ମମତାଙ୍କ ଅହଂକାରରେ ‘ଧାମ’ ଘୋଷଣା ହୁଏ ନାହିଁ: ବିଶ୍ଵଭୂଷଣ
- ଭୁବନେଶ୍ୱର//TATKAL ODISHA//
‘ଜଗତରେ ନାଥ ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ I ସବୁଠି ଜଗନ୍ନାଥ ମନ୍ଦିର ହୋଇପାରିବ I ମାତ୍ର ‘ଧାମ’ ଘୋଷଣା ମନଇଛା ହୋଇପାରିବ ନାହିଁ I ଦିଘାରେ ନବ ନିର୍ମିତ ଜଗନ୍ନାଥ ମନ୍ଦିକୁ ‘ଜଗନ୍ନାଥ ଧାମ’ କୁହାଯିବ ନାହିଁ I ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅହଂକାର ଯୋଗୁଁ ଏସବୁ ହେଉଛି I ସେଥିପାଇଁ ସେ ନିନ୍ଦିତ ହେବେ I’
ମଙ୍ଗଳବାର ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି I
“ହିନ୍ଦୁ ଧର୍ମର ବିଶ୍ୱାସ ସହ ମମତା ଖେଳ ଖେଳୁଛନ୍ତି I ଏହା କଦାପି ଗ୍ରହଣ ଯୋଗ୍ୟ ନୁହେଁ I ଅକ୍ଷମଣୀୟ ମଧ୍ୟ”

ବିଶ୍ଵଭୂଷଣ କହିଛନ୍ତି ଯେ, ହିନ୍ଦୁ ଧର୍ମର ଶାସ୍ତ୍ର ସମ୍ମତ ନୀତି ନିୟମ ରହିଛି I ଭାରତରେ ଚାରିଧାମ ରହିଛି I ଶ୍ରୀକ୍ଷେତ୍ର ପୁରୀ ସମେତ ରମେଶ୍ୱରମ, ବଦ୍ରୀନାଥ ଓ ଦ୍ଵାରକାନାଥ I ହେଲେ ପୁରୀ ହେଉଛି ଶ୍ରେଷ୍ଠ ଧାମ I କାହିଁ କେଉଁ କାଳରୁ ତାହା ଗ୍ରହଣ କରାଯାଇଛି I ତେଣୁ ନିଜ ଅହଂକାର ନେଇ କିଛି କରିବା କଥା ନୁହେଁ I ହେଲେ ମମତା ତାହା କରୁଛନ୍ତି I ହିନ୍ଦୁ ଧର୍ମର ବିଶ୍ୱାସ ସହ ସେ ଖେଳ ଖେଳୁଛନ୍ତି I ଏହା କଦାପି ଗ୍ରହଣ ଯୋଗ୍ୟ ନୁହେଁ I ଅକ୍ଷମଣୀୟ ମଧ୍ୟ I ତେଣୁ ମମତା ନିନ୍ଦିତ ହେବା ପୂର୍ବରୁ ଦିଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ଉଠାଇ ଦେବା ଜରୁରୀ I’
- ଦେଖନ୍ତୁ TATKAL ODISHAର ପୂର୍ବ ରିପୋର୍ଟ...
// BIG CONTROVERSY//
ଦୀଘାରେ ଜଗନ୍ନାଥ ଧାମ କାହିଁକି? କାହା ଅନୁମତିରେ ଯାଇଥିଲେ ଶ୍ରୀମନ୍ଦିର ସେବାୟତ??