ଭୟଙ୍କର ରୂପ ନେଲା ବାତ୍ୟା ‘ରେମଲ’ : ବଙ୍ଗଲାଦେଶ ମୁହାଁ

0
  • ଉପକୂଳ ଓଡ଼ିଶାରେ ତୁହାକୁ ତୁହା ବର୍ଷା ସହ ପବନ

ଭୁବନେଶ୍ୱର//TATKAL ODISHA//

 ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇଛି I ତାର ନାଁ ରହିଛି ‘ରେମଲ’ I ଆଗାମୀ ଚବିଶ ଘଣ୍ଟା ମଧ୍ୟରେ ବାତ୍ୟା ଆହୁରି ଭୟଙ୍କର ହେବ I  ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। 

ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ନ ଥିଲେ ହେଁ ବର୍ଷା ଓ ପବନ ଜାରି ରହିବ I  ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। 

    ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ସାଟେଲାଇଟ ରିପୋର୍ଟ ଅନୁସାରେ  କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ସ ଉତ୍ତରପୂର୍ବ ଦିଗରେ ଗତି କରୁଛି।  

ବାଂଲାଦେଶ ଖେପୁପରା ଉପକୂଳରୁ ୮୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଓ ପଶ୍ଚିମବଙ୍ଗ ଉପକୂଳରୁ ୮୧୦ କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ରହିଛି। 

 ୨୬ ମଧ୍ୟରାତ୍ରିରେ ବାତ୍ୟା ରେମଲ ଲାଣ୍ଡଫଲ୍ କରିବ I ଆକଳନ ଅନୁସାରେ ତାହା  ବାଂଲାଦେଶ ଓ ତତସଲଗ୍ନ ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ସାଗର ଦ୍ୱିପ ଓ ଖେପୁପରା ମଝିରେ ସ୍ଥଳଭାଗ ଛୁଇଁବ। 

Leave A Reply

Your email address will not be published.