ମାୟାଧର ମିଜାଇଲ-8: ଦାପ୍ତରିକ ଦୁର୍ନୀତିର ଦାନବତନ୍ତ୍ର

0
  • //TATKAL ODISHA //
  • ମାୟାଧର ନାୟକ

ପ୍ରାୟ ୨୦ ବର୍ଷ ତଳେ କେତେକ କାମରେ ଦିଲ୍ଲୀରେ ୭ ଦିନ ଅବସ୍ଥାନ ସମୟରେ ଓଡିଶାରୁ ଅନେକ ନେତା ଏବଂ ଚାଲାଖଚତୁର ଦଳୀୟ କୁଜିନେତାମାନେ ଥାଆନ୍ତି । ସେ ସମସ୍ତଙ୍କୁ ମୁଁ ଜାଣେ । ସେମାନେ ମୋ ପାଖକୁ ଆସି ବିଭିନ୍ନ ବିଷୟରେ ରାଜନୀତି, ଅର୍ଥନୀତି ସଂପର୍କରେ ଆଲୋଚନା କରନ୍ତି । ଜଣେ ଯୁବକ ମୋତେ ରାତିପ୍ରାୟ ୧୦ଟା ବେଳେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ବାସଭବନ ଅଫିସକୁ ନେଇଗଲେ । ସେ ମନ୍ତ୍ରୀ ମହାଶୟଙ୍କୁ ମୋ ଇଂରାଜୀ ପୁସ୍ତକ ‘ଗଡ୍‍ ଇଜ୍‍ ଡେଡ୍‍’ ଉପହାର ଦେଲି । ତାଙ୍କ ପାଖରେ ବିଭିନ୍ନ ରାଜ୍ୟରୁ ନେତା-ସମର୍ଥକ ପ୍ରାୟ ୧୦ ଜଣ ବସିଥିଲେ । ସେ ମହାଶୟ ମୋ ସହ କଥାବାର୍ତ୍ତା ହେଲେ ।

ପୁସ୍ତକର ପଛ କଭର୍‍ ପଢି ମୋ ସଂପର୍କରେ ଅବଗତ ହେଲେ । ଶେଷରେ କହିଲେ – “ଓଡିଶାରେ ଭଲ ଠିକାଦାର ଯୋଗାଡ କରନ୍ତୁ – କାମ ଦେବି । ସେ ପରସେଣ୍ଟ୍‍ ଦେବ । ଆମେ ଉଭୟ ଉପକୃତ ହେବା ।” ମୁଁ ଆଶ୍ଚର୍ଯ୍ୟ । ମୁଁ କିଏ ଠିକାଦାର କିଏ ? କଥା ବାଆଁରେଇ ହଉ ଦେଖିବା କହି ସେଠାରୁ ବିଦାୟ ନେଲି । ସେତେବେଳକୁ ରାତି ୧୨ଟା । ସେ ବନ୍ଧୁଜଣକ ମୋତେ ନେଇ ଏକ ଢାବାରେ ପହଞ୍ôଚଲେ ।

ଦିଲ୍ଲୀରେ କିଛି ଢାବା ରାତିସାରା ଖୋଲା । ସେଠାରୁ ରୁଟିତଡକା ଖାଇ ଉତ୍କଳ ଭବନକୁ ଫେରିଆସିଲୁ । ରାସ୍ତାରେ ସେ ବନ୍ଧୁ କହିଲେ – “ଏ ମନ୍ତ୍ରୀଙ୍କ ସହ ମୋର ଭଲ ସଂପର୍କ । ମୁଁ ତାଙ୍କଠାରୁ କାମନେଇ ଓଡିଶାରେ ଭଲ ଦି’ପଇସା ରୋଜଗାର କରିଛି । ଏବେ ୫୦ କୋଟି ଟଙ୍କା କାମ ଜଣେ ଠିକାଦାରକୁ ଦେଇଛନ୍ତି । ମନ୍ତ୍ରୀ ନେବେ ୧୦ ପରସେଣ୍ଟ୍‍ – ଅର୍ଥାତ୍‍ ୫ କୋଟି – ମୁଁ ପାଇବି ୨ ପରସେଣ୍ଟ୍‍ ଅର୍ଥାତ୍‍ ୧୦ ଲକ୍ଷ ।” ସେ ରାତି ମୋତେ ଭଲ ନିଦ ହେଲାନି ।

ଭାବିଲି – ତା’ହେଲେ ଦେଶର ରାଜକୋଷ ଏଇଭଳି ଦୁର୍ନୀତିର ଦାନବମାନଙ୍କ ଦ୍ୱାରା ପରିଚାଳିତ । ସ୍ୱାଧୀନତାପ୍ରାପ୍ତିର ପ୍ରଥମ ଦିନ ପ୍ରଥମ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ – ଯେଉଁମାନେ ଦୁର୍ନୀତିଗ୍ରସ୍ତ ସେମାନଙ୍କୁ ରାସ୍ତାର ବତିଖୁଣ୍ଟରେ ଟାଙ୍ଗିଦିଆଯିବ । ଜନଗଣ ସେମାନଙ୍କର ଲାସ୍‍ ଦେଖିବେ । ଆଜି ସ୍ୱାଧୀନତାର ୭୭ ବର୍ଷ ପୁରିବାକୁ ଯାଉଛି । ସେଦିନର ସେ ପ୍ରତିଶ୍ରୁତି ଆଜି ମୁଠାମୁଠା ମରିଚିକାରେ ପରିଣତ ହୋଇଛି ।

ଆମ ଗଣତନ୍ତ୍ରରେ ରାଜନୀତିରେ ଅପରାଧିକରଣ କେବେଠାରୁ ଆରମ୍ଭ ହୋଇଯାଇଛି । ଅପରାଧୀମାନଙ୍କୁ ଛାଡି କୌଣସି ଦଳ ତିଷ୍ଠି ରହି ପାରୁନି । ଅସାଧୁ ବ୍ୟବସାୟୀ ଠିକାଦାର – ଅପରାଧୀ – ଦୁର୍ନୀତି ଗ୍ରସ୍ତ କର୍ମଚାରୀଙ୍କ ବିନା ଆଶୀର୍ବାଦରେ କୌଣସି ପ୍ରାର୍ଥୀ ଜୟକରିବା ସଂଭବ ହେଉନି ।

ଆମ ଗଣତନ୍ତ୍ରରେ ରାଜନୀତିରେ ଅପରାଧିକରଣ କେବେଠାରୁ ଆରମ୍ଭ ହୋଇଯାଇଛି । ଅପରାଧୀମାନଙ୍କୁ ଛାଡି କୌଣସି ଦଳ ତିଷ୍ଠି ରହି ପାରୁନି । ଅସାଧୁ ବ୍ୟବସାୟୀ ଠିକାଦାର – ଅପରାଧୀ – ଦୁର୍ନୀତି ଗ୍ରସ୍ତ କର୍ମଚାରୀଙ୍କ ବିନା ଆଶୀର୍ବାଦରେ କୌଣସି ପ୍ରାର୍ଥୀ ଜୟକରିବା ସଂଭବ ହେଉନି । ଭଲଲୋକ, ସାଧୁ ସଚ୍ଚୋଟ ଲୋକ ନିର୍ବାଚନରେ ଅପ୍ରାସଙ୍ଗିକ ହୋଇପଡୁଛି । ଖରାପ ଲୋକ – ଦେଶଦ୍ରୋହୀମାନେ ସଂଖ୍ୟା ଗରିଷ୍ଠରେ ନିର୍ବାଚିତ ହୋଇ ଦେଶବାସୀଙ୍କର କାଳ ହୋଇଛନ୍ତି । ଯିଏ ଯେତେ ଦୁର୍ନୀତିଖୋର, ଚୋର, ଉକାୟତ, ଗୁଣ୍ଡା, ହତ୍ୟାକାରୀ, ଧର୍ଷଣକାରୀ ଜଘନ୍ୟ ଅପରାଧି ସିଏ ସେତେବଡ ନେତା, ଭ୍ରଷ୍ଟାଚାରୀ ପାପୀମାନେ ଦେଶର ନେତା, ଏମାନେ ଅର୍ଥ ବାହୁବଳ ସାଙ୍ଗକୁ ଜାଲିଆତି, ଭୋଟକେନ୍ଦ୍ର ଜବର ଦଖଲ କରି ଜୟଲାଭ କରୁଛନ୍ତି । ଏହି ଜଘନ୍ୟ ଅପରାଧିମାନଙ୍କୁ ଦେଶର ପ୍ରଚଳିତ ଆଇନ୍ ବାଧାଦେଇ ପାରୁନି । ଏହି ମାନବଦ୍ରୋହୀ-ଦେଶଦ୍ରୋହୀ ନେତା-ପ୍ରାର୍ଥୀ ମାନଙ୍କୁ ଦଳରୁ ବାହାର କରିବା ସମ୍ଭବ ହେଉନି । ଏମାନେ ନିଜେ ଦଳ ଗଢିଛନ୍ତି । ଏମାନଙ୍କ ପାଖରେ ପ୍ରଚୁର କଳାଟଙ୍କା ଅଛି । ଆଳୁ ବସ୍ତାରେ ଗୋଟିଏ ଆଳୁ ପଚିଗଲେ ଯେପରି ସବୁ ଆଳୁକୁ ପଚେଇ ଦିଏ – ସେଇଭଳି ଶାସନ କ୍ଷମତାରେ ସମାଜ ବ୍ୟବସ୍ଥାରେ ବହୁ ପଚାନେତା, ବ୍ୟବସାୟୀ, ଅଫିସର ପ୍ରମୁଖ ସବୁସ୍ଥାନରେ ରହିଥିବାରୁ ସମଗ୍ର ଦେଶ ପଚିଗଲାଣି । ରାଜନୀତି, ଅର୍ଥନୀତି, ସମାଜନୀତି, ସଂସ୍କୃତି ସବୁ ବ୍ୟବସ୍ଥା ବର୍ତ୍ତମାନ ପଚମାନ ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଭାରତୀୟ ସମାଜ ବ୍ୟବସ୍ଥାରେ ରାଜନେତା ଅପରାଧି ଶିଳ୍ପପତି ଅମଲାତନ୍ତ୍ରୀମାନଙ୍କ ଅଶୁଭ ମୈତ୍ରୀ କେବେଠୁଁ ଶାସନକ୍ଷମତାକୁ ଜାବୁଡି ଧରିଥିବାରୁ ଆଜି ଦେଶ ଭୟଙ୍କର ଆର୍ôଥକ ଦୁର୍ଗତି ରାଜନୈତିକ ଭଣ୍ଡାମୀ ସାମାଜିକ – ବ୍ୟଭିଚାର – ସାଂସ୍କୃତିକ ଅଧପତନ ଦ୍ରୁତଗତିରେ ବଢିଚାଲିଛି । ଆଜି ତମାମ୍ ଭାରତବର୍ଷ ଏକ ଏରକା ଅରଣ୍ୟ ଏବଂ ଭାରତୀୟ ମହାଜାତି ନବ୍ୟ ଯଦୁବଂଶରେ ପରିଣତ । ବିଶ୍ୱାସହୀନତାର ବିଷାକ୍ତ ବଳୟ ମଧ୍ୟରେ ଅଟକବନ୍ଦୀ ଭାରତବର୍ଷର ଆତ୍ମା । ତା\’ ମନରେ ମରଣାତ୍ମକ ମହାଦେଶର ଚାପା କାନ୍ଦଣା, ପ୍ରାଣରେ ପ୍ରାଣରେ ହତାଶାର ହାହାକାର, ଆଗକୁ ଚାଲିବାର ପଣ ଓ ରଣହୁଙ୍କାର ସବୁ ଆଜି ଆସନ୍ନ ପରାଜୟର ଆର୍ତ୍ତନାଦ । ଚାରିପଟର ଚିତ୍ରରେ କଦ୍ଦର୍ମାକ୍ତ କଳଙ୍କର କାଳିମା । ଏ କଳଙ୍କ ଆଜି ଆମ ସମସ୍ତଙ୍କ ପକ୍ଷରେ ଏକ ଆତଙ୍କ…. ଚରିଯାଇଛି ଶିରା ପ୍ରଶିରାରେ, ସ୍ନାୟୁ ଓ ସତ୍ତାରେ । ଦୁର୍ନୀତି, ଜାଲିଆତି, ଭ୍ରଷ୍ଟାଚାର, ଘୋଟେଲା, କେଲେଙ୍କାରୀ, ଧୋକାବାଜି– ସ୍କାମ୍ କରୁଛନ୍ତି ଥୋକେ– ମରୁଛନ୍ତି ଲୋକେ । ଏଇ ଥୋକେ ହେଲେ ଆଜିର ତଥାକଥିତ ନବ୍ୟନିୟନ୍ତା, ନେତୃବର୍ଗ ଏବଂ ତାଙ୍କରି ପୃଷ୍ଠପୋଷକତା କଳାକୁବେର ଶ୍ରେଣୀ ।

ଏହା ହିଁ କ୍ରୂର ବିଡ଼ମ୍ବନା । ଦୁର୍ନୀତି ଦମନ କରିବା ପାଇଁ କୋର୍ଟ କିମ୍ବା ପ୍ରଶାସନ ଚେଷ୍ଟା ଚଳେଇଛନ୍ତି; କିନ୍ତୁ ଶାସନ କ୍ଷମତାରେ ଥିବା ରାଜନୈତିକ ଦଳ ଅନୈତିକ ଭାବେ କ୍ଷମତାର ଅପବ୍ୟବହାର କରି ଦୁର୍ନୀତିକୁ ବଢ଼ାଇବାରେ ସାହାଯ୍ୟ କରୁଛନ୍ତି । ଦୁର୍ନୀତିଖୋରମାନଙ୍କୁ ପୁରସ୍କାର ଦେଉଛନ୍ତି । ଏଭଳି ହେଲେ ଦୁର୍ନୀତିର ମୂଳୋତ୍ପାଟନ ସମ୍ଭବ ହେବ କି ? ଏଠାରେ କେବଳ ରାଜନୀତିଆମାନଙ୍କୁ ସଂପୂର୍ଣ୍ଣ ଦାୟୀ କରୁନି– ଏଥିପାଇଁ ପ୍ରଚଳିତ ସମାଜ ବ୍ୟବସ୍ଥା ସଂପୂର୍ଣ୍ଣ ଦାୟୀ । ଦୁର୍ନୀତି, ଭ୍ରଷ୍ଟାଚାର, ଘୋଟାଲା– କେଲେଙ୍କରୀ, ଜାଲିଆତି, ଠକାମୀ ଯୋଗୁ ପ୍ରତି ମୁହୂର୍ତ୍ତରେ ରାଜକୋଷ ଲୁଟ ହୋଇ ଲୁଟେରାମାନଙ୍କ ସିନ୍ଧୁକ ଭର୍ତ୍ତି ହେବାରେ ଲାଗିଛି । ସେହି ସିନ୍ଧୁକକୁ ଜଗିରହିଛନ୍ତି ଆମ ସରକାରୀ ବନ୍ଧୁକଧାରୀମାନେ । ସୀମାପାର ସନ୍ତ୍ରାସବାଦ– ଆତଙ୍କବାଦୀଙ୍କ ଅପେକ୍ଷା ରାଜକୋଷ ଲୁଟେରାମାନେ ଭୟଙ୍କର ଦୋଶଦ୍ରୋହୀ । ଆମେ ପ୍ରତିଦିନ ଏହି ଦେଶଦ୍ରୋହୀମାନଙ୍କୁ ସଭାସମିତିରେ ଫୁଲମାଳ ଦେଇ ଅଫିସ ଦପ୍ତର ରାସ୍ତାଘାଟରେ ନମସ୍କାର ହେଉଛୁ । ଧନ୍ୟରେ ଭାରତବର୍ଷ- ଧନ୍ୟ ଭାରତବାସୀ ।

ସବୁଠାରୁ ଆଶ୍ଚର୍ଯ୍ୟ ଆମ ଦେଶର ଦୁର୍ନୀତି ଓ ଜାଲିଆତି ଆକାଶଛୁଆଁ । ଆମ ଦେଶରେ ସାମ୍ପ୍ରଦାୟିକ ଦଙ୍ଗା- ହତ୍ୟା, ନାରୀ ନିର୍ଯ୍ୟାତନା- ଶିଶୁ ମୃତ୍ୟୁ ଦ୍ରୁତଗତିରେ ବଢ଼ିଚାଲିଛି । ଆମ ଭିତରେ ଆଦିମ ଯୁଗର ପ୍ରବୃତ୍ତି ବଢ଼ିଚାଲିଚି । ତଥାପି ଆମେ ଗଣତାନ୍ତ୍ରିକ, ପ୍ରଗତିଶୀଳ ଶକ୍ତିଶାଳୀ ବୋଲି ଡିଣ୍ଡିମ ପିଟୁଛେ । ଟଙ୍କାର ଟିଙ୍କ ପାଲଟିସାରିଛନ୍ତି ଆମର ଅଧିକାଂଶ ରାଜନୈତିକ ରକ୍ତପାୟୀ ଦଳ । ନାଆଁକୁ ମାତ୍ର ନିଆରା ମଂଜି – ଅସଲରେ ଏକା ନାଉର ଅଂଶ ଏମାନେ । ଭୋଟ୍ ଭିକାରିଏ ଆଜି ନୋଟ୍‌ରେ ନିଲାମ କରିନେଉଛନ୍ତି ନ୍ୟାୟ-ନୀତି-ନୈତିକତା…ବିଚାର-ବିବେକ-ବୈଧିକତା…ସବୁ ସୂକ୍ଷ୍ମସତ୍ତା । ଆମେ କେବଳ ଏଥର ପଥରକୁ ପରମେଶ୍ୱର କରୁଚୁ ତ ଆରଥର କାଠକୁ କୁଳବର୍ଗେଶ୍ୱର !

ଓଡ଼ିଶା…ଏ ଭାରତ ମାନଚିତ୍ରର ଉଚ୍ଛନ୍ନ ଉପକୂଳଟିଏ । ଏଠି ଅନ୍ଧମୁଲକରେ ଅନ୍ଧାରିବିଜେ କରେ ଅପଶାସନ । ଝଡ଼ି-ବଢ଼ି-ମରୁଡ଼ିଠୁ ଆରମ୍ଭ କରି ନକ୍‌ସଲ୍ ମୁକାବିଲା ପାଇଁ କେନ୍ଦ୍ରକୁ ମଗାଯାଏ ମଦତ୍‌… କୋଟି କୋଟି ଟଙ୍କାର ହାତପାଣ୍ଠି । ମାତ୍ର ଆସୁଥିବା ଅସୁମାରି ଅର୍ଥ ବାଟମାରଣା ହୋଇ ବଂଦୀ ହୋଇପଡ଼େ କେତେ କାହା ବସ୍ତା ଭିତରେ ଗୁପ୍ତ ସିନ୍ଦୁକରେ । ପ୍ରବଞ୍ôଚତ ଜନଗଣ ପାଇଁ ରହିଯାଏ ପ୍ରାଣପୀଡ଼ା, ଅକାଳମୃତ୍ୟୁ, ଅନାହାର, ଅତ୍ୟାଚାର, ଅବିଚାର !

ଶାସିତ ମରୁ, ମାତ୍ର ଶାସକ ଜିଉ ଯୁଗଯୁଗ – ଏହାହିଁ ଆଜିକାର ରିସ୍‌ପତ୍ ରାଜନୀତି । ଯେଉଁ ରାଜନୀତି ବଞ୍ଚୁଚି ମୃତ୍ୟୁବଣିକର ଦୟାରେ, ଲୁଟେରାର ଲାଞ୍ଚରେ – ସେ ଦୋମୁହାଁ ରାଜନୀତି ଏଠି ଏଇ ଦେଶକୁ ମଧ୍ୟ ପରିଣତ କରିସାରିଚି ନିଜ ସ୍ୱାର୍ଥର ସ୍ୱାୟତ୍ତ ଶାସନକ୍ଷେତ୍ର ! ଅବସ୍ଥା ଅଣାୟତ୍ତ ହେଲାଣି – ବ୍ୟବସ୍ଥା କିନ୍ତୁ ସେମିତି ବ୍ୟବଧାନର ବିଷ ବ୍ୟୂହଟାଏ ! ଏ ବ୍ୟବସ୍ଥାର ମଧ୍ୟ ବ୍ୟବଚ୍ଛେଦ ହେବା ଦରକାର ଏବଂ ପୂର୍ଣ୍ଣଚ୍ଛେଦ ପଡ଼ିବା ଦରକାର ଏ ରକ୍ତଶୋଷକ ରିସ୍‌ପତ୍ ରାଜନୀତିର !

ଆଜିଠୁ ସରକାରୀ କଳର କବାଟକିଳା କାପାଳିକ କୋଠରୀ ଭାବରେ ପ୍ରଶାସନିକ ବ୍ୟବସ୍ଥାର ଯେଉଁସବୁ ବିଭାଗୀୟ ଦପ୍ତର ଏ ଦେଶରେ ସ୍ୱାଧୀନତା ପରେ ପରେ ଏକ ବିରାଟ ବିଶାଳ ମହାଦୁର୍ନୀତିର ମାୟାଜାଲ ସୃଷ୍ଟି କରିଚାଲିଛି, ତାହାକୁ ଆଜିଠୁ ଯାଗତିଆର ଭାବରେ ବାଧା ନଦେଲେ ଏ ମାୟାମଞ୍ଚରେ ଷାଠିଏ ମହଣ ଘିଅ ରନ୍ଧା ଚାଲିଥିବ, ହେଲେ ରାଧା ବନ୍ଧା ପଡିଥିବେ – କଳାକୁବେରମାନଙ୍କ ପୋଥା ଓ ପୋଥିରେ । ଜନଗଣଙ୍କର କୋଠିରେ କଳାକନା ବୁଲିଯାଇଥିବ ଛପରଚାଳ ଛତ୍ରଛାନ୍ଦ ହୋଇଚାଲିଥିବ ଆମ ଆଖି ଆଗେ ।

  • ମାୟାଧର ନାୟକ, ଯାଜପୁର ରୋଡ, ଯାଜପୁର
    ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.