ମଧ୍ଯପ୍ରଦେଶ ସରକାର ବୃଦ୍ଧି କଲେ ସାମ୍ବାଦିକଙ୍କ ମାସିକ ପେନସନ
- ଥିଲା ମାସିକ 10,000 ଟଙ୍କା
- ହେଲା ମାସିକ 20,000 ଟଙ୍କା
ଭୋପାଳ//TATKAL ODISHA//
ମଧ୍ଯପ୍ରଦେଶ ସରକାର ସାମ୍ବାଦିକଙ୍କ ମାସିକ ପେନସନ ପରିମାଣ ବୃଦ୍ଧି କରିଛନ୍ତି I ପୂର୍ବରୁ ଥିଲା 10 ହଜାର, ଏବେ ବଢ଼ି ହେଲା 20 ହଜାର I
ରାଜ୍ୟ ସ୍ତରୀୟ କମିଟି ରିପୋର୍ଟ ଆଧାରରେ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ I
ସେ କହିଛନ୍ତି ଯେ, 60 ବର୍ଷରୁ ଅଧିକ ବୟସର ବରିଷ୍ଠ ସାମ୍ବାଦିକମାନଙ୍କୁ ମିଳୁଛି ମାସିକ ପେନସନ I ତାହା 10,000 ରୁ 20,000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି I
ଯଦି କୌଣସି ସାମ୍ବାଦିକଙ୍କ ମୃତ୍ୟୁ ହୁଏ ସେଇ କ୍ଷେତ୍ରରେ ତାଙ୍କ ପତ୍ନୀଙ୍କୁ ଏକକାଳୀନ 8 ଲକ୍ଷ ଟଙ୍କା ସହାୟତା ଦେବାର ବ୍ୟବସ୍ଥା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଚୌହାନ ସ୍ପଷ୍ଟ କରିଛନ୍ତି ।