ମାଡ଼ି ଆସୁଛି ଆଉ ଏକ ବାତ୍ୟା !

0
  • ************************************
  • 2019ରେ ‘ଫନି’, 2020ରେ ‘ଅମ୍ଫାନ’ ଓ 2021ରେ ‘ୟାସ’ I କ୍ରମାଗତ ଭାବେ ତିନି ବର୍ଷରେ ତିନୋଟି ବାତ୍ୟା ବଙ୍ଗୋପସାଗରରେ ଅନୁଭୂତ ହୋଇ ଓଡ଼ିଶାରେ ବ୍ୟାପକ ଧନ ଜୀବନ ନଷ୍ଟ କରିଥିଲା I ପୁଣି ସେଇ ଭୟ ଓ ଆଶଙ୍କା ଏବେ ସଭିଙ୍କ ମନରେ ସୃଷ୍ଟି ହୋଇଛି I
  • *************************************

ନୂଆଦିଲ୍ଲୀ, ଭୁବନେଶ୍ୱର// TATKAL ODISHA//

ମାଡ଼ି ଆସୁଛି ଆଉ ଏକ ବାତ୍ୟା I ବଙ୍ଗୋପସାଗରରେ ତାହା ଦାନା ବାନ୍ଧିବା ଆରମ୍ଭ କରିଛି I ମେ ୭ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହେବ I ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଥିବା ନିମ୍ନ ଚାପ ଅଞ୍ଚଳ ମେ ୮ରେ ଏକ ଅବପାତରେ ପରିଣତ ହେବ I  ମେ ୯ରେ ଝଡବାତ୍ୟା଼ I ମେ ୧୦ରେ ପ୍ରବଳ ଘୂର୍ଣ୍ଣି ଝଡ଼ରେ ପରିଣତ ହେବ। ପରେ ଅଧିକ ଘନୀଭୂତ ହୋଇ ଆସନ୍ତା ୧୨  ପର୍ଯ୍ୟନ୍ତ ଉତ୍ତର ଉତ୍ତର-ପୂର୍ବ ଦିଗକୁ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଆଡକୁ ଗତି କରିବ ।

   ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏହି ସୂଚନା ଦେବା ପରେ ଓଡ଼ିଶାରେ ବାତ୍ୟା ପ୍ରଭାବିତ ଅଠର ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି I

ଆଇଏମଡି ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ବଙ୍ଗୋପସାଗରେ ବାତ୍ୟା ହେବା ନେଇ ପ୍ରାରମ୍ଭିକ ଆକଳନ କରାଯାଇଛି I ତେବେ ବର୍ତ୍ତମାନ ସୁଦ୍ଧା ବାତ୍ୟାର ରୂପରେଖ, ତୀବ୍ରତା, ଗତିପଥ ଓ ପ୍ରଭାବ କଣ ହେବ ସ୍ପଷ୍ଟ ହୋଇନାହିଁ I ହେଲେ  ଆସନ୍ତା ୯ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ଜଣାପଡ଼ିଛି I ତେଣୁ ମତ୍ସ୍ୟଜୀବୀମାନେ ୭ରୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ପ୍ରବେଶ ନ କରିବା ପାଇଁ   ଚେତାବନୀ ଦିଆ ଯାଇଛି I ଉପକୂଳ ଓଡ଼ିଶା ଲୋକେ ଭୟଭୀତ ନ ହେବା ଉଚିତ ବୋଲି ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି I 

Leave A Reply

Your email address will not be published.