ମା’ ବାଗଦେବୀଙ୍କ ଆବାହନ

0

TATKAL ODISHA//ଐତିହ୍ୟ ଖୋଜ//


ପବିତ୍ର ଶ୍ରୀପଞ୍ଚମୀ | ବିଦ୍ୟାଦାୟିନୀ ବାଗ୍ଦେବୀ ମା’ସରସ୍ୱତୀଙ୍କ ଅବାହନୀ ସଙ୍ଗୀତରେ ସାରା ଜଗତ ବିଭୋର |

ବିଶେଷ କରି କରୋନା ଯନ୍ତ୍ରଣାରେ ଜର୍ଜରିତ ସଂସାର ମାଙ୍କ ‘ଆଶୀର୍ବାଦରୁ ଧୀରେ ଧୀରେ ଯନ୍ତ୍ରଣାମୁକ୍ତ ହେଉଛି |ଜୀବନ ଜୀବିକା ସ୍ୱାଭାବିକ ହେବାକୁ ଆରମ୍ଭ କଲାଣି | ବିଶେଷ ଭାବେ ପ୍ରଭାବିତ ଶିକ୍ଷାର୍ଥୀମାନେ ଏବେ ସେମାନଙ୍କ ଶିକ୍ଷାୟତନରେ ଶିକ୍ଷା ପାଇବାର ଖୁସିରେ ବିଭୋର | ବସନ୍ତର ଆଗମନରେ ମା ସରସ୍ୱତୀଙ୍କ ପୂଜାରେ ନିମଗ୍ନ ହେବାର ଶୁଭ ଅବସର ମା’ଙ୍କ ଆଶୀର୍ବାଦରୁ ସମ୍ଭବ ହୋଇଛି | ମା’ଙ୍କ ପୂଜା ବୈଦିକ ଯୁଗରୁ ପାଳିତ ହୋଇଆସୁଛି |

ତାଙ୍କ ବୀଜ ମନ୍ତ୍ର “ଓଁ ପାଵକାନ8 ସରସ୍ବତୀ ବାଜେଭି ର୍ବାଜିନୀବତି, ଯଜ୍ଞ° ବସ୍ଟୁ ଧିୟାବସୁ8′


ଭାରତର ପ୍ରାୟ ପ୍ରତି ରାଜ୍ୟରେ ବିଭିନ୍ନ ରୀତିନୀତିରେ ସରସ୍ବତୀଙ୍କ ପୂଜା କରାଯାଏ |

ଦେଶ ବାହାରେ ନେପାଳ, ମ୍ୟାମାର, ଜାପାନ, ଇଣ୍ଡୋନେସିଆ, ବାଲି, ଜାଭା, ଶ୍ରୀଲଙ୍କା ଆଦି ଦେଶରେ ମଧ୍ୟ ଦେବୀଙ୍କ ପୂଜା କରାଯାଏ |
ବିଦ୍ୟାଦାୟିନୀ ମା’ଙ୍କ ପୂଜା ପ୍ରତି ଶିକ୍ଷାୟତନରେ ଖୁଵ ଭକ୍ତି ଭାବର ସହିତ ଅନୁଷ୍ଠିତ ହୁଏ | ଶିକ୍ଷାର୍ଥୀ ମାନେ ନୂତନ ବସ୍ତ୍ର ପରିଧାନ କରି, ମା’ଙ୍କ ପାଦତଳେ ପୁସ୍ତକ, କଲମ ରଖି ବିଦ୍ୟାପ୍ରାପ୍ତିର କାମନା କରନ୍ତି |
ଏହି ସମୟରେ ବିଭିନ୍ନ ପନିପରିବା ମିଳୁଥିବାରୁ ଭୋଜି ଭାତର ଆସର ଜମେ |

ଜ୍ଞାନଦାୟିନୀ ମା’ ହଳଦିଆ ସୋରିଷ ଫୁଲର ସମ୍ଭାର ଭିତରେ ସଂସାରକୁ ଆଗମନ କରନ୍ତି ଓ ଜଣେଇ ଦିଅନ୍ତି ହଳଦିଆ ରଙ୍ଗ ଜ୍ଞାନର ପ୍ରତୀକ |ଶୁଭ୍ର ବସ୍ତ୍ର ପରିହିତା ଶୁଭ୍ର ହଂସ ଆରୁଢ଼ା ମା’ସମସ୍ତ ଶୁଭକର୍ମର ମୂଳ ଅଟନ୍ତି |ସେଥିପାଇଁ ଏହି ଦିନରେ ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ କରାଯାଏ |ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବସନ୍ତ ପଞ୍ଚମୀ ରୀତି ପାଳିତ ହୁଏ ଓ ପ୍ରଭୁଙ୍କ ରଥ କାଠ ସବୁର ସଂସ୍କାର କରାଯାଏ |


ହୋଲି ପର୍ବର ଅୟମାରମ୍ଭ ମା’ଙ୍କ ପୂଜାରୁ ହୁଏ |ଏହିଦିନରୁ ଠିକ ଚାଳିଶ ଦିନ ପରେ ହୋଲି ପର୍ବ ପାଳିତ ହୁଏ |


ବୀଣା, ପୁସ୍ତକ ଧାରିଣୀ, ଜଗତ କଲ୍ୟାଣୀ ମା’ସରସ୍ବତୀ କରୋନା ଭଳି ମହାମାରୀ କବଳରୁ ଜଗତକୁ ରକ୍ଷା କରିବା ସହିତ ଦେଶ ଜାତିର ଭବିଷ୍ୟତ ଶିକ୍ଷାର୍ଥୀମାନଙ୍କୁ ଆଶୀର୍ବାଦ କରନ୍ତୁ, ତାଙ୍କ ପାଦତଳେ ଏତିକି ପ୍ରାର୍ଥନା I

କବି ସମ୍ରାଟ ବାଣୀପୁତ୍ର ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମଦିନ..

  • ଶ୍ରୀକାନ୍ତ ଦାଶ, କାର୍ଯ୍ୟକାରୀ ସଭାପତି, ଓଡ଼ିଆ ଜାତୀୟ ସମ୍ମିଳନୀ |
    ଦୂରଭାଷ -9238304919

Leave A Reply

Your email address will not be published.