ମଇ ୧୩ରେ ପିପିଲି ଭୋଟ: ବିଜେଡି କରିବ ନାହିଁ ରାଲି

0

ବିଧିବଦ୍ଧ ବିଜ୍ଞପ୍ତି :ଏପ୍ରିଲ

ଭୁବନେଶ୍ୱର //ତତ୍କାଳ ଓଡିଶା //

ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି I ଆସନ୍ତା ମଇ 13ରେ ପିପିଲି ମତଦାନ ହେବ ଏବଂ 16ରେ ଭୋଟ ଗଣତି କରାଯିବ I ତେବେ ଶାସକ ବିଜେଡି ନିବଚନ ରାଲି କରିବ ନାହିଁ ବୋଲି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଘୋଷଣା କରିଛନ୍ତି I

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟ


   ପିପିଲି ଉପନିର୍ବାଚନ ଏପ୍ରିଲ 17ରେ ହେବାକୁ ଥିଲା I ହେଲେ ଉପନିର୍ବାଚନର ଠିକ 4ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇ ଅକାଳ ମୃତ୍ୟୁ ବରଣ କରିବାରୁ ସ୍ଥଗିତ ରାଇଥିଲା I ଗତ ଶନିବାର ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ମଇ 13ରେ ଉପନିର୍ବାଚନ ହେବ ବୋଲି ସୂଚନା ଦେଇଥିଲେ I ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି I ଉପ ନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ମଇ ୧୩ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି କ୍ରମରେ ଚଳିତ ଏପ୍ରିଲ ୨୬ ରେ ନାମାଙ୍କନ ଦାଖଲ , ୨୭ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ମଇ ୧୮ ତାରିଖ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ପ୍ରକାଶ ପାଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, କରୋନା ସଂକ୍ରମଣ କାରଣରୁ ପିପିଲିରେ ବିଜେଡି କୌଣସି ରାଜନୈତିକ ରାଲି କରିବ ନାହିଁ I

   

Leave A Reply

Your email address will not be published.