ଭାରତୀୟ ବିଜ୍ଞାନ ସମ୍ମିଳନୀକୁ ଓଡ଼ିଶାର କୃଷି ଯାନ୍ତ୍ରପାତି ଉଦ୍ଭାବକ ଦିଲ୍ଲୀପ କୁମାର ବରାଳ ଆମନ୍ତ୍ରିତ
- ଭୁବନେଶ୍ୱର//TATKAL ODISHA//
ଗୁଜରାଟର ଅହମଦାବାଦ ସାଇନ୍ସ ସିଟିରେ ଅନୁଷ୍ଠିତ ଜାତୀୟ ବିଜ୍ଞାନ ସମ୍ମିଳନୀ ରେ କୃଷି କର୍ମଣ ବିଜେତା ଚାଷୀ, ଦିଲ୍ଲୀପ କୁମାର ବରାଳ ଓଡିଶାର ଏକ ମାତ୍ର କୃଷି ଯନ୍ତ୍ରପାତି ଉଦ୍ଭାବକ ଭାବରେ ପ୍ରତିନିଧିତ୍ଵ କରୁଛନ୍ତି । ୨୦୨୩ ମସିହା ଡିସେମ୍ବର ୨୧ ରୁ ଡିସେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଭାରତ ସରକାରଙ୍କ ବିଜ୍ଞାନ ଏବଂ ବୈଷୟିକ ବିଭାଗ ଦ୍ବାରା ଅନୁଷ୍ଠିତ ଏହି ସମ୍ମିଳନୀକୁ ଆମନ୍ତ୍ରିତ କରାଯାଇଛି।
ଶ୍ରୀ ବରାଳଙ୍କ ଦ୍ବାରା ଉଦ୍ଭାବିତ ଟମାଟୋ ଏବଂ ବାଇଗଣ ମଞ୍ଜି ପୃଥକିକରଣ ଯନ୍ତ୍ର କୁ ଏଠାରେ ପ୍ରଦର୍ଶିତ କରାଯାଇଛି। ଜାତୀୟ ଉଦ୍ଭାବନ ପ୍ରତିଷ୍ଠାନ ଦିଲ୍ଲୀପଙ୍କ ଏହି କୃଷି ଯନ୍ତ ଟିକୁ ନେଇ ଭାରତୀୟ ବିଜ୍ଞାନ ସମ୍ମିଳନୀ ରେ ପ୍ରଦର୍ଶିତ କରଯାଇଛି।
ଶ୍ରୀ ବରାଳ ଦେଶରେ ଜଣେ ଆଗଧାଡିର ବିହନ ଉତ୍ପାଦନକାରୀ ଚାଷୀ ଅଟନ୍ତି। ପୁରୀ ଜିଲ୍ଲା, ନିମାପଡ଼ା ନିମାପଡ଼ା ବ୍ଲକ ଅନ୍ତର୍ଗତ ରେସିଙ୍ଗା ଗ୍ରମର ଯୋଗେନ୍ଦ୍ର ନାଥ ବରାଳ ଙ୍କ ଜ୍ୟେଷ୍ଠ ପୁତ୍ର ଅଟନ୍ତି। ଉନ୍ନତ ଏବଂ ଅଧିକ ଅମଳକ୍ଷମ ବିହନ ଉତ୍ପାଦନ କରି ସେ ୨୦୧୪-୧୫ ବର୍ଷ ଜାତୀୟ କୃଷି କର୍ମଣ ପୁରସ୍କାର ପାଇଁ ରାଜ୍ୟ ପାଇଁ ଗୌରବ ଆଣିଦେଲେ। ଧନ ଏବଂ ରବି ଜାତୀୟ ଫସଲର ପ୍ରାମାଣିକ ବିହନ ଉତ୍ପାଦନ ସହିତ ଶ୍ରୀ ବରାଳ ପନିପରିବା ର ପ୍ରାମାଣିକ ବିହନ ଉତ୍ପାଦନ କରିଥାନ୍ତି।
ପନିପରିବା ବିହନ ଉତ୍ପାଦନକୁ ସହଜ ଏବଂ ସରଳ କରିବା ପାଇଁ ସେ ୨୦୧୯ ମସିହାରେ ଏହି ମଞ୍ଜି ପୃଥକିକରଣ ଯନ୍ତ୍ରଟି ଉଦ୍ଭାବନ କରିଥିଲେ। ଏଥିପାଇଁ ତାଙ୍କୁ ୨୦୧୯ ମସିହାରେ ରାଜ୍ୟ ସରକାରଙ୍କ ତରଫ ରୁ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ପ୍ରଦାନ କରାଯାଇଥିଲା। ଦିଲ୍ଲୀପ ଙ୍କ ଏହି କୃଷି ଯନ୍ତ୍ରପାତି ଟି ଜାତୀୟ ସ୍ତରରେ ଖୁବ ଖ୍ୟାତି ଅର୍ଜନ କରିଛି।