ବ୍ୟାଙ୍କକ, ମିଆଁମାରରେ ବଡ଼ ଧରଣର ଭୂକମ୍ପ ଝଟକା

0
  • ରିକ୍ଟର ସ୍କେଲରେ ତୀବ୍ରତା ରହିଛି 7.7
  • ଲୋକେ ଭୟଭୀତ ହୋଇ ଦୌଡ଼ିଲେ

ବ୍ୟାଙ୍କକ, // TATKAL ODISHA//: 

ବ୍ୟାଙ୍କକ ଓ ମିଆଁମାରରେ ବଡ଼ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି I ଏହାର ଝଟକା ମଧ୍ଯ ଭାରତର ମଣିପୁର, ଅରୁଣାଚଳପ୍ରଦେଶ, ଆସାମ୍ ଓ  ନାଗାଲାଣ୍ଡର କେତେକ ଅଞ୍ଚଳରେ ଅନୁଭୁତ ହୋଇଛି ।ଲୋକେ ଭୟଭୀତ ହୋଇ ଘରୁ ବାହାରେ ଦୌଡ଼ିଥିଲେ ।

  ମିଆଁମାର ରିକ୍ଟର ସ୍କେଲରେ ତୀବ୍ରତା ରହିଛି  ୭.୨ I ପରେ ଆଉ ଥରେ ଭୂମିକମ୍ପ ଅନୁଭୂତ ଯୋଗୁଁ ତାର ତୀବ୍ରତା ବି ରିକ୍ଟର ସ୍କେଲରେ ୭.୦ ରେକର୍ଡ କରାଯାଇଛି । ଏଥିଯୋଗୁଁ ବ୍ୟାପକ ଧନ ଜୀବନ ନଷ୍ଟ ହୋଇଛି I 

 ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀର ୧୦ କିଲୋମିଟର ଗଭୀରରେ ଥିଲା। ଭୂକମ୍ପ ପ୍ରଭାବରେ ବ୍ୟାଙ୍କକକ୍‌ରେ ବହୁ ବଡ଼ ବଡ଼  ଅଟ୍ଟାଳିକା ମାଟିରେ ମିଶି ଯାଇଛି I 

“ଭାରତର ମଣିପୁର, ଅରୁଣାଚଳପ୍ରଦେଶ, ଆସାମ୍ ଓ  ନାଗାଲାଣ୍ଡର କେତେକ ଅଞ୍ଚଳରେ ଅନୁଭୁତ ହୋଇଛି”

ବର୍ତ୍ତମାନ ସୁଦ୍ଧା ଗୋଟିଏ ପ୍ରାସାଦରେ 40ରୁ ଅଧିକ ଲୋକ ପତ୍ତା ମିଳୁନାହିଁ I ଏମିତି ବିଭିନ୍ନ ଇଲାକାରୁ ପ୍ରାୟ ଶତାଧିକ ନିଖୋଜ ହୋଇଥିବା ଜଣାପଡ଼ିଛି I 

ଦେଖନ୍ତୁ… LIVE ଭିଡିଓ..( Coutesy-CNBC)

Leave A Reply

Your email address will not be published.