ମେଣ୍ଟ ବିଳମ୍ବ: ଟେନସନରେ ‘ଦଳ ଡିଆଁ’ ନେତା !

0

ଭୁବନେଶ୍ୱର//TATKAL ODISHA//

ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ଚର୍ଚ୍ଚା ଆଉ ଗୋପନ ହୋଇ ରହିନାହିଁ । ଦାଣ୍ଡରେ ହାଟରେ ଗଡ଼ୁଛି । କେବଳ ଘୋଷଣା ବାକି । ଏଭଳି ରାଜନୈତିକ ହଟ୍‌ଚମଟ୍ ଭିତରେ ଟିକେଟ୍ ଆଶାୟୀ କିଛି ‘ଦଳ ଡିଆଁ’ ନେତାଙ୍କ ମନ ଆମ୍ବିଳା । କାହା ମୁଣ୍ଡରେ ସୁନା କଳସ ଢଳାଯିବ, ଆଉ କିଏ ଫକୀର ହେବ ସେଇ ଚିନ୍ତା ଘାରିଛି । ତେଣୁ ସେମାନେ ଟେନ୍‌ସନରେ ଥିବା ଜଣପାଡ଼ିଛି ।

 ଦୀର୍ଘ ପନ୍ଦର ବର୍ଷ ପରେ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେବ । ଏହି ମେଣ୍ଟ ହେବା ନେଇ ପ୍ରଥମେ ବିଜେଡି ନେତା ତଥା ଦଳର ଉପସଭାପତି ଦେବୀ ମିଶ୍ର, ଦ୍ଵିତୀୟରେ  ବିଜେଡି ନେତା ତଥା ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଏବଂ ଏବେ ବିଜେପି ନେତା ତଥା କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲସକାରାତ୍ମକ ବୟାନ ଦେବା ପରେ ଆସନ ବୁଝାମଣା ସ୍ପଷ୍ଟ ହୋଇଛି I

 ତେବେ ମେଣ୍ଟ ହେଲେ କିଏ କ୍ଷତି ସହିବ ?

ଏହିଆଶଙ୍କା ଏବେ ବହୁ ‘ଆୟରାମ ଗୟାରାମ’ ନେତାଙ୍କୁ ଘାରିଛି I ତେଣୁ ଆଗୁଆ ଦଳ ଡେଇଁବାକୁ ମସୁଧା କରି ବି ମେଣ୍ଟ ବିଳମ୍ବ ଯୋଗୁଁ ସବୁ ଅଙ୍କ ବିଗିଡିଯାଇଛି I ଦଳ ଡିଆଁ ଆଉ ସହଜରେ ହୋଇ ପାରୁନି I

କୁହାଯାଉଛି ବିଜେଡି-ବିଜେପିର ଏହା ନିର୍ବାଚନୀ ରଣନୀତିର ଏକ ବଡ଼ ଅଂଶ I ସେଥିପାଇଁ ଦଳ ଡିଆଁ ନେତାଙ୍କ ମନରେ ଗୁସ୍ସା I 
 

Leave A Reply

Your email address will not be published.