ଭୁବନେଶ୍ୱର @ 74: ମହତାବଙ୍କ ‘ସ୍ବପ୍ନର’ ସହର

0
  • କ୍ୟାଥେଡ୍ରାଲ ସିଟି ଅଫ ଇଣ୍ଡିଆ’ ଭାବେ ପରିଚିତ
  • ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ଦ୍ୱାରା ଲୋକାର୍ପିତ
  • ଡ଼ଃ ମହତାବଙ୍କ ଦାନ ଅତୁଳନୀୟ

  • ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ 
  • ଭୁବନେଶ୍ୱର//TATKAL ODISHA//

ଭୁବନେଶ୍ୱର @ 74 I କେତେ ଉତ୍ଥାନ ଓ ପତ୍ତନ  ମଧ୍ୟରେ ଗତି କରି ଭୁବନେଶ୍ୱର ତେସ୍ତରି ବର୍ଷ ଅତିକ୍ରମ କରିଛି I ଅଥଚ ଏହି ନଗରୀ ପଛରେ ରହିଛି ତିନି ହଜାର ବର୍ଷର ଇତିହାସ I ଆଧୁନିକ ଓ ପ୍ରାଚୀନ ସହରର ଫେଣ୍ଟାଫେଣ୍ଟି ହୋଇଥିବା ଭୁବନେଶ୍ୱର ବିଶ୍ୱରେ ‘କ୍ୟାଥେଡ୍ରାଲ ସିଟି ଅଫ ଇଣ୍ଡିଆ’ ଭାବେ ପରିଚିତ Iଭୁବନେଶ୍ୱର ନାମଟି ଶିବମହେଶ୍ୱରଙ୍କ ନାମନୁସାରେ ‘ ତ୍ରିଭୁବନେଶ୍ୱର’ ହୋଇଛି। ଐର ମହାମେଘବାହନ ଖାରବେଳ ଏଠାରେ ରାଜତ୍ୱ କରିଥିଲେ I ଭୁବନେଶ୍ୱର ତୋଷାଳୀ, କଳିଙ୍ଗ ନଗରୀ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ମନ୍ଦିର ମାଳିନୀ ନଗର ନାମରେ ସୁପ୍ରସିଦ୍ଧ ।

ଭୁବନେଶ୍ୱରକୁ ରାଜଧାନୀ ଭାବେ ଗଢ଼ି ତୋଳିବାକୁ ପରିକଳ୍ପନା କରି ସଫଳ ହୋଇଥିଲେ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବ I କେଉଁଠି ରାଜଧାନୀ ହେବ? ତା’ ଉପରେ ତର୍ଜମା ହେଲା I ରାଜ୍ୟରେ ବିଭିନ୍ନ ସ୍ଥାନରେ ରାଜଧାନୀ ପ୍ରତିଷ୍ଠା ନେଇ ଦାବି ଉଠିଲା I

  • ପ୍ରଥମେ କଟକ ତୁଳସୀପୁର,
  • ଦ୍ଵିତୀୟରେ ଅନଗୁଳ,
  • ତୃତୀୟରେ ରଙ୍ଗେଈଲୁଣ୍ଡା
  • ଶେଷରେ ଭୁବନେଶ୍ୱରକୁ ରାଜଧାନୀ କରିବାକୁ ପ୍ରସ୍ତାବ ରହିଥିଲା I
  • ହେଲେ ପ୍ରବଳ ବିରୋଧ ସତ୍ୱେ ଡ଼ଃ ମହତାବ ଭୁବନେଶ୍ୱରକୁ ଓଡିଶାର ‘ରାଜଧାନୀ’ କରିବାକୁ ନିଷ୍ପତ୍ତି ନେଇଥିଲେ I
  • ନୂଆ ରାଜଧାନୀ ପ୍ରତିଷ୍ଠା ହେବା ପରେ ପ୍ରାୟ ଅଧିକାଂଶ ନେତା, ମନ୍ତ୍ରୀ ଓ ପ୍ରଶାସକ ଆସିବାକୁ ଚାହିଁଲେ ନାହିଁ I ତେଣୁ ଡ଼ଃ ମହତାବ ନିଜେ କଟକରୁ ଆସି ପୁରୁଣା ଭୁବନେଶ୍ୱରରେ ଘର (ଏକାମ୍ର ନିବାସ) କରି ରହିଥିଲେ I କଟକରେ ଥିବା “ପ୍ରଜାତନ୍ତ୍ର” ପ୍ରେସକୁ ସେ ପ୍ରତିଦିନ ଓ ନିର୍ଦିଷ୍ଟ ସମୟରେ ଯାଉଥିଲେ I
ନେହେରୁଙ୍କ ଦ୍ୱାରା ଫଳକ ଉନ୍ମୋଚନ

13 ଏପ୍ରିଲ 1948ରେ ଓଡ଼ିଆ ନବବର୍ଷ ଅବସରରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପଣ୍ତିତ ଜବାହରଲାଲ ନେହରୁ ଓଡ଼ିଶାର ନୂଆ ରାଜଧାନୀ ଭୁବନେଶ୍ବର ଠାରେ ନିର୍ମାଣର ଶୁଭାରମ୍ଭ କରିଥିଲେ। ଡ଼ଃ ମହତାବ ଉପସ୍ଥିତ ଥିଲେ I ଜର୍ମାନୀର ସ୍ଥପତି  କୋନିସବର୍ଗର ଏହାର ନକ୍ସା ପ୍ରସ୍ତୁତ କରିଥିଲେ । ଭୁବନେଶ୍ୱର ସହ  ଜାମସେଦପୁର ଓ ଚଣ୍ଡୀଗଡ଼ ସହରର ନିର୍ମାଣ ଶୈଳୀ ମଧ୍ୟ ସେ ପ୍ରସ୍ତୁତ କରିଥିଲେ ।

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସତ୍ୟପ୍ରିୟ ମହାନ୍ତି ମହତାବଙ୍କ ମନ୍ତ୍ରୀ ମଣ୍ଡଳରେ ‘ନୂଆ ରାଜଧାନୀ’ ବିକାଶ ମନ୍ତ୍ରୀ ହୋଇଥିଲେ I

ତେଣୁ ଡ଼ଃ ମହତାବଙ୍କ ଅବଦାନକୁ କେବେ ଭୁଲିବା କଥା ନୁହେଁ I ଆଜିର ପବିତ୍ର ଦିନରେ ତାଙ୍କୁ ମନେପଇବା ଜରୁରୀ I

  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜ୍ଞାପନ କରିଛନ୍ତି..
  • ଟ୍ୱିଟ କରି ସେ କହିଛନ୍ତି ଯେ,

“ରାଜଧାନୀ ପ୍ରତିଷ୍ଠା ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା। ସଂସ୍କୃତି, ଶିକ୍ଷା, ସ୍ବାସ୍ଥ୍ୟସେବାଠାରୁ କ୍ରୀଡ଼ା କ୍ଷେତ୍ରରେ ରୂପାନ୍ତରଣ ଏକାମ୍ର କ୍ଷେତ୍ର ଭୁବନେଶ୍ବରକୁ ଦେଶର ପ୍ରମୁଖ ସ୍ମାର୍ଟସିଟିରେ ପରିଣତ କରିଛି। ଆସନ୍ତୁ ଭୁବନେଶ୍ୱରକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବାକୁ ସମସ୍ତେ ଏକ ହୋଇ କାମ କରିବା”

#BhubaneswarFoundationDay

Leave A Reply

Your email address will not be published.