ମୋଦିଙ୍କୁ ନବୀନଙ୍କ ଚିଠି : ଅଧିକ ଟିକା ଦିଅ, ବୟସ କୋହଳ କର

0


ଭୁବନେଶ୍ୱର //ତତ୍କାଳ ଓଡିଶା//
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୭ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଟିକା ନଷ୍ଟ ପରିମାଣ କମ l ଟିକା ନେବାକୁ ଓଡିଶାବାସୀ ଆଗ୍ରହୀ ଅଛନ୍ତି । ମାତ୍ର ଟିକା ଉପଲବ୍ଧ ନଥିବାରୁ ଆମ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି I ତେଣୁ ଅଧିକ ପରିମାଣର ଟୀକା ଦେବା ଜରୁରୀ I

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ମର୍ମରେ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ କହିଥିଲେ, କରୋନା ସଂକ୍ରମଣକୁ ଖୋଲା ବଜାରରେ ଟିକା ଉପଲବ୍ଧ , ବିଶ୍ୱସ୍ତରୀୟ ଅନୁମତି ପ୍ରାପ୍ତ କରୋନା ଟିକା ଦେଶରେ ମିଳୁ। ସର୍ବାଧିକ ସଂକ୍ରମିତ ସହରଗୁଡିକୁ ପ୍ରାଧାନ୍ୟ ଦିଆଯାଉ । ମେଟ୍ରୋପଲିଟାନ୍ ସହରଗୁଡିକରେ ବୟସସୀମା କୋହଳ କରାଯାଉ ।’

ରାଜ୍ୟଗୁଡିକୁ ଠିକ୍ ସମୟରେ ଯଥେଷ୍ଟ ପରିମାଣର ଟିକା ଯୋଗାଇ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

Leave A Reply

Your email address will not be published.