ମର୍ତ୍ତ୍ୟର ଅମରାବତୀ :ହସ-ଖସ୍ ଗାଁ

0

ଆଲେଖ୍ୟ : ଶୁଭେନ୍ଦୁ କୁମାର ଭୂୟାଁ 

ପାଠକଙ୍କ ଅନୁରୋଧ କ୍ରମେ  ‘ତତ୍କାଳ ଓଡିଶା’ ପକ୍ଷରୁ ଆରମ୍ଭ ହୋଇଛି ଆଉ ଏକ ନୂଆ ସ୍ତମ୍ବ..ଭ୍ରମଣ I ଆପଣଦିଲ୍ଲୀ ପରିଭ୍ରମଣ ବେଳେ  ଐତିହାସିକ *ହସ-ଖସ୍ ଗାଁ* ବୁଲି  ଯିବାକୁ କେବେ ଭୁଲିବେ ନାହିଁ… ପାଇବେ ଏକ ଅନୁଭୂତି… କାରଣ  ତାହା ପ୍ରେମୀ ଯୁଗଳଙ୍କ ପାଇଁ “ମର୍ତ୍ତ୍ୟର  ଅମରାବତୀ”ବୋଲି ଅଭିହିତ କରାଯାଏ …. ସମ୍ପାଦିକା 

ଇତିହାସର ଆଇନାରେ ଦିଲ୍ଲୀ –ଦିଲ୍ଲୀ ପରିଭ୍ରମଣର ଆଉ ଗୋଟିଏ ଅଧ୍ୟାୟ ଭିତରେ ଥିଲା *ହସ-ଖସ୍ ଗାଁ ହସଖସ୍ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସର ଠାରୁ ମାତ୍ର ଗୋଟେ କିମି ଦୂରରେ ବୋଧେ ଇତିହାସର  କେଉଁ ଅଜ୍ଞାତ ଅଧ୍ୟାୟର ଆଢୁଆଳରେ ରହିଛି ଏଇ ଐତିହ୍ୟମଣ୍ଡିତ ସ୍ଥାନ : ଯାହାକୁ କୁହାଯାଉଛି :: 

*HAUZ KHAS VILLAGE* .ଏଠି ରହିଛି ଦିନେ ପ୍ରାଚୀନ ଦିଲ୍ଲୀ ମସନଦ୍ ର ସୁଲତାନ୍ ଥିବା FIRUZ(FIROZ) SHAH TUGHLAQ (1351-20.09.1388)ଙ୍କ ସୁରମ୍ୟ ସମାଧି ଇମାରତ୍ ।। ଆଶ୍ଚର୍ଯ୍ୟର କଥାହେଲା ନିଜେ ସୁଲତାନ ତାଙ୍କ ଜୀବିତାବସ୍ଥାରେ 1354 ମସିହାରେ ଏହାକୁ ନିର୍ମାଣ କରାଇଥିଲେ । ଏହି ପରିସରରେ ପ୍ରଥମେ ଏକ ବିଶାଳ ଝରଣାପ୍ରାୟ ଜଳାଶ୍ରୟ ଖୋଳାଇଥିଲେ ଆଲ୍ଲାଉଦ୍ଦିନ ଖିଲଜୀ (1296-1316)।

ମଧ୍ୟଯୁଗୀୟ ଦିଲ୍ଲୀର ଏହି ଦ୍ୱିତୀୟ  ନଗରୀ ବି ସେ ପ୍ରତିଷ୍ଠା କରିଥିଲେ ।। ପରେ ଫିରୋଜ୍ ଶାହା ଏହାର ପୁନଃ ଖନନ ସହ ଦକ୍ଷିଣ ଓ ପୂର୍ବ ତଟରେ ଗଢିଥିଲେ ହସଖସ୍ ବା ରାଜକୀୟ ପୁଷ୍କରିଣୀ ।। ଏହାର ପରିବେଷ୍ଟନୀ ପ୍ରାଚୀର ଥିଲା ଆଧୁନିକ କଳାକୀର୍ତ୍ତିର ଏକ ମନୋରମ ପରିପ୍ରକାଶ ।। ଏହି ଐତିହାସିକ ସ୍ଥଳରେ ଥିବା ସୁଲତାନଙ୍କ ସମାଧି ମନ୍ଦିର  ପୂର୍ବରୁ ସିକନ୍ଦର ଲୋଦିଙ୍କ ଶାସନକାଳରେ (1507)ରେ ବି ପୁନଃ ନିର୍ମିତ ହୋଇଥିଲା ।

ଏଠାରୁ ମିଳିଥିବା  ଏକ ପ୍ରାଚୀନ ଶିଳାଲେଖରୁ ଜଣାଯାଇଛି, ଯେ,  ବହୁତଳବିଶିଷ୍ଟ ଏହି  ଇମାରତଗୁଡିକ ଥିଲା ଶିକ୍ଷାର୍ଥୀମାନଙ୍କର ମଦ୍ରାସା ବା ଶିକ୍ଷାନୁଷ୍ଠାନ  ।।

1399 ମସିହାରେ ଦିଲ୍ଲୀ ନଗରୀ ଅଧିକାର କରିଥିବା ତୈମୁର ହସଖସ୍ ର ଏହି ପୁରାତନ ପୁଷ୍କରଣୀ ଓ ତାର ତଟ ଦେଶରେ ଗଢିଉଠିଥିବା କଳାକୀର୍ତି ବିମଣ୍ଡିତ ଇମାରତସବୁ ଦେଖି ହୋଇଥିଲେ ଅଭିଭୂତ ।   

ଦିଲ୍ଲୀର ଲୋକପ୍ରିୟ ସୁଲତାନଙ୍କ ଭଗ୍ନପ୍ରାୟ ସମାଧି କୀର୍ତ୍ତିର ସଂରକ୍ଷଣ ଏବେ ଦିଲ୍ଲୀର ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ( A.S.I. )କରୁଥିବା  ଦେଖିବାକୁ ମିଳିଥିଲା ।। ଉପଯୁକ୍ତ ପ୍ରଚାର ଓ ପ୍ରସାର ଅଭାବରୁ ହସଖସ୍  ଐତିହ୍ୟ ସ୍ଥଳ ସଂଭବତଃ ଦିଲ୍ଲୀଗାମୀ ପର୍ଯ୍ୟଟକ ଙ୍କ ଲୋକଲୋଚନକୁ ଆସିପାରିନାହିଁ । 

  ହଁ, ହସଖସ୍ ର ଏଇ ପ୍ରାଚୀନ ଝିଲ୍ ( ସୁନ୍ଦର  ପୁଷ୍କରଣୀ), ପୁରାତନ ଇମାରତ, ନିର୍ଜନ  କୋଠରୀ ଓ ପୁଷ୍ପମଣ୍ଡିତ ଉପବନଗୁଡିକ ଏବେ ପ୍ରେମୀଯୁଗଳଙ୍କ ଲାଗି ମର୍ତ୍ତ୍ୟର ନିରାପଦ ଅମରାବତୀରେ ପରିଣତ ହୋଇଛି ।

Leave A Reply

Your email address will not be published.