ମନିଶ ଅନୁରାଗ ମୃତ୍ୟୁ ରହସ୍ୟ ପର୍ଦାଫାଶ : ହତ୍ୟା ସ୍ପଷ୍ଟ ?

0

  • TATKAL ODHISHA //EXCLUSIVE//
  • ଭୁବନେଶ୍ୱର, ଫୁଲବାଣୀ, କଟକ //ବ୍ୟୁରୋ ରିପୋର୍ଟ //

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍କ ମୃତ୍ୟୁ ହେଲା କେମିତି? କିଏ ତାଙ୍କୁ ହତ୍ୟା କଲା? ନା ନିଜେ ରାତିରେ ପୋଖରୀରେ ପଡ଼ି ମରିଥିଲେ??

ହତ୍ୟା ପରେ ପୋଖରୀରେ ଅନୁରାଗଙ୍କ ଶବ ଫିଙ୍ଗିଥିଲେ…

   ରାଜଧାନୀ ବାସିନ୍ଦା ଏହି ପ୍ରଶ୍ନ ବାରମ୍ବାର ଉତ୍ଥାପନ କରି ଚିନ୍ତା ପ୍ରକଟ କରିବା ପରେ  ପୋଲିସ ପାଇଁ ଏକ ବଡ଼ ଚାଲେଞ୍ଜ ଥିଲା I ଶେଷରେ ପୋଲିସକୁ ମିଳିଲା ସୁରାକ I  ମନିଷଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ସାଙ୍ଗମାନେ ପୋଖରୀରେ ଫିଙ୍ଗି ଦେଇଥିଲେ? ତଦନ୍ତ ପରେ ପୋଲିସ ଏହା ଜାଣି ପାରିଛି I ଖୁବଶୀଘ୍ର ତାର ଖୁଲାସା କରିବ ପୋଲିସ I

  • ହତ୍ୟା ବେଳେ ଅଭିଯୁକ୍ତ ପ୍ରବଳ ନିଶା ସେବନ କରିଥିବା ସୂଚନା
  • କେଉଁ ନିଶା ଖାଇଥିଲେ ତଦନ୍ତ ପରେ ପୋଲିସ ଖୋଲାସା କରିବ

 ବିଶେଷ ସୂତ୍ରରୁ ଜଣାପଡିଛି ଯେ, ଘଟଣାଦିନ ରାତିରେ ହୋଟେଲ ବାରରେ ୩୫ ହଜାର ଟଙ୍କାର ବିଲକୁ ନେଇ ସାଙ୍ଗମାନଙ୍କ ମଧ୍ୟରେ ବିବାଦ ହୋଇଥିଲା । କେହି ସାଙ୍ଗ ଟଙ୍କା ନଦେବାରୁ ବାର କର୍ମଚାରୀ ଶେଷରେ ମନୀଷଙ୍କ ମୋବାଇଲ ବନ୍ଧକ ରଖିଥିଲେ । ବିଲମ୍ବିତ ରାତ୍ରିରେ  ମନୀଷ ଘରୁ ଟଙ୍କା ମଗାଇ ବିଲ ପୈଠ କରିଥିଲେ ।  ଟଙ୍କା ଦେବା ପରେ ମନୀଷ ହୋଟେଲରୁ ବାହାରକୁ ଆସିଥିଲେ ହେଁ ବିବାଦ ଥମି ନଥିଲା I

  ରାତି ପ୍ରାୟ ସାଢ଼େ ୩ରେ ମନିଷ ହୋଟେଲରୁ ବାହାରେ  ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏପରିକି ମନିଷ ଓ  ସାଙ୍ଗମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଧସ୍ତାଧସ୍ତିବେଳେ ସଂଘବଦ୍ଧ ଆକ୍ରମଣରେ ମନିଷର ମୃତ୍ୟୁ ଘଟିଥିଲା । ପରେ ପ୍ରମାଣ ନଷ୍ଟ ପାଇଁ ମନୀଷର  ଶବ ଲୁଚାଇବାକୁ ପୋଖରୀରେ ଫିଙ୍ଗି ଦେଇ ଥିଲେ I

ପରେ ଅଭିଯୁକ୍ତଦ୍ୱୟ ପଳାଇଆସି ସକାଳ  ସାଢ଼େ ୫ରେ  ହୋଟେଲ ସ୍ୱାଗତ ପାଲେସ ଆସି ସେଠାରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରହିଥିଲେ । ହେଲେ  ଅପରାହ୍ଣରେ ପୋଖରୀରୁ ମନିଷର ମୃତ ଦେହ ମିଳିବା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ଶେଷରେ ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲେ । ପୋଲିସ ଏହି ଘଟଣାରେ ୪ଜଣଙ୍କୁ ଅଟକ ରଖିଛି ।

Leave A Reply

Your email address will not be published.