ମହାପ୍ରଭୁଙ୍କ ସ୍ନାନଯାତ୍ରା

0

  ଶ୍ରୀମନ୍ଦିରରେ ବର୍ଷ ସାରା ଅନେକ ଯାନିଯାତ୍ରା, ପର୍ବ ପର୍ବାଣି ପାଳିତ ହୁଏ | ମୁଖ୍ୟତଃ ବାରଟି ଯାତ୍ରାର ପ୍ରାଧାନ୍ୟ ସମ୍ପର୍କରେ ଏକ ସୁନ୍ଦର ଶ୍ଳୋକ ରହିଛି :-  

 "ମଞ୍ଚ ସ୍ନାନଂ ରଥ ବରଗତିଃ ଶାୟନେ ଚାୟନେ ତ୍ୱେ, ପାର୍ଶ୍ଵ ବୃତ୍ତି8, ଶୟନ ନିବୃତ୍ତି8 ପାବୃତ୍ତ୍ୟେୟୀ8 ପୁଷ୍ୟ ପୂଜା, ଦୋଳଯାତ୍ରା ଦମନକ ମହୋତାକ୍ଷପୂଜା ତୃତୀୟା,ଚୈକ°ଯାତ୍ରା ଵିଧିନିଗଦିତା ଦ୍ୱାଦଶୈତା ନରେନ୍ଦ୍ର |"   


ଉଲ୍ଲିଖିତ ଶ୍ଳୋକ ବର୍ଣ୍ଣିତ ଦ୍ୱାଦଶ ଯାତ୍ରା ହେଲା 'ସ୍ନାନଯାତ୍ରା, ରଥଯାତ୍ରା, ଶୟନ, ଦକ୍ଷିଣାୟନ, ପାର୍ଶ୍ଵ ପରିବର୍ତ୍ତନ, ଉତ୍ଥାପନ, ପ୍ରାବରଣ ଷଷ୍ଠୀ, ପୁଷ୍ୟପୂଜା, ଉତ୍ତରାୟଣ, ଦୋଳ, ଦମନକ ଚତୁର୍ଦଶୀ, ଅକ୍ଷୟ ତୃତୀୟା |
କଥାରେ ଅଛି ବାର ମାସରେ ତେର ପର୍ବ |ପ୍ରକୃତରେ କହିବାକୁ ଗଲେ ବାହାର ଯାତ୍ରୀ ସମାଗମ ଓ ଗୁରୁତ୍ୱ ଦୃଷ୍ଟିରୁ ସ୍ନାନଯାତ୍ରା, ରଥଯାତ୍ରା, ଦୋଳ ଯାତ୍ରା ଓ ଅକ୍ଷୟ ତୃତୀୟା ତଥା ଚନ୍ଦନ ଯାତ୍ରା ପ୍ରମୁଖତା ରହିଛି |
ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ଦେବସ୍ନାନ ପୂର୍ଣ୍ଣିମା ନାମରେ ଖ୍ୟାତ | ଏହିଦିନ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କର ସ୍ନାନ ଉତ୍ସବ ଅନୁଷ୍ଠିତ ହୁଏ |ଶ୍ରୀମନ୍ଦିରର ବିଭିନ୍ନ ଉତ୍ସବରେ ଚଳନ୍ତି ପ୍ରତିମାମାନେ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ରୂପେ ଯୋଗଦାନ କରିଥାନ୍ତି | କେବଳ ସ୍ନାନଯାତ୍ରା ଓ ରଥଯାତ୍ରାରେ ଦାରୁମୂର୍ତ୍ତି ମାନେବିଜେ ହୁଅନ୍ତି |ବାହାର ବେଢାରେ ମନ୍ଦିରର ପୂର୍ବୋତ୍ତର ଦିଗରେ ସ୍ନାନ ମଣ୍ଡପ ନିର୍ମିତ ହୋଇଛି |ଏହି ମଣ୍ଡପର ଦୈର୍ଘ୍ୟ ଓ ପ୍ରସ୍ଥ ଉଭୟ 75 ଫୁଟ | ମଣ୍ଡପ ଉପରକୁ ଯିବାପାଇଁ ଉତ୍ତର ଓ ଦକ୍ଷିଣ ପାର୍ଶ୍ଵରେ ପାହାଚ ଅଛି |ଦାରୁ ମୂର୍ତ୍ତି ମାନଙ୍କୁ ପହଣ୍ଡି କରାଯାଇ ଆନନ୍ଦ ବଜାର ପରିସରରେ ଥିବା ସ୍ନାନ ମଣ୍ଡପକୁ ଅଣାଯାଏ | ମଙ୍ଗଳ ଆଳତି, ଅବକାଶ ପ୍ରଭୃତି ଦୈନିକ ନୀତି ସ୍ନାନ ମଣ୍ଡପରେ କରାଯାଏ |ଶ୍ରୀମନ୍ଦିର ଉତ୍ତର ଦିଗସ୍ଥ କୂଅର ନାମ "ସୁନାକୁଅ "|ଏକାଦଶ ଶତାବ୍ଦୀରେ ଚୋଡ଼ଗଙ୍ଗ ଦେବ ବହୁ ରାଜ୍ୟ ଜୟକରି ଆଣିଥିବା ସୁନାକୁ କୂଅରେ ଭର୍ତ୍ତି କଲେ ଓ ପରେ ସେହି ସୁନାକୁ ଜରାଜୀର୍ଣ୍ଣ ମନ୍ଦିର ସ୍ଥାନରେ ନୂତନ ମନ୍ଦିର ନିର୍ମାଣ ପାଇଁ ବିନିଯୋଗ କଲେ |ସେହି ଦିନରୁ ସେଇ କୂଅର ନାମ 'ସୁନାକୁଅ" | ସେହି କୂଅରୁ 108ଗରା ପାଣି ଅଣାଯାଇ ସେଥିରେ ଚନ୍ଦନ, କର୍ପୁର, ଚୁଆ ଆଦି ମିଶାଯାଏ |ଅବକାଶ ନୀତି ସମାପନ ପରେ ଦିଅଁମାନେ ନୂଆ ଲୁଗା ଓ ମାଳ ଚୁଳ ବେଶରେ ସଜେଇ ହୁଅନ୍ତି | ଗରାବଡୁ ମାନେ ଅଧିବାସ ଜଳକୁ ସ୍ନାନ ମଣ୍ଡପରେ ଦେବାଦେବୀଙ୍କ ପାଇଁ ପୃଥକ କରନ୍ତି | ତିନିଜଣ ପୂଜାପଣ୍ଡା ଅଧିବାସ ଜଳକୁ ଷୋଡଶ ଉପଚାରରେ ପୂଜା କରନ୍ତି |ଶ୍ରୀଜଗନ୍ନାଥଙ୍କୁ 35କୁମ୍ଭ ଜଳରେ, ବଳଭଦ୍ରଙ୍କୁ 33କୁମ୍ଭ ଜଳରେ, ସୁଭଦ୍ରାଙ୍କୁ 22କୁମ୍ଭ ଜଳରେ ଓ ସୁଦର୍ଶନଙ୍କୁ 18କୁମ୍ଭ ଜଳରେ ପୂଜାପଣ୍ଡାଙ୍କ ଦ୍ୱାରା ସ୍ନାନ କରାଯାଏ |

ସ୍ନାନ ପରେ ଗଜପତି ମହାରାଜା କିମ୍ବା ତାଙ୍କ ପ୍ରତିନିଧି ମୁଦିରସ୍ତଙ୍କ ଦ୍ୱାରା ଛେରାପହଁରା କାର୍ଯ୍ୟ ସମାପନ କରାଯାଏ | ତାପରେ ଦିଅଁମାନଙ୍କୁ ହାତୀ ବେଶରେ ସଜ୍ଜିତ କରାଯାଏ |ସ୍ନାନ ମଣ୍ଡପର ଏ ସୁନ୍ଦର ଦିବ୍ୟ ଦୃଶ୍ୟକୁ ବଡଦାଣ୍ଡରେ ଠିଆହୋଇ ଶ୍ରଦ୍ଧାଳୁମାନେ ଦର୍ଶନ କରି ଅପୂର୍ବ ଆନନ୍ଦ ଲାଭ କରନ୍ତି ଓ କୃତାର୍ଥ ବୋଧ କରନ୍ତି |
ଜୟ ଜଗନ୍ନାଥ 🙏🙏

ଶ୍ରୀକାନ୍ତ ଦାଶ, ସାଧାରଣ ସମ୍ପାଦକ,ଓଡ଼ିଆ ଜାତୀୟ ସମ୍ମିଳନୀ,
ଦୂରଭାଷ :9238304919

Leave A Reply

Your email address will not be published.