ମହାପ୍ରଭୁ ତଳେ ପଡ଼ିଗଲେ ରାଜ୍ୟ ପାଇଁ କି ବିପଦ?: ‘ନୀଳାଦ୍ରି ମହୋଦୟଃ’ର ସତର୍କବାଣୀ 

0

ପୁରୀ, ଭୁବନେଶ୍ୱର//TATKAL ODISHA//EXCLUSIVE//

ଆଡପ ମଣ୍ଡପକୁ ଯିବାବେଳେ ମଙ୍ଗଳବାର ସନ୍ଧ୍ୟାରେ ମୁହଁ ମାଡ଼ି ପଡ଼ିଯାଇ ଥିଲେ ବଡ଼ ଠାକୁର I ଆଠ  ଜଣ ସେବାୟତ ଆହତ ହୋଇଥିଲେ।

ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଥିବା ବେଳେ କିଛି ସେବାୟତ ନିଜର କର୍ତ୍ତବ୍ୟ ଠିକ ଭାବେ ନ କରି ‘ମହାପ୍ରଭୁଙ୍କ ଇଛା’ ବୋଲି କହି କଥାକୁ ଏଡ଼ାଇବାକୁ ଚେଷ୍ଟା କରିଛନ୍ତି I 

ତେବେ ପୁରାତନ ପବିତ୍ର ଗ୍ରନ୍ଥ ‘ନୀଳାଦ୍ରି ମହୋଦୟଃ’ରେ ବର୍ଣିତ ଶ୍ଳୋକ 43ରୁ 49 ମଧ୍ଯରେ ତାହା ସ୍ପଷ୍ଟ ଉଲ୍ଲେଖ ରହିଛି I ଏହି ଅଘଟଣ ରାଜା ତଥା ରାଜ୍ୟ ପାଇଁ ବଡ଼ ବିପଦ ସୃଷ୍ଟିର ବଡ଼ ଆଶଙ୍କା ବୋଲି ସେଥିରେ ସତର୍କ କରିଦିଆ ଯାଇଛି I  

ଦେଖନ୍ତୁ.. ‘ନୀଳାଦ୍ରି ମହୋଦୟଃ’ରେ କଣ ସବୁ କୁହାଯାଇଛି…

  • ମୁରବୈରିଣ ଏତସ୍ୟ ଜଗଦୀଶସ୍ୟ ଭୂପତେହେଃ । ଭଦ୍ରାୟାଶ୍ଚ ବଳସ୍ୟାପି ପ୍ରମାଦାତ୍ ପତନଂ ଯଦି ॥ ୪୩ ॥
  • ମହାଭୟଂ ନୃପସ୍ୟାପି ରାଜ୍ୟସ୍ୟାପି ଭବେ ଧ୍ରୁବମ୍ । ଦୁର୍ଭିକ୍ଷ ମରଣ” ଚୈବ ଜାୟତେ ଚ ପୁନଃ ପୁନଃ ॥ ୪୪ ||

ଅର୍ଥାତ ହେ ରାଜା! ଅସାବଧାନତା ହେତୁ ଯଦି ଜଗନ୍ନାଥ, ବଳଭଦ୍ର କିମ୍ବା ସୁଭଦ୍ରା ତଳେ ପଡ଼ିଯାଆନ୍ତି, ତେବେ ରାଜାଙ୍କର ଏବଂ ରାଜ୍ୟର ମହା ଅନିଷ୍ଟ ହେବ। ଦୁର୍ଭିକ୍ଷ ପଡ଼ିବ। ମହାମାରୀ ବାରମ୍ବାର ହେବ।

  • ଶ୍ରୀପତେ ପତନେ ଯାବନନ୍ୟସ୍ଥା ମହିଷୀ ନୃପ । ଅତଃ ଶାନ୍ତିଂ ତଦା କୁର୍ଯ୍ୟାଦ୍ ବିଷ୍ଣୁପ୍ରୀଣନହେତବେ ॥ ୪୫ ॥

ଅର୍ଥାତ, ଠାକୁର ପଡ଼ିଗଲେ ରାଣୀଙ୍କର ମୃତ୍ୟୁ ହେବ। ତେଣୁ ବିଷ୍ଣୁଙ୍କର ପ୍ରୀତି ଜଦ୍ଦେଶ୍ୟରେ ଶାନ୍ତି ବିଧାନ କରିବ ।

  • ବିପ୍ରଦ୍ୱାରା ମୂଳମନ୍ତ୍ର° ଲକ୍ଷମାତ୍ର° ଚ ଜାପୟେତ୍ । ହୋମସ୍ତନ୍ନନ୍ତତଃ କାର୍ଯ୍ୟସ୍ତଦ୍ଦଶାଂଶେନ ତର୍ପଣମ୍‌ ॥ ୪୬॥

ଅର୍ଥାତ, ବ୍ରାହ୍ମଣମାନଙ୍କ ଦ୍ବାରା ମୂଳମନ୍ତ୍ର ଏକ ଲକ୍ଷ ବାର ଜପ କରାଇବ। ସେତିକି ସଂଖ୍ୟକ ଅର୍ଥାତ ଏକ ଲକ୍ଷ ଗବ୍ୟ ଘୃତରେ ଆହୁତି ଦେଇ ହୋମ କରିବ I ଦଶହଜାର ତର୍ପଣ କରାଇବ।

  • ତଥୈବ ମାର୍ଜନଂ ଭୂପ ତଦ୍ଦଶାଂଶେନ ଭୋଜନମ୍‌ । ବିପ୍ରେଭ୍ୟଶ୍ଚ ସୁବର୍ଣ୍ଣାନି ଦତ୍ୱା ଶାନ୍ତି° ଚରେଦ୍ ଭବାନ ॥

ହେ ରାଜନ! ସେତିକିବାର ମାର୍ଜନ କରାଇ ତାହାର ଏକ ଦଶମାଂଶ ଅର୍ଥାତ ବ୍ରାହ୍ମଣ ଭୋଜନ କରାଇବ। ବ୍ରାହ୍ମଣମାନଙ୍କୁ ସୁବର୍ଣ୍ଣ ଦାନ କରି ତୁମ୍ଭେ ଶାନ୍ତି ବିଧାନ କରିବ I

  • ଅତସ୍ତ° ସାବଧାନୋ ଽତ୍ର ଭବିଷ୍ୟସି ନୃପୋତ୍ତମ 1 ପ୍ରୟାଣେ ଜଗଦୀଶସ୍ୟ ମହୋତ୍ସବପରୋ ଭବେତ୍ || ୪୮ ||

ହେ ରାଜା ! ଅତଏବ ଉତ୍ସବମାନଙ୍କରେ ଠାକୁରଙ୍କ ପହଣ୍ଡି ସମୟରେ ଅତି ସାବଧାନତା ଅବଲମ୍ବନ କରିବ ।

  • ବଳବନ୍ତଶ୍ଚ ଯେ କେଚିତ୍ ସେବକା ମୁରବୈରିଣ
  • ଉଭୟୋ ପାର୍ଶ୍ବୟୋସ୍ତସ୍ୟ | ନିଯୋଜ୍ଯାସ୍ତେ ପ୍ରଯତ୍ନତଃ || ୪୯ ||

ସେବକମାନଙ୍କ ମଧ୍ୟରେ ଯେଉଁମାନେ ବଳୁଆ ଲୋକ  ସେମାନଙ୍କୁ ମହାପ୍ରଭୁଙ୍କ ଉଭୟ ପାର୍ଶ୍ବରେ ଯତ୍ନପୂର୍ବକ ନିଯୁକ୍ତ କରିବ।

(ନୀଳାଦ୍ରି ମହୋଦୟଃ -1 (307)

ଯଦି ଆମେ ଆମ ଧର୍ମ ଗ୍ରନ୍ଥକୁ ବିଶ୍ୱାସ କରୁ ତାହାଲେ ‘ରାଜା’ ଏହି ଦୋଷରୁ ମୁକ୍ତି ପାଇଁ ଦିଆଯାଇଥିବା ପ୍ରତିକାରସବୁ କରିବାକୁ ପଡ଼ିବ I

ତାହା କଲେ ରାଜ୍ୟ ତଥା ଦେଶର ମଙ୍ଗଳ ହେବ I

Leave A Reply

Your email address will not be published.