ବିଜୟ-ଅସିତ : ହାଇପ୍ରୋଫାଇଲ ‘ଟକ୍କର’

0
  • ସାମ୍ବିଧାନିକ ପଦରେ ରହି ଅସିତ ବାବୁ ଲଢ଼ିପାରିବେ କି??
  • ଭୁବନେଶ୍ୱର //TATKAL ODISHA//

ଖୁବ୍‌ଶୀଘ୍ର ଭୁବନେଶ୍ୱର କ୍ଲବ ନିର୍ବାଚନ ହେବ I ସଭାପତି ପଦ ପାଇଁ ବିଜୟ ପଟ୍ଟନାୟକ ଓ ଅସିତ ତ୍ରିପାଠୀଙ୍କ ମଧ୍ୟରେ ସିଧା ଟକ୍କର ହେବ। ଉପସଭାପତି ପଦ ପାଇଁ ୫ଜଣ, ସମ୍ପାଦକ ପାଇଁ ୬ଜଣ, ଯୁଗ୍ମ ସମ୍ପାଦକ ପାଇଁ ୩ ଜଣ, କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ପାଇଁ ୨୨ଜଣ ସଭ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି I ଏମାନେ ଏପ୍ରିଲରେ ନାମାଙ୍କନପତ୍ର ଦାଖଲ କରିଥିଲେ ହେଁ କୋଭିଡ ସଂକ୍ରମଣ ଓ ଅନ୍ୟ କିଛି କାରଣ ଯୋଗୁ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା।


     କ୍ଲବ ସଭାପତି ପଦ ପାଇଁ ଲଢ଼େଇରେ ଥିବା ଦୁଇ ପ୍ରତିଦ୍ବନ୍ଦୀ ବିଜୟ ପଟ୍ଟନାୟକ ଓ ଅସିତ କୁମାର ତ୍ରିପାଠୀ ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ I ସ୍ଥିତପ୍ରଜ୍ଞ ବିଜୟ ବାବୁ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଓ ପରେ ମୁଖ୍ୟ ଶାସନ ସଚିବ ଭାବେ ଅବସର ନେଇଛନ୍ତି I ସେହିପରି ଅସିତ ବାବୁ ଅବସର ପରେ ଏବେ ‘ପଶ୍ଚିମ ଓଡ଼ିଶା ବିକାଶ ପରିଷଦ’ର ଅଧ୍ୟକ୍ଷ ଥିବା ସହିତ  ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି I ଏଥିସହ ଶ୍ରୀ ତ୍ରିପାଠୀ ମଧ୍ୟ ରାଜ୍ୟ ଗଲ୍ଫ କ୍ଲବରେ ସଭାପତି ଅଛନ୍ତି ବୋଲି ଚର୍ଚ୍ଚା ହେଉଛି I
ତେବେ ପ୍ରଶ୍ନ ଉଠୁଛି ଅସିତ ବାବୁ ‘ପଶ୍ଚିମ ଓଡ଼ିଶା ବିକାଶ ପରିଷଦ’ ଭଳି ଏକ ସାମ୍ବିଧାନିକ ସଂସ୍ଥାରେ ଅଧ୍ୟକ୍ଷ ଥାଇ ‘ଭୁବନେଶ୍ୱର କ୍ଲବ’ ଭଳି ଏକ ଲାଭଜନକ ସଂସ୍ଥାରେ ସଭାପତି ପାଇଁ ଲଢ଼ିବେ କେମିତି?? 

ତତ୍କାଳ ଓଡ଼ିଶା”କୁ ଓଡ଼ିଶାରେ ବିଶେଷଜ୍ଞମାନେ କହିଛନ୍ତି ଯେ, ଏବେ ଦୁଇଟି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ I ପ୍ରଥମଟି ହେଉଛି ଭୁବନେଶ୍ୱର କ୍ଲବ ଏକ ଲାଭଜନକ ସଂସ୍ଥା କି ନୁହେଁ ବିଚାର କରିବାକୁ ହେବ I ଦ୍ଵିତୀୟରେ ଅସିତ ବାବୁ ସାମ୍ବିଧାନିକ ସଂସ୍ଥାରେ ଅଧ୍ୟକ୍ଷ ଥାଇ ଲଢ଼ିପାରିବେ କି? ତେବେ ତର୍ଜମାରୁ ଯାହା ଜଣାପଡ଼ିଛି ଅସିତ ବାବୁ ଲଢ଼ିବା ପୂର୍ବରୁ ସାମ୍ବିଧାନିକ ପଦ ଛାଡ଼ିବାକୁ ହେବ I କାରଣ ଭୁବନେଶ୍ୱର କ୍ଲବ ଏକ କମ୍ପାନୀ, ତାହା ସ୍ବେଛାସେବୀ ସଂସ୍ଥା ନୁହେଁ I ତେଣୁ ଶ୍ରୀ ତ୍ରିପାଠୀ “ଅଫିସ ଅଫ ପ୍ରଫିଟ”ସମସ୍ୟାରେ ପଡ଼ିପାରନ୍ତି ବୋଲି ବିଶେଷଜ୍ଞ ମତ ରଖିଛନ୍ତି I 
  ଯଦି ତାହା ସତ, ତାହାଲେ ସାଙ୍ଘାତିକ I ଅସିତ ବାବୁଙ୍କୁ ବି ଭବିଷ୍ୟତରେ ଏନେଇ ଉଠିଥିବା ଅନେକ ପ୍ରଶ୍ନର ଉତ୍ତର ଦେବାକୁ ହେବ I ଅନ୍ୟପଟେ ବିଜୟ ବାବୁ କୌଣସି ପଦରେ ନ ଥିବାରୁ ତାଙ୍କ ପାଇଁ କିଛି ସମସ୍ୟା ନାହିଁ I ତେଣୁ ଆଗକୁ କେଉଁ ମୋଡ଼ ନେଉଛି ତାହା ଦେଖିବା କଥା I
ଜାଣନ୍ତୁ  ଭୁବନେଶ୍ୱର କ୍ଲବ ବିଷୟରେ …
୧୯୪୯ରେ ପ୍ରତିଷ୍ଠିତ ହୋଇଥିଲା ଭୁବନେଶ୍ବର କ୍ଲବ I ଏହାର ପ୍ରଥମ ସଭାପତି ଥିଲେ ଖଲ୍ଲିକୋଟର ରାଜା ବାହାଦୂର I   ୧୯୫୦ରୁ ୧୯୫୨ ସେ ପର୍ଯ୍ୟନ୍ତ ଏହି ପଦରେ ରହିବା ପରେ ୧୯୫୩ ରେ ଜଷ୍ଟିସ ଏଲ. ପାଣିଗ୍ରାହୀ ଏହି ପଦ ଅଳଙ୍କୃତ କରିଥିଲେ। ପରେ ଡ. ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ଭଳି ମୁଖ୍ୟମନ୍ତ୍ରୀମାନେ ଏହି ପଦରେ ବି ଥିଲେ I ହେଲେ ୧୯୬୪ପରେ ଆଇଏଏସ ଅଧିକାରୀ ସଭାପତି ପଦକୁ କବ୍‌ଜା କରିଥିଲେ।ପୂର୍ବତନ ଆଇଏଏସ୍  ସ୍ବର୍ଗତ ପ୍ରିୟବ୍ରତ ପଟ୍ଟନାୟକ ବହୁ ବର୍ଷ ଧରି କ୍ଲବର ସଭାପତି ଦାୟିତ୍ବରେ ରହିଥିଲେ। ଗତବର୍ଷ କର୍କଟ ରୋଗରେ ତାଙ୍କ ଦେହାନ୍ତ ଯୋଗୁଁ ସଭାପତି ପଦ ଖାଲି ପଡ଼ିଛି I ସେଥିପାଇଁ ହାଇ ପ୍ରୋଫାଇଲ ନିର୍ବାଚନ ହେବାକୁ ଯାଉଛି  I

  • ଦେଖନ୍ତୁ TATKALODISHAର ପୂର୍ଵ ରିପୋର୍ଟ…

ଭୁବନେଶ୍ୱର କ୍ଲବ : ‘ସଭାପତି’ ହେବାକୁ ଅସିତଙ୍କ ମନ ଲସରପସର?

ଭୁବନେଶ୍ୱର କ୍ଲବ : ‘ସଭାପତି’ ହେବାକୁ ଅସିତଙ୍କ ମନ ଲସରପସର?

Leave A Reply

Your email address will not be published.