ଭାରତ-ଆମେରିକା ଉର୍ଜା ସମ୍ପର୍କ ଅଧିକ ନିବିଡ ହେବ: ଧର୍ମେନ୍ଦ୍ର
- ଆମେରିକାର ସହଯୋଗ ଭାରତକୁ ଗ୍ଯାସ ଅଧାରିତ ଅର୍ଥନୀତି କରିବା ଲକ୍ଷ୍ୟ
- ଆମେରିକାର କମ୍ପାନୀ ଆତ୍ମନିର୍ଭର ଭାରତ ମିଶନରେ ସାମିଲ ପାଇଁ ଆହ୍ୱାନ
ନୂଆଦିଲ୍ଲୀ/ଭୁବନେଶ୍ୱର,(ତତ୍କାଳ ଓଡିଶା ବ୍ୟୁରୋ ): ଭାରତ-ଆମେରିକା ଉର୍ଜା ସମ୍ପର୍କ ଅଧିକ ନିବିଡ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୃଢତାର ସହ ପ୍ରକାଶ କରିଛନ୍ତି I ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ଯମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୁଗ୍ମ-ଅଧ୍ଯକ୍ଷତାରେ ଆମେରିକାର ଉର୍ଜା ସଚିବ ଡାନ୍ ବ୍ରୌଲିଟିଙ୍କ ସହ ଭାରତ-ଆମେରିକା ଦ୍ୱିତୀୟ ମନ୍ତ୍ରୀସ୍ତରୀୟ ଋଣନୈତିକ ଉର୍ଜା ସହଯୋଗ(ଏସଇପି) ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ା ଏହି ମନ୍ତ୍ରୀସ୍ତରୀୟ ବୈଠକ ଭାରତ ଓ ଆମେରିକା ମଧ୍ଯରେ ଦ୍ୱିପାକ୍ଷିକ ଉର୍ଜା ସମ୍ପର୍କ ଭାରତକୁ ଏକବିଂଶ ଶତାବ୍ଦୀରେ ବିଶ୍ୱ ଉର୍ଜା ଉପତ୍ାଦନର ପେଣ୍ଠସ୍ଥଳି କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତିା ଶ୍ରୀ ପ୍ରଧାନ କହିଛନ୍ତି ଆମେରିକାର ସହଯୋଗ ଭାରତକୁ ଗ୍ଯାସ ଅଧାରିତ ଅର୍ଥନୀତି କରିବା ଲକ୍ଷ୍ୟକୁ ତ୍ୱରାନ୍ବିତ କରିବ ା ଏହାସହ ଉର୍ଜା କ୍ଷେତ୍ରରେ ମଧ୍ଯ ଅଭିବୃଦ୍ଧି ଘଟିବ ା ଏହି ଅବସରରେ ଶ୍ରୀ ପ୍ରଧାନ ଆମେରିକା ସରକାର ଏବଂ ଆମେରିକାର କମ୍ପାନୀ ଗୁଡିକୁ ଆତ୍ମନିର୍ଭର ଭାରତ ମିଶନରେ ସାମିଲ ହେବା ପାଇଁ ଆହ୍ବାନ କରିଥିଲେ ା
ଆମେରିକା ଓ ଭାରତ ଉର୍ଜା ସମ୍ପର୍କ ଭାରତକୁ ଏକବଂଶ ଶତାବ୍ଦୀରେ ବିଶ୍ୱଉପତ୍ାଦନର ବିଶେଷ ଭାବରେ ଉର୍ଜା ଭିତିଭୂମିର ପେଣ୍ଠସ୍ଥଳି କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ା ଉକ୍ତ ବୈଠକରେ ଉର୍ଜା ସୁରକ୍ଷା ଏବଂ ଉର୍ଜା ଉପଲବ୍ଧି ଉପରେ ଆମେରିକା ଏବଂ ଭାରତ ମଧ୍ଯରେ ଗୁରୁତ୍ୱ ଦିଆଯାଇଥିଲା ା ଭାରତ-ଆମେରିକା ଋଣନୈତିକ ଉର୍ଜା ସହଯୋଗ ଏସଇପିର ଚାରୋଟି ପ୍ରାଥମିକ ସ୍ତମ୍ଭ ଶକ୍ତି ଏବଂ ଶକ୍ତି ଦକ୍ଷତା, ତୈଳ ଏବଂ ଗ୍ଯାସ୍, ଅକ୍ଷୟ ଉର୍ଜା ଏବଂ ସ୍ଥାୟୀ ଅଭିବୃଦ୍ଧି ଉପରେ ଆଲୋଚନା ହୋଇଥିଲା ା ଏହି ସ୍ତମ୍ଭଗୁଡିକ ମାଧ୍ୟମରେ ଆମେରିକା ଏବଂ ଭାରତ ସ୍ବଚ୍ଛ, ସୁଲଭ ଏବଂ ନିର୍ଭରଯୋଗ୍ଯ ଉର୍ଜା ଉପଲବ୍ଧି ପାଇଁ ଅନେକ କାର୍ଯ୍ଯ କରାଯାଉଛି ା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ୍ ହୋଇଥିବାବେଳେ ଆଜିର ବୈଠକ ଭାରତ- ଆମେରିକା ଉର୍ଜା ସମ୍ପର୍କକୁ ଆଗାମୀ ଦିନରେ ଅଧିକ ନିବିଡ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ା
ଉଲ୍ଲେଖନୀୟ ଯେ, ବୈଠକରେ ଏହି ଏସଇପି ଅଧୀନରେ ଥିବା କାର୍ଯ୍ଯକ୍ରମ ଏବଂ ନୂଆ କାର୍ଯ୍ଯ ଘୋଷଣା ହୋଇଥିଲା ା ଉର୍ଜା ସୁରକ୍ଷାକୁ ପ୍ରୋତ୍ସାହନ ଦେବା, ନବସୃଜନ, ଶକ୍ତି କାର୍ଯ୍ଯର ଆଧୁନିକୀରଣ, ଉର୍ଜା ଦକ୍ଷତା, ସଂରକ୍ଷଣ ବୃଦ୍ଧି, ଉର୍ଜା ବାଣିଜ୍ଯ ଏବଂ ପୁଞ୍ଜିନିବେଶର ଅଭିବୃଦ୍ଧିକୁ ପ୍ରୋତ୍ସାହନ, ସ୍ଥାୟୀ ଅର୍ଥନୀତି ଅଭିବୃଦ୍ଧିକୁ ପ୍ରୋତ୍ସାହନ ଏବଂ ଉର୍ଜା କ୍ଷେତ୍ରରେ ମହିଳାଙ୍କୁ ସଶକ୍ତ କରିବା ଦିଗରେ ଭାରତ-ଆମେରିକା ସମ୍ପର୍କକୁ ତ୍ୱରାନ୍ବିତ କରିବା ନେଇ ଆଲୋଚନା ହୋଇଥିଲା ାସେହିପରି ଉଭୟ ଦେଶର ରଣନୈତିକ ଏବଂ ଅର୍ଥନୈତିକ ସ୍ବାର୍ଥକୁ ଆଗକୁ ବଢାଇବା ପାଇଁ ଭାରତ- ଆମେରିକା ଋଣନୈତିକ ଉର୍ଜା ସହଯୋଗ(ଏସଇପି) ଅଧୀନରେ ସଂଖ୍ଯାଧିକ ଚୁକ୍ତିନାମା(ଏମଓୟୁ) ଓ ଅନେକ ଦୁଇ ଦେଶର କମ୍ପାନୀ ମାନଙ୍କ ମଧ୍ଯରେ ବିଭିନ୍ନ ସହଯୋଗ ନେଇ ନେଇ ମଧ୍ଯ ଘୋଷଣା ହୋଇଥିଲା ା ଏ ଗୁଡିକ ମଧ୍ଯରୁ ପ୍ରମୁଖ ହେଲା ଋଣନୈତିକ ପେଟ୍ରୋଲିୟମ ଭଣ୍ଡାର ପାଇଁ ଆମେରିକାରଉର୍ଜା ବିଭାଗ ଏବଂ ଭାରତୀୟ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ଯାସ ମଧ୍ଯରେ ଏମଓୟୁ, ଆମେରିକାର ୟୁଏସଏଆଇଡି ଏବଂ ଭାରତର ଆଇଏସଏଚଆରଏଇ ମଧ୍ଯରେ ଏମଓୟୁ ଓ ଇଇଏସଏଲ, ଏନଟିପିସି ଏବଂ ୟୁଏସଏଆଇଡି ମଧ୍ଯରେ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା ା ଏହାବ୍ଯତିତ ଆମେରିକାର ଫେଡେରାଲ ଏନର୍ଜି ରେଗୁଲେଟରି କମିଶନ ଏବଂ ଭାରତ ସେଂଟରାଲ ରେଗୁଲେଟୋରି କମିଶନ ମଧ୍ଯମିଳିତ ଭାବେ କାର୍ଯ୍ଯ କରିବା ନେଇ ଉଭୟ ପକ୍ଷରୁ ଘୋଷଣା ହୋଇଥିଲା ା
ସେହିପରି ଭାରତ-ଆମେରିକା ଗ୍ଯାସ ଟ୍ଯାସ୍କ ଫୋର୍ସ ଅଧୀନରେ ମଧ୍ଯ ଦେଶର ପାଇପଲାଇନ ପ୍ରକଳ୍ପକୁ ଆଗେଇ ନେବା ପାଇଁ ଆମେରିକାର ଗ୍ଯାସ େଓ୍ୱ ଏବଂ ଇନ୍ଦ୍ରପ୍ରସ୍ଥ ଗ୍ଯାସ ଲିମିଟେଡ୍(ଆଇଜିଏଲ୍) ମଧ୍ଯରେ ଏମଓୟୁ ସ୍ବାକ୍ଷରିତ ହୋଇଥିଲା ା ଏହାସହ ବ୍ଲୁମ ଏନର୍ଜି ଓ ଇଣ୍ଡିଆନ ଅଏଲ, ଫେଡେରାଲ ରେଗୁଲେଟରି କମିଶନ (ଏଫଇଆରସି) ଏବଂ ପେଟ୍ରୋଲିୟମ ପ୍ରାକୃତିକ ଗ୍ଯାସ ରେଗୁଲୋଟରି ବୋର୍ଡ(ପିଏନଜିଆରବି) ସମେତ ଅନେକ ପୃଥକ ପୃଥକ ଏମଓୟୁ ସ୍ବାକ୍ଷର ହୋଇଥିଲା ା