ମାହାଙ୍ଗା ବୟାନ: 48 ଘଣ୍ଟା ପାଇଁ ପ୍ରମିଳାଙ୍କୁ ପ୍ରଚାର ମନା

0
  • ଭୁବନେଶ୍ୱର//TATKAL ODISHA//

ଭୋଟରଙ୍କୁ ପ୍ରଲୋଭିତ କରିବା ବୟାନ ବିଜେଡି ବିଧାୟିକା ତଥା ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପାଇଁ ମାହାଙ୍ଗା ସାବ୍ୟସ୍ତ ହୋଇଛି I

  ଫେବ୍ରୁଆରୀ ୧୪ ଅର୍ଥାତ ସୋମବାର ପୂର୍ବାହ୍ନ ୧୦ଟାରୁ ରାଜ୍ୟର କୌଣସି ସ୍ଥାନରେ ପ୍ରମିଳା ମଲ୍ଲିକ ନିର୍ବାଚନ ପ୍ରଚାର କରିପାରିବେ ନାହିଁ ।

ରାଜ୍ୟ ନିର୍ବାଚନ ବିଧି ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ରାଜ୍ୟର କୌଣସି ସ୍ଥାନରେ ନିର୍ବାଚନ ପ୍ରଚାର କରିବାକୁ ବାରଣ କରାଯାଇଛି ।

ଫଳରେ ୪୮ ଘଣ୍ଟା ପାଇଁ ପ୍ରମିଳା କୌଣସି ସ୍ଥାନରେ ପ୍ରଚାର କରିପାରିବେ ନାହିଁ ।

ରାଜ୍ୟ ନିର୍ବାଚନ କମିସନ ଲଗାଇଲେ କଟକଣା ।

Leave A Reply

Your email address will not be published.