ମଣିପୁରରେ KiiT ସହଯୋଗରେ ‘ଟେକ୍ନୋଲୋଜି ଇନ୍‌କ୍ୟୁବେସନ୍ ହବ୍’

0

  • ମଣିପୁର ସରକାର ଓ କିଟ ସହ ବୁଝାମଣା

ଭୁବନେଶ୍ୱର//TATKAL ODISHA //

କିଟ୍ ବିଜିନେସ୍ ଇନ୍‌କ୍ୟୁବେଟର୍ (କିଟ ଟିବିଆଇ) ସହଯୋଗରେ ପିପିପି ମୋଡ଼ରେ ମଣିପୁର ସରକାର ଏକ ଟେକ୍ନୋଲୋଜି ଇନକ୍ୟୁବେସନ୍ ହବ ( ଏମ୍‌ଟିଆଇ-ହବ) ପ୍ରତିଷ୍ଠା କରିବ I

। ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହଙ୍କ ଉପସ୍ଥିତିରେ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭର୍ଦୁଆଲ୍‌ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏ ନେଇ ମଣିପୁର ସରକାରଙ୍କ ସୂଚନା ପ୍ରଯୁକ୍ତି ବିଭାଗ ଓ କିଟ୍ ଟିବିଆଇ ମଧ୍ୟରେ ବୁଧବାର ଏକ ବୁଝାମଣା ସ୍ବାକ୍ଷର ହୋଇଥିଲା। ମଣିପୁର ରାଜ୍ୟର ଲୋଙ୍କକୁ ଶିଳ୍ପ ଉଦ୍ୟୋଗ ପ୍ରତି ଆକୃଷ୍ଟ କରାଇବା ଲକ୍ଷ୍ୟରେ ମଣିପୁର ସରକାର ଏହି ପଦକ୍ଷେପ ନେଇଛନ୍ତି ।

ମଣିପୁର ସରକାରଙ୍କ ସୂଚନା ପ୍ରଯୁକ୍ତି ବିଭାଗ ନିର୍ଦ୍ଦେଶକ ନମ୍ବବମ୍ ଦେବନ ଓ କିଟ୍ ଟିବିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୂକାରୀ ଡ. ମୃତ୍ୟୁଞ୍ଜୟ ସୁଆର ଏହି ବୁଝାମଣାରେ ସ୍ବାକ୍ଷର କରିଥିଲେ।

ବୁଝାମଣା ଅନୁସାରେ ମଣିପୁର ସରକାର ସମସ୍ତ ପ୍ରକାର ଭିତ୍ତିଭୂମି ଓ ପରିଚାଳନା ଖର୍ଚ୍ଚ ଯୋଗାଇ ଦେବେ । ସୂଚନାଯୋଗ୍ୟ କିଟ୍ ଟିବିଆଇ ଭାରତର ଏକ ପ୍ରମୁଖ ଟେକ୍ନୋଲୋଜି ବିଜିନେସ୍ ଇନ୍‌କ୍ୟୁବେଟର୍ ଭାବେ ପରିଗଣିତ ହେଉଛି ।

ଏହା ସେଣ୍ଟର ଅଫ୍ ଏକନ୍ସଲେସର ମାନ୍ୟତା ପାଇଥିବା ବେଳେ ପୂର୍ବାଞ୍ଚଳ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ବହୁ ଯୁବ ଉଦ୍ୟୋଗୀଙ୍କୁ ଉଦ୍ୟୋଗ ସ୍ଥାପନା ଦିଗରେ ସହଯୋଗ ଯୋଗାଇ ଦେଇ ଆସୁଛି ଏଥିରେ ସନ୍ତୋଷ ବ୍ୟକ୍ତ କରିବା ସହ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ୍ ଟିବିଆଇ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି।

Leave A Reply

Your email address will not be published.