ମହାଗିରି ପାହାଡ଼ର ‘ଅଶୋକ ଝର’, ଓଃ କି ସୁନ୍ଦର!
- ଆସନ୍ତୁ ବୁଲିଯିବା
*ଯାଜପୁର ରୋଡ //TATKAL ODISHA //
ଦୂରରୁ ପ୍ରାଚୀର ଭଳି ଲମ୍ବି ଯାଇଛି ନିଳ ପାହାଡ଼..ଚତୁଃର୍ଦିଗରେ ବ୍ୟାପ୍ତ ହୋଇଛି ଆକାଶକୁ ଛୁଇଁଥିବା ଶାଳ, ପିଆଶାଳ ଭଳି ବିରାଟ ବୃକ୍ଷରାଜି, କେତେ ରକମର ଜଙ୍ଗଲୀ ଗୁଳ୍ମରେ ଆଚ୍ଛାଦିତ ହୋଇଛି ଏଇ କ୍ଷେତ୍ର I ଆଉ ସେଇ ଶାନ୍ତ, ସ୍ନିଗ୍ଧ ଓ ମନଲୋଭା ପାହାଡ଼ ଚୂଡ଼ାରୁ ଅହର୍ନିସୀ ଝରି ଚାଲିଛି -‘ଅଶୋକ ଝର’..
ଓଃ କି ସୁନ୍ଦର ! କି ମନୋରମ !!
- କେଉଁଠି ରହିବେ?:
- ଯାଜପୁର ରୋଡ କିମ୍ବା ଚଣ୍ଡିଖୋଲରେ ଥିବା ହୋଟେଲରେ ରହିପାରବେ
ମହାଗିରି ପାହାଡର ଅଶୋକ ଝର ଆଜିର ନୁହେଁ, ଏହା ପଛରେ ରହିଛି ରାମାୟଣ ଯୁଗ ସହ ସଂଯୁକ୍ତ ଏକ ବିରାଟ ଐତିହ୍ୟ ସମ୍ପନ୍ନ ଇତିହାସ I କେତେ କିମ୍ବଦନ୍ତୀ ଓ କେତେ ଲୋକକଥା ସହ ବି ଏହା ଉତପ୍ରୋତଃ ଭାବେ ଜଡ଼ିତ I
ଆପଣ ଅଶୋକ ଝର ମନୋରମ ଦୃଶ୍ୟ ଦେଖିବା ସହ ପାହାଡ଼ ଚୁଡ଼ାକୁ ଯାଇ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ I ପୀଠ ମହାଦେବଙ୍କ ଠାରେ ପୂଜାର୍ଚନା କରିପାରିବେ I ବଣଭୋଜି କରିବାର ବି ବ୍ୟବସ୍ଥା ରହିଛି I
ବିଶିଷ୍ଟ ଶ୍ରମିକ ନେତା ତଥା ସାହିତ୍ୟିକ ମାୟାଧର ନାୟକ TATKAL ODISHAକୁ କହିଛନ୍ତି ଯେ,ଅଶୋକ ଝର ଭଳି ପର୍ଯ୍ୟଟନ କ୍ଷେତ୍ରର ବିକାଶ ନିହାତି ଜରୁରୀ I ଏହି ପୀଠରୁ ତଳନଗଡ଼ାକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ପାଇଁ ଡ଼ିଏମ ପାଣ୍ଟି ପାଣ୍ଠିରୁ 9.65 କୋଟି ଟଙ୍କା ବ୍ୟୟ କରାଯାଇଛି । ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ଲାଗି ପ୍ରାୟ 9 କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଛି I ହେଲେ ପର୍ଯ୍ୟଟକ ଓ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ଜରୁରୀ I ଏଥି ସହ ଏକ ପୋଲିସ ଫାଣ୍ଡି ବି ପ୍ରତିଷ୍ଠା କରାଯାଉ I ତାହା ହେଲେ ପର୍ଯ୍ୟଟକ ସଂଖ୍ୟା ଆହୁରି ବଢ଼ିଯିବ I “
ତାହେଲେ ଅସନ୍ତୁ ଅଶୋକ ଝାରକୁ ପରିବାର ସହ ବୁଜିଯିବା…