ବ୍ରେନ ଡ୍ରେନ : ବାର ବର୍ଷରେ ଭାରତ ଛାଡ଼ିଲେ 17.50 ଲକ୍ଷ ନାଗରିକ

0

ନୂଆଦିଲ୍ଲୀ,//TATKAL ODISHA//:

ବିଗତ ବାର ବର୍ଷରେ ୧୭.୫୦ ଲକ୍ଷରୁ ଅଧିକ  ଭାରତୀୟ ନାଗରିକତ୍ୱ ଛାଡ଼ିଛନ୍ତି I ଶୁଣିଲେ ଆଶ୍ଚର୍ଯ୍ୟ ହୋଇପାରନ୍ତି ହେଲେ ତାହା ସତ୍ୟ I

ହେଲେ କାହିଁକି? କଣ ପାଇଁ ଭାରତ ପ୍ରତି ଏତେ ବିମୁଖ??

ଭାରତ ସରକାରଙ୍କ ରିପୋର୍ଟ ଭିତ୍ତିରେକେବଳ ଚଳିତବର୍ଷ ଜୁନ୍ ସୁଦ୍ଧା ପ୍ରାୟ ୮୭,୦୨୬ ଭାରତୀୟ ସେମାନଙ୍କ ନାଗରିକତ୍ୱ ଛାଡ଼ିଛନ୍ତି। ବେଶୀ ଭାରତୀୟ ଆମେରିକାରେ ରହିବାକୁ ଅଧିକ ପସନ୍ଦ କରୁଛନ୍ତି I ଫଳରେ ଭାରତରେ ‘ବ୍ରେନ ଡ୍ରେନ‘ ହେବାକୁ ବସିଛି I

କେଉଁ ବର୍ଷ କେତେ ଦେଶ ଛାଡ଼ିଛନ୍ତି? ଦେଖନ୍ତୁ..

  • ୨୦୧୧ରେ ୧.୨୨,୮୧୯,
  • ୨୦୧୨ରେ ୧,୨୦, ୯୨୩
  • ୨୦୧୩ରେ ୧,୩୧,୪୦୫,
  • ୨୦୧୪ରେ ୧,୨୯,୩୨୮, 
  • ୨୦୧୫ରେ ୧,୩୧, ୪୮୯,
  • ୨୦୧୮ରେ ୧,୩୪, ୫୬୧, 
  • ୨୦୧୯ରେ ୧,୪୪,୦୧୭,
  • ୨୦୨୦ରେ ୮୫,୨୫୬, 
  • ୨୦୨୧ରେ ୧,୬୩,୩୭୦, 
  • ୨୦୨୨ରେ ୨,୨୫,୬୨୦

ଭାରତୀୟ ସେମାନଙ୍କ ନାଗରିକତ୍ୱ ଛାଡ଼ିଛନ୍ତି I

୨୦୨୧ରେ ଭାରତ ଛାଡି ଅନ୍ୟ ଦେଶରେ ଅବସ୍ଥାପିତ ହୋଇଥିବା ଭାରତୀୟ ନାଗରିକ..

  • ଅଷ୍ଟ୍ରେଲିଆ-୨୩,୫୩୩ 
  • କାନାଡା-୨୧,୫୯୭
  • ବ୍ରିଟେନ -୧୪,୬୩୭
  • ଇଟାଲୀ -୫,୯୮୬
  • ନ୍ୟୁଜିଲାଣ୍ଡ- ୨,୬୪୩
  • ସିଙ୍ଗାପୁର- ୨,୫୧୬
  • ନେଦରଲାଣ୍ଡ-୨,୧୮୭
  • ସ୍ବିଡେନ -୧,୮୪୧
  • କେନ୍ – ୧,୫୯୫

କେବଳ ୨୦୨୧ରେ ୭,୮୮,୨୮୪  ବ୍ୟକ୍ତି ସେମାନଙ୍କ ଭାରତୀୟ ନାଗରିକତ୍ବ ପରିତ୍ୟାଗ କରି ଆମେରିକାରେ ଅବସ୍ଥାପିତ ହୋଇଥିବା ଜଣାପଡ଼ିଛି।

କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ, ଗତ ଦୁଇ ଦଶନ୍ଧି ହେବ ଭାରତୀୟ ନାଗରିକମାନେ ବିଦେଶରେ ନିଯୁକ୍ତି ସମ୍ଭାବନା ଦେଖୁଛନ୍ତି । ବ୍ୟକ୍ତିଗତ ସୁବିଧା ପାଇଁ ଅଧିକାଂଶ ଭାରତୀୟ ବାହାର ଦେଶର ନାଗରିକରୁ ଗ୍ରହଣ କରୁଥିବା କୟଶଙ୍କର କହିଛନ୍ତି।

Leave A Reply

Your email address will not be published.