ବଡ଼ଧରଣର IPS ଅଦଳବଦଳ: ସଂଜୀବ ପଣ୍ଡା ଗୁଇନ୍ଦା ନିର୍ଦ୍ଦେଶକ

0
  • ପ୍ରତୀକ ସିଂ  ଭୁବନେଶ୍ୱର ଡିସିପି
  • କଟକ ଡିସିପି ଭାବେ ପିନାକ ମିଶ୍ର
  • ବଦଳିଲେ କିଛି ଜିଲ୍ଲାରେ ଏସପି
  • ବରିଷ୍ଠ ଓପିଏସ ଅଧିକାରୀ ବି ବଦଳି

ଭୁବନେଶ୍ୱର//TATKAL ODISHA//

ବରିଷ୍ଠ ଆଇପିଏସ ଏବଂ ବରିଷ୍ଠ ଓପିଏସ ଅଧିକାରୀ ସ୍ତରରେ ବଡ଼ଧରଣର ଅଦଳ ବଦଳ ହୋଇଛି I

ଏକାଥରେ 17 ଜଣ ଅଧିକାରୀ ବଦଳିଛନ୍ତି I

ବରିଷ୍ଠ ଆଇପିଏସ ମନୋଜ କୁମାର ଛାବ୍ରା ନୂଆ ଜେଲ ବିଭାଗର ଡିଜି ହୋଇଥିବାବେଳେ ବରିଷ୍ଠ ଆଇପିଏସ  ସନ୍ତୋଷ କୁମାର ଉପାଧ୍ୟାୟାଙ୍କୁ ଅଗ୍ନିଶମ ବିଭାଗର ଡିଜି  ଭାବେ ଅବସ୍ଥାପିତ କରାଯାଇଛି ।

ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ସଞ୍ଜୀବ କୁମାର ପଣ୍ଡା ହୋଇଥିବା ବେଳେ ଅରୁଣ ବୋଥ୍ରା  କ୍ରାଇମବ୍ରାଞ୍ଚ ଏଡିଜି ଭାବେ ବଦଳି କରାଯାଇଛି ।

 ଏସ.କେ ଗଜଭିୟେ ଆଇଜିପି କମ୍ୟୁନିକେସନ ଭାବେ ଅବସ୍ଥାପିତ ହୋଇଥିଲାବେଳେ ଉମାଶଙ୍କର ଦାସ କଟକ-ଭୁବନେଶ୍ୱର ଅତିରିକ୍ତ ପୋଲିସ କମିଶନର ହୋଇଛନ୍ତି ।

  • ପ୍ରତୀକ ସିଂ  ଭୁବନେଶ୍ୱର ଡିସିପି ହୋଇଛନ୍ତି I
  •  କଟକ ଡିସିପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ମିଳିଛି ।
  • ବ୍ରହ୍ମପୁର ଏସପି ହୋଇଛନ୍ତି ଶ୍ରବଣ ବିବେକ I
  • ଅଭିଳାଷ ଜୀ କଳାହାଣ୍ଡି ଏସପି ଭାବେ ନିଯୁକ୍ତ କରାଯାଇଛି ।
  • ସିଦ୍ଧାର୍ଥ କାଟତିଆଙ୍କୁ ଖୋର୍ଦ୍ଧା ଏସପି
  • ଅଲେଖ ପହୀଙ୍କୁ ନୟାଗଡ଼ର ଏସପି ଭାବେ ଦାୟିତ୍ୱ ଦିଆଯାଇଛି ।
  • ଏମ ସୁଶ୍ରୀଙ୍କୁ ନବରଙ୍ଗପୁର ଏସପି ଭାବେ ଦାୟିତ୍ୱ ଦିଆଯାଇଛି ।

ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I

ଦେଖନ୍ତୁ ତାଲିକା…

Leave A Reply

Your email address will not be published.