ମାସୁଦ ଅଜହର ପରିବାର ନିପାତ, ଆକ୍ରମଣ ନେଇ ଆମେରିକାକୁ ଜଣାଇଲା ଭାରତ
- ନୂଆଦିଲ୍ଲୀ //TATKAL ODISHA //
ଭାରତର ଆକ୍ରମଣରେ ମାସୁଦ ଅଜହର ପରିବାର ନିପାତ ହୋଇଛନ୍ତି I ମାସୁଦର ଭାଇ, ଭଉଣୀଙ୍କ ସମେତ ୧୪ ମୃତ୍ୟୁ ବରଣ କରିଛନ୍ତି I
ଏମିତି ଶହେ ଆତଙ୍କବାଦୀ ନିହତ ହୋଇଛନ୍ତି I

ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି କର୍ଣ୍ଣେଲ ସୋଫିଆ ଓ ଓ୍ବିଙ୍ଗ କମାଣ୍ଡର ଭୂମିକା ସିଂ I
ସେମାନେ କହିଛନ୍ତି ଯେ, ୨୫ ମିନିଟର ହୋଇଥିଲା ଅପରେସନ I ତାହା ମଙ୍ଗଳବାର ରାତି ୧ଟା ୫ରୁ ୧ଟା ୩୦ ଯାଏ ମଧ୍ଯରେ ହୋଇଥିଲା I ଏଇ ୨୫ ମିନିଟରେ ୯ଟି ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍ କରାଯାଇଥିଲା I ପାକ୍ ସେନା କିଛି ବୁଝିବା ପୂର୍ବରୁ ଆତଙ୍କୀ ଆଡ୍ଡା ଧୂଳିସାତ କରାଯାଇଛି I
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନେତୃତ୍ବରେ ହୋଇଥିଲା ‘ଅପରେସନ ସିନ୍ଦୂର’ I
ଅପରେସନରେ ବ୍ୟବହାର ହୋଇନାହିଁ ମିସାଇଲ I
୯ଟି ଆତଙ୍କୀ ଆଡ୍ଡାକୁ ଟାର୍ଗେଟ ପୂର୍ବରୁ ଆତଙ୍କୀଙ୍କ କି ନାହିଁ ପୁଣି କ୍ରସ୍ ଚେକ୍ କରାଯାଇଥିଲା I ପୂର୍ବରୁ ଫାଇନାଲ କଲ୍ ନେଇଥିଲେ ଡୋଭାଲ I
ଏୟାର ଷ୍ଟ୍ରାଇକ ପରେ ଆମେରିକାକୁ ବିଧିବଦ୍ଧ ଜଣାଇଲା ଭାରତ
ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଓ ବୈଦେଶିକ ସଚିବଙ୍କୁ ଫୋନ କରି କଥା ହୋଇଥିଲେ ଅଜିତ ଡୋଭାଲ I ସେମାନେ ଏୟାର ଷ୍ଟ୍ରାଇକ ସଂପର୍କରେ ରାଷ୍ଟ୍ରପତି ଟ୍ରମ୍ପ୍ ଅବଗତ ଅଛନ୍ତି ବୋଲି ଜଣାଇଥିଲେ I
ଅନ୍ୟାପକ୍ଷରେ LOCରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ I ଏଥିରେ ଜାମ୍ମୁ ଓ କାଶ୍ମୀରର ପୁଞ୍ଚରେ ୧୦ ନାଗରିକଙ୍କ ମୃତ୍ୟୁ, ୩୮ ଆହତ ହୋଇଛନ୍ତି I