ମୃତ୍ୟୁର ଘଣ୍ଟାଏ ପୂର୍ବରୁ ‘ଭତ୍ତା’ ବାଣ୍ଟିଥିଲେ ବିଜୁବାବୁଙ୍କ ପଟ୍ଟଶିଷ୍ୟ କିଶୋର ମହାନ୍ତି

0
  • କର୍ମବୀର ଥିଲେ, କର୍ମ କରୁ କରୁ ଚାଲିଗଲେ
  • TATKAL ODISHA //ଶ୍ରଦ୍ଧାଞ୍ଜଳି//
    ଝାରସୁଗୁଡା, //ବ୍ୟୁରୋ//
    କର୍ମବୀର ଥିଲେ । କର୍ମ କରି ଜୀବନର ଶେଷ ନିଶ୍ୱାସ ଥିବା ଯାଏ ଆରପାରିକୁ ଚାଲିଥିଲେ । ହୃଦ୍‌ଘାତ ଜନିତ ମୃତ୍ୟୁ ହେବାର ପ୍ରାୟ ଘଣ୍ଟାଏ ପୂର୍ବରୁ ସେ ଝାରସୁଗୁଡ଼ାରୁ ବ୍ରଜରାଜନଗର ଯାଇ ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା ବାଣ୍ଟିଥିଲେ । ଏପରିକିି ବିଭିନ୍ନ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀଗୁଡିକୁ ‘ମୁକ୍ତା’ ଯୋଜନା ଅଧୀନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କାର୍ଯ୍ୟାଦେଶ ବି ପ୍ରଦାନ କରିଥିଲେ । ନିଜର ରାଜନୈତିକ କ୍ୟାରିଅରେ ବିଭିନ୍ନ ଉନ୍ନୟନମୂଳକ ଓ ଲୋକାଭିମୂଖୀ କାର୍ଯ୍ୟ କରିବା ସହ ତୃଣମୂଳସ୍ତରରେ ଜନମାନସଙ୍କ ସହ ସେ ଯୋଡ଼ି ହୋଇରହିଥିବା ନିଦର୍ଶନ ଏଇଥିରୁ ପ୍ରମାଣ ମିଳେ ।
ଏଭଳି ବି ହୁଏ??..ସକାଳେ ସଭାରେ ଉପସ୍ଥିତ, ସନ୍ଧ୍ୟାରେ ମୃତ୍ୟୁ
  •  ଆଖି ଦୁଇଟି ଲୋତକରେ ଭରି ହୋଇ ଯାଉଛି । ତାହା ହିଁ ବାସ୍ତବ ସତ୍ୟ ।
  •  ଆମ ସମସ୍ତଙ୍କୁ ଛାଡ଼ିଚାଲି ଯାଇଥିବା ସେଇ ମହାନ ନେତା ଥିଲେ ପୂର୍ବତନ ବାଚସ୍ପତି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପ୍ରାକ୍ତନ ଅଧ୍ୟକ୍ଷ ତଥା ଏବର ବ୍ରଜରାଜନଗର ବିଧାୟକ କିଶୋର ଚନ୍ଦ୍ର ମହାନ୍ତି ।
  • ଗୁରୁବାର ସଂନ୍ଧ୍ୟାରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ଅକାଳ ବିୟୋଗରେ କେବଳ ଝାରସୁଗୁଡ଼ା ନୁହେଁ,ସାରା ରାଜ୍ୟ ସ୍ତବ୍ଧ । ଶୋକର ଛାୟାରେ ସମସ୍ତେ ମିୟମାଣ । ସେ ଥିଲେ ଅଜାତ ଶତ୍ରୁ । ସବୁ ଦଳ ଲୋକ ତାଙ୍କୁ ଭଲ ପାଆନ୍ତି ।
  •  ସଫଳ ରାଜନେତା, ଥିଲେ ବିଜୁ ବାବୁଙ୍କ ପଟ୍ଟଶିଷ୍ୟ

ସ୍ୱର୍ଗତ ମହାନ୍ତି ଥିଲେ ପଶ୍ଚିମ ଓଡ଼ିଶାର ଆଗଧାଡ଼ିର ନେତା । ସେ ବି ଥିଲେ ବିଜୁ ବାବୁଙ୍କର ପଟ୍ଟଶିଷ୍ୟ I ଥିଲେ ଅତ୍ୟନ୍ତ ବିଶ୍ଵସ୍ଥ,ଘନିଷ୍ଠ । ତାଙ୍କ ଆଦର୍ଶରେ ସେ ଅନୁପ୍ରାଣିତ ହୋଇ ରାଜନୀତିକୁ ଆସିଥିଲେ । ସେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ୧୯୯୦ରେ ପ୍ରଥମ ବିଧାୟକ ଭାବେ ଝାରସୁଗୁଡାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହା ପରେ ୨୦୦୦ ଓ ୨୦୦୪ରେ ସେହି ଝାରସୁଗୁଡ଼ା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ରୁ ୨୦୦୭ ମଧ୍ୟରେ ସେ ସରକାରୀ ଦଳର ମୁଖ୍ୟ ସଚେତକ ହୋଇଥିଲାବେଳେ ୨୦୦୭ରୁ ୨୦୦୯ ପର୍ଯ୍ୟନ୍ତ ବିଧାନଭସଭା ବାଚସ୍ପତି ଭାବେ ନିଷ୍ଠାର ସହ ଦାୟିତ୍ୱ ତୁଲାଇ ଖୁବ୍ ସୁନାମ ଅର୍ଜିଥିଲେ । ଏହା ପରେ ସ୍ୱର୍ଗତ ମହାନ୍ତି ୨୦୦୯ରୁ ୨୦୧୨ ମଧ୍ୟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ‘ପଶ୍ଚିମ ଓଡିଶା ବିକାଶ ପରିଷଦ’ର ଅଧ୍ୟକ୍ଷ ପଦରେ ଆସୀନ ହୋଇଥିଲେ । ୨୦୧୯ରେ ମୃତ୍ୟୁ ପର୍ଯ୍ୟନ୍ତ ବ୍ରଜରାଜନଗର ନିର୍ବଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

Leave A Reply

Your email address will not be published.