ମୌସୁମୀରେ ବାଘୁଣୀ ‘ମୌସୁମୀ’ ଜନ୍ମ ଦେଲା ଦୁଇ ଛୁଆ : ଉତ୍ସବମୁଖର ନନ୍ଦନକାନନ
- ୨୭ ଓ ୨୮ ଫେବୃଆରୀ ୨୦୨୫ରେ ବାଘୁଣୀ ମୌସୁମୀ ଓ ବାଘ ରାଜେଶଙ୍କ ମଧ୍ୟରେ ହୋଇଥିଲା ସଫଳ ମିଳନ
- ଭୁବନେଶ୍ବର,//TATKAL ODISHA//:
ଦକ୍ଷିଣ ପଶ୍ଚିମ ମୌସୁମୀ ଆଗମନ କରିଥିଲାବେଳେ ନନ୍ଦନକାନନରେ ଧଳା ବାଘ ‘ମୌସୁମୀ’ ଦ୍ଵିତୀୟ ଥର ପାଇଁ ମା’ ହୋଇଛି I ଏଥର ଦୁଇ ଛୁଆଙ୍କୁ ସେ ଜନ୍ମ ଦେଇଛି I
ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ତଥ୍ୟାନୁସାରେ ୨୭ ଓ ୨୮ ଫେବୃଆରୀ ୨୦୨୫ରେ ବାଘୁଣୀ ମୌସୁମୀ ଓ ବାଘ ରାଜେଶଙ୍କ ମଧ୍ୟରେ ସଫଳ ମିଳନ ହୋଇଥିଲା I ଫଳରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶନିବାର ରାତିରେ ଏନ୍କ୍ଲୋଜର ୨୮-ବି’ରେ ଦୁଇଟି ଯାକ ଛୁଆ ଜନ୍ମ ହୋଇଛନ୍ତି ।

ଧଳା ବାଘୁଣୀ ମୌସୁମୀ ଦୁଇଟି ଜନ୍ମ ଦେଇଥିବା ଦୁଇ ଛୁଆଙ୍କ ମଧ୍ୟରେ ଗୋଟିଏ ସାଧାରଣ ରଙ୍ଗର ଏବଂ ଅନ୍ୟଟି ଧଳାରଙ୍ଗର I ପିଲା ଦୁଇଟି ସୁସ୍ଥ ଅଛନ୍ତି I ଲିଙ୍ଗ ଜଣାପଡି ନାହିଁ I
ତେବେ ନନ୍ଦନକାନନରେ ଧଳା ବାଘ ସଂଖ୍ୟା ବୃଦ୍ଧି ପାଇଛି ।