ମଧୁସ୍ମିତା ଆଚାର୍ଯ୍ୟ କଂଗ୍ରେସର ବିଏମସି ମେୟର ପ୍ରାର୍ଥୀ

0

ଭୁବନେଶ୍ୱର//TATKAL ODISHA//

ଭୁବନେଶ୍ୱର ମହାନଗର ନିଗମ ପାଇଁ କଂଗ୍ରେସ ତାର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି I

ସେଇ ମେୟର ପାର୍ଥିଙ୍କ ନାମ ହେଉଛି ମଧୁସ୍ମିତା ଆଚାର୍ଯ୍ୟ I

ଧର୍ମଶାଳାର ପୂର୍ବତନ ବିଧାୟକ ସ୍ବର୍ଗତ କାଙ୍ଗାଳି ଚରଣ ପଣ୍ଡାଙ୍କ ବୋହୁ ହେଉଛନ୍ତି ମଧୁସ୍ମିତା ଆଚାର୍ଯ୍ୟ I

ରାଜ୍ୟ ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ଏଥର ପୌର ନିର୍ବାଚନରେ ମହାନଗର ପାଇଁ ମେୟର ଓ ପୌର ପରିଷଦ ପାଇଁ ଅଧ୍ୟକ୍ଷ ପଦବୀ ପାଇଁ ଭୋଟ ସିଧାସଳଖ ହେବ I

ସେହିକ୍ରମରେ ଭୁବନେଶ୍ୱର ମହାନଗର ନିଗମ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବ I କଂଗ୍ରେସ ତାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି I ପିସିସି ଅନୁମୋଦନ ପରେ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାସ ତାଙ୍କ ନାମ ଘୋଷଣା କରିଛନ୍ତି I

ହେଲେ ବିଜେଡି ଓ ବିଜେପି ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି I

Leave A Reply

Your email address will not be published.