ମା’ ପାଇଁ ଗଛଟିଏ, ଧଉଳୀ ପାହାଡ଼ରେ ବୃକ୍ଷ ରୋପଣ କଲେ ଏକାମ୍ର ବିଧାୟକ
ଭୁବନେଶ୍ୱର,//TATKAL ODISHA //:
ବିକାଶ ଠାରୁ ବହୁ ଦୂରରେ ଥିବା ଏକାମ୍ର ନିର୍ବାଚନ ମଣ୍ଡଳୀ ଧିରେ ଧିରେ ବିକାଶ ପଥରେ ଅଗ୍ରସର ହେଉଛି ନୂତନ ବିଧାୟକ ଶ୍ରୀ ବାବୁ ସିଂ ଙ୍କ ନେତୃତ୍ୱରେ। ପ୍ରତ୍ୟେକ ଦିନ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନ କରୁଛନ୍ତି ବିଧାୟକ।ଆଜି ଏକାମ୍ର ବିଧାୟକ ବାବୁ ସିଂ ଧଉଳୀ ପାହାଡ଼ ପରିଦର୍ଶନ କରି ପ୍ରଥମେ ବାବା ଧବଳେଶ୍ଵର ଙ୍କ ଦର୍ଶନ କରିଥିଲେ। ଏହା ପରେ ବୃକ୍ଷ ରୋପଣ କରିଥିଲେ ଧଉଳୀ ପାହାଡ଼ ଅଞ୍ଚଳରେ। ଏଥି ସହିତ ଧଉଳୀ ପାହାଡ଼ ରେ ଦୋକାନ କରି ବ୍ୟବସାୟ କରୁଥିବା ଦାଣ୍ଡିମାଳ ଅଞ୍ଚଳର ବ୍ୟବସାୟୀ ବନ୍ଧୁ ମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ସବୁ ସମସ୍ୟା ସମ୍ପର୍କରେ ସମୀକ୍ଷା କରିବା ପରେ ବିଧାୟକ ଶ୍ରୀ ସିଂ ଖୁବ୍ ଜଲ୍ଦୀ ସମାଧାନ ପାଇଁ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
ବିଧାୟକ ଶ୍ରୀ ବାବୁ ସିଂ କହିଛନ୍ତି ଯେ,ନିର୍ବାଚନରେ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲୁ ଆଉ ଏବେ ଲୋକଙ୍କ ପାଇଁ କାମ କରୁଛୁ। ଭୋଟର ଆମକୁ ଜନ ପ୍ରତିନିଧୀ ଭାବେ ନିର୍ବାଚିତ କଲା ପରେ ଲୋକଙ୍କ ସମସ୍ୟା ସମାଧାନ କରିବାକୁ ପ୍ରାଥମିକତା ଦେଇଛୁ। ଏକାମ୍ର ବାସୀଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇଦେବା ମୋର ପ୍ରାଥମିକ କର୍ତ୍ତବ୍ୟ ବୋଲି କହିଛନ୍ତି ଏକାମ୍ର ବିଧାୟକ ବାବୁସିଂ। ବୃକ୍ଷ ଆମ ଜୀବନର ଆଧାର ଅଟେ ଏହାର ସୁରକ୍ଷା ଆମର କର୍ତବ୍ୟ।ଆପଣମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହେବା ସହ ଏକ ସଚ୍ଛ ଓ ସୁନ୍ଦର ପରିବେଶ ପାଇଁ ଗୋଟିଏ ଗୋଟିଏ ଗଛ ଲଗାନ୍ତୁ ବୋଲି ଶ୍ରୀ ସିଂ କହିଛନ୍ତି।
ଏହି ଅବସରରେ ବିଜେପି ନେତା ଅରୁଣ କୁମାର ପୁରୋହିତ,କୃଷ୍ଣ ଚନ୍ଦ୍ର ନାୟକ, ପଞ୍ଚାନନ ସ୍ୱାଇଁ,ମାନସ ପଣ୍ତା,ଅଜୟ ସ୍ୱାଇଁ,ବୁଧୁଶେଖର ସୁବୁଦ୍ଧି,ଧଉଳି ବ୍ୟବସାୟୀ ସଂଘ ସଭାପତି ପ୍ରତାପ କୁମାର ସ୍ୱାଇଁ,ସମ୍ପାଦକ ସୁମନ୍ତ ସୁବୁଦ୍ଧିଙ୍କ ସହ ସମସ୍ତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।