ମାଟ୍ରିକ ପରୀକ୍ଷା ବାତିଲ

0

ଭୁବନେଶ୍ୱର//ତତ୍କାଳ ଓଡିଶା //

କରୋନା ସଂକ୍ରମଣ କାରଣରୁ ମାଟ୍ରିକ୍ ଓ ମଦ୍ରାସା ପରୀକ୍ଷା ବାତିଲ ହୋଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ନିଷ୍ପତ୍ତି ନିଆଯାଇଛି I ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ଘୋଷଣା କରିଛନ୍ତି ।

ମନ୍ତ୍ରୀ କହିଥିଲେ , ମାଧ୍ୟମିକ ଶିକ୍ଷା ବୋର୍ଡର ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ପରୀକ୍ଷା ଫଳ ଘୋଷଣା ହେବ । ଏଥିରେ ମିଳିଥିବା ମାର୍କ ଏବଂ ଗ୍ରେଡ୍ରେ ଛାତ୍ରଛାତ୍ରୀ ଅସହମତି ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ପରୀକ୍ଷା ଦେଇପାରିବେ । କରୋନା ସ୍ଥିତି ଟଳିବା ପରେ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରିବ ।

Leave A Reply

Your email address will not be published.