ମନମୋହନଙ୍କ ବଡ଼ ସଂକେତ, ଯିଏ ଦୁର୍ନୀତି କରିବ ତା’ଉପରେ କାର୍ଯ୍ୟାନୁଷ୍ଠାନ

0

ସଂକଳ୍ପପତ୍ରର ପ୍ରତ୍ୟେକ ପ୍ରତିଶ୍ରୁତି ପୂରଣ କରିବ ବିଜେପି ସରକାର

ଯୁବକ, ମହିଳା, ଗରିବ ଓ କୃଷକଙ୍କୁ ଗୁରୁତ୍ୱ ଦେଇ କାମ କରିବାକୁ ପରାମର୍ଶ


ପୁରୀ/ଭୁବନେଶ୍ୱର,//TATKAL ODISHA//

ଆଇନର ଉର୍ଦ୍ଧ୍ୱରେ କେହି ନାହାନ୍ତି । ଯିଏ ଓଡ଼ିଶାରେ ଦୁର୍ନୀତି କରିବ ତା’ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ I ଏଭଳି ବଡ଼ ସଂକେତ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

ଓଡିଶାରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ପୁରୀରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ସାଧାରଣ ନିର୍ବାଚନରେ ବିଜେପି ୨୧ ରୁ ୨୦ଟି ସାଂସଦ ଜିତିବା ସହ ରାଜ୍ୟରେ ମଧ୍ୟ ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଛି । ନିର୍ବାଚନ ସମୟରେ କେନ୍ଦ୍ରୀୟ ନେତାମାନେ ନିର୍ବାଚନ ପରିଚାଳନା ଦାୟିତ୍ୱ ନେବା ସହିତ ଓଡିଶାରେ ବିଜେପି ସରକାର ଗଠନ କରିବ ବୋଲି ବିଶ୍ୱାସ ରଖିଥିଲେ । ଏଥିସହ କାର୍ଯ୍ୟକର୍ତାଙ୍କ ପରିଶ୍ରମ ଏବଂ ବିଶ୍ୱାସ ଯୋଗୁଁ ବିଜେପି ସଫଳତା ପାଇଛି ବୋଲି ପୁରୀଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସଭାପତି ମନମୋହନ ସାମଲ କାର୍ଯ୍ୟକର୍ତା ଓ କେନ୍ଦ୍ରୀୟ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

୧୦୦ଦିନ ଭିତରେ ସଂକଳ୍ପପତ୍ରର ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ ପାଇଁ ଖସଡା ପ୍ରସ୍ତୁତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସରକାର ଏବଂ ଦଳ ଭିତରେ ସମନ୍ୱୟ ଶକ୍ତିଶାଳୀ ହେବ

ଶ୍ରୀ ସାମଲ କହିଛନ୍ତି ଯେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ରାଜ୍ୟ ବିଜେପି କାର୍ଯ୍ୟକର୍ତାଙ୍କ କାମରେ ସନ୍ତୋଷ ପ୍ରକାଶ କରିଛନ୍ତି । ବିଜେପି ସଂକଳ୍ପପତ୍ରରେ ଦେଇଥିବା ପ୍ରତ୍ୟେକ ପ୍ରତିଶ୍ରୁତିକୁ ପାଳନ କରୁଛି । ସରକାର ଗଠନ କରିବାର ମାସକ ଭିତରେ ରତ୍ନଭଣ୍ଡାର ଖୋଲିବା ସହ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା, ଧାନ କୁଇଂଟାଲ ୩୧ଶହ ଟଙ୍କା ଭଳି ନିଷ୍ପତି ନେଇଛନ୍ତି । ଏଥିସହ ୧୦୦ଦିନ ଭିତରେ ସଂକଳ୍ପପତ୍ରର ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ ପାଇଁ ଖସଡା ପ୍ରସ୍ତୁତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସରକାର ଏବଂ ଦଳ ଭିତରେ ସମନ୍ୱୟ ଶକ୍ତିଶାଳୀ ହେବ। ଗ୍ରାମାଚଂଳ ଓ ସହରାଚଂଳରେ ସଙ୍ଗଠନ ମଜବୁତ କରିବା ପାଇଁ ଶ୍ରୀ ସାମଲ ଆହ୍ୱାନ କରିଛନ୍ତି ।

ଶ୍ରୀ ସାମଲ ଏହି ଅବସରରେ ଯୁବକ, ମହିଳା, ଗରିବ ଏବଂ କୃଷକମାନଙ୍କୁ ଗୁରୁତ୍ୱ ଦେଇ କାମ କରିବାକୁ ପରାମର୍ଶ ଦେଇଛନ୍ତି । ଦାଦନ ସମସ୍ୟା ଦୂର କରିବା ପାଇଁ ଯୋଜନା ପ୍ରସ୍ତୁତ ହେବ। ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ଶିକ୍ଷକ ନିଯୁକ୍ତି କରାଯିବ। ଲୋକଙ୍କ ସମସ୍ୟା ଦୂର କରିବା ଦିଗରେ ନିର୍ବାଚିତ ପ୍ରତିନିଧିମାନଙ୍କ ସହ ସବୁବେଳେ ଦଳ ରହିବ। ମନ୍ତ୍ରୀମାନେ ଭଲ କାମ କରୁଛନ୍ତି । କାର୍ଯ୍ୟକାରୀ କମିଟି ସବୁ ମନ୍ତ୍ରୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.