଶନିବାର  ପୂର୍ବାହ୍ନରେ ବିଜେଡି, ବିଜେପି ଓ କଂଗ୍ରେସ ହୋଇଥିବା ବିଧାୟକ ଦଳ ବୈଠକରେ  ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। 

Leave A Reply

Your email address will not be published.