ବେଦରେ ୧୬ ମନ୍ତ୍ର ଦ୍ୱାରା ସବୁ ଗଣିତର ସମାଧାନ

0
  • ଶଙ୍କରାଚାର୍ଯ୍ୟ ଭାରତୀକୃଷ୍ଣଙ୍କ ଠାରୁ ପୂର୍ବତନ ରାଜ୍ୟପାଳ କାଟଜୁ ଶିଖିଥିଲେ ବୈଦିକ ଗଣିତ
  • TATKAL ODISHA//ଐତିହ୍ୟ ଖୋଜ//
  • +++++++++++++++++++++
  • ସଂଗ୍ରହ: ଡା. ଉମାକାନ୍ତ ମିଶ୍ର
  • ++++++++++++++++++++++

3 ନଭେମ୍ବର 1947

ଭାରତକୁ ସ୍ୱାଧୀନତା ପାଇବାର ୩ ମାସ ବି ହୋଇ ନଥିଲା।

ପୁରୀ ସ୍ଥିତ ବେଦ-କର୍ମକାଣ୍ଡ ବିଦ୍ୟାଳୟରେ ପୁରସ୍କାର ବିତରଣ ସମାରୋହ ଚାଲିଥାଏ।

ଓଡ଼ିଶାର ପୂର୍ବତନ ରାଜ୍ୟପାଳ କୈଳାଶ ନାଥ କାଟଜୁ

ସେହି ସମୟରେ ଆମ ରାଜ୍ୟର ରାଜ୍ୟପାଳ ଥିଲେ #କୈଳାସନାଥ_କାଟଜୁ।
ସେ ଆସିଥିଲେ ମୁଖ୍ୟ ଅତିଥି ହୋଇ।

ପ୍ରଧାନ ଆଚାର୍ଯ୍ୟ ପଣ୍ଡିତ #ରାମଚନ୍ଦ୍ର_ରଥ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ଏବଂ ସଭାପତିତ୍ୱ କରୁଥିଲେ।

ସମ୍ମାନିତ ଅତିଥି ଥିଲେ ପୁରୀ ଗୋବର୍ଦ୍ଧନ ପୀଠାଧିଶ ତତ୍କାଳୀନ ଶଙ୍କରାଚାର୍ଯ୍ୟ ଜଗଦ୍ ଗୁରୁ #ଭାରତୀକୃଷ୍ଣ_ତୀର୍ଥଜୀ

ଯିଏ କି ଏକ ସମୟରେ ୭ଟି ବିଷୟରେ ଏମଏ ପରୀକ୍ଷା ଦେଇଥିଲେ I ଆଶ୍ଚର୍ଯ୍ୟର କଥା କି, ସେ ୭ଟି ଯାକ ବିଷୟରେ ପ୍ରଥମ ସ୍ଥାନ ମଧ୍ୟ ପ୍ରାପ୍ତ ହୋଇଥିଲେ ।

ସ୍ୱାମୀ ଭାରତୀକୃଷ୍ଣ ତୀର୍ଥଜୀ ରାଜ୍ୟପାଳଙ୍କୁ ଏକ ପ୍ରସ୍ତାବ ଦେଇ କହିଲେ, “ବେଦରେ ଏପରି ୧୬ଟି ମନ୍ତ୍ର ଅଛି ଯାହାଦ୍ୱାରା ଯେ କୌଣସି ଗଣିତ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇପାରିବ।

ଏହା ଶୁଣି ରାଜ୍ୟପାଳ ଶ୍ରୀଯୁକ୍ତ କାଟଜୁ ଉଠି ଠିଆ ହୋଇଗଲେ ଏବଂ କହିଲେ ବେଦକୁ ପ୍ରଶଂସା କରିବା ଠିକ କଥା ; କାହିଁକି ନା ବେଦ, ହିନ୍ଦୁ ଧର୍ମର ସର୍ବଶ୍ରେଷ୍ଠ ଶାସ୍ତ୍ର।
ବେଦ ଆମ ସନାତନ ହିନ୍ଦୁମାନଙ୍କର ମୌଳିକ ଗ୍ରନ୍ଥ। ଜଗନ୍ନାଥଜୀଙ୍କୁ ମଧ୍ୟ ବେଦପୁରୁଷ କୁହାଯାଇଛି।
ତେଣୁ ବେଦର ପ୍ରଶସ୍ତି ଗାଇବାରେ କୌଣସି ଅସୁବିଧା ନାହିଁ ।

କିନ୍ତୁ ଶଙ୍କରାଚାର୍ଯ୍ୟ ପୀଠରେ ବସି ସ୍ଵାମୀ ଭାରତୀକୃଷ୍ଣ ତୀର୍ଥଜୀଙ୍କଦ୍ୱାରା – ବେଦଦ୍ୱାରା ସମସ୍ତ ସମସ୍ୟାର ସମାଧାନ ହୋଇପାରିବ କହିବା ଅତିରଞ୍ଜିତ ହୋଇଯାଉଛି।

ଏହା ଶୁଣି ଶଙ୍କରାଚାର୍ଯ୍ୟ ଭାରତୀକୃଷ୍ଣ ତୀର୍ଥଜୀ ଉଠି ପଡ଼ି କହିଲେ …..” ଠିକ୍ ଅଛି”।

ଆପଣ ମୋତେ ଯେକୌଣସି ଗଣିତ ସମ୍ବନ୍ଧୀୟ ପ୍ରଶ୍ନ ଦିଅନ୍ତୁ ଏବଂ ମୋର ବୈଦିକ ସମାଧାନ ଦେଖନ୍ତୁ”।

ଦେଖୁ ଦେଖୁ ପୁରସ୍କାର ବିତରଣୀ ସମାରୋହ ଏକ ଶାସ୍ତ୍ରାର୍ଥ ସଭାରେ ପରିବର୍ତ୍ତିତ ହୋଇଗଲା। କଳାପଟା ଅଣାଗଲା।

ତାପରେ ଶଙ୍କରାଚାର୍ଯ୍ୟ ଭାରତୀକୃଷ୍ଣ ତୀର୍ଥଜୀ ରାଜ୍ୟପାଳ ଶ୍ରୀଯୁକ୍ତ କାଟଜୁଙ୍କୁ କହିଲେ-ଦୟାକରି ଆପଣଙ୍କ ପ୍ରଶ୍ନ ଲେଖନ୍ତୁ। କାଟଜୁ ସେ ସମୟରେ ଗଣିତରେ ଏମଏ ପଢ଼ିଥିଲେ।

ସେ କଳାପଟାରେ ଏକ ପ୍ରଶ୍ନ ହିନ୍ଦୀରେ ଲେଖିଲେ। ତଥାପି ଏହାକୁ ଦେଖି ବିଶେଷ ଭାବ ପ୍ରକାଶରେ କିଛି ବ୍ୟତିକ୍ରମ ରହିଯାଇ ଥିବାର ଆଶଙ୍କା କରି ଭାରତୀକୃଷ୍ଣ ତୀର୍ଥଜୀ ସେ ପ୍ରଶ୍ନକୁ ଇଂରାଜୀରେ ଲେଖିବାପାଇଁ କହିଲେ। କାଟଜୁ ତୁରନ୍ତ ସେହି ପ୍ରଶ୍ନକୁ ଇଂରାଜୀରେ ଭାଷାନ୍ତର କରିଦେଲେ।

ଶଙ୍କରାଚାର୍ଯ୍ୟଜୀ କହିଲେ- “ଭାଷାନ୍ତର ଠିକ ଅଛି” ?

“କାଟଜୁ କହିଲେ, “ହଁ, ଏହା ଠିକ ଅଛି।”

ଶଙ୍କରାଚାର୍ଯ୍ୟଜୀଙ୍କୁ ଏହାର ସମାଧାନ କରିବାକୁ ଥିଲା। କିନ୍ତୁ ସେ ନିଜର ଏକ ୧୫ବର୍ଷର ଶିଷ୍ୟକୁ ଡାକିଲେ। ନିଜେ ନକରି ଶଙ୍କରାଚାର୍ଯ୍ୟଜୀ ସଂସ୍କୃତରେ ଶିଷ୍ୟକୁ କହିଲେ, ଏହାର ସମାଧାନ କରିଦିଅ। ସେ ଶିଷ୍ୟ ଜଣକ ଆସିଲା ଏବଂ ସିଧା ଉତ୍ତରଟି ଲେଖିଦେଲା। ଯେମିତି ବିନା କ୍ରମରେ ସେ ଉତ୍ତର ଦେଲା, କାଟଜୁ ତାହାର ପ୍ରତିବାଦ କରି କହିଲେ,

“ନାହିଁ, ଏହା ଠିକ ନୁହେଁ। ଆପଣ ଏହାକୁ କ୍ରମାନୁସାରେ ବୁଝାନ୍ତୁ।

ଏହା ହୁଏତ ଆପଣଙ୍କର କୌଣସି ଯାଦୁ ହୋଇପାରେ। ଆପଣ କୌଣସି ମନ୍ତ୍ର ତନ୍ତ୍ର ଜାଣିଥାଇ ପାରନ୍ତି। ଏହାକୁ ସୋପାନ କ୍ରମରେ କରନ୍ତୁ।”

ଶଙ୍କରାଚାର୍ଯ୍ୟଜୀ ନିଜ ଶିଷ୍ୟକୁ କହିଲେ ପୁତ୍ର, ଏହାକୁ ବିସ୍ତୃତ ସୋପାନ ଅନୁଯାୟୀ କରି ଦେଖାଅ।”*

ଶିଷ୍ୟ ଜଣକ ପୁନଃ ଚକ୍ ଖଡି ଧରି ଗୋଟି ଗୋଟି କରି କ୍ରମାନୁସାରେ ସେଇ ଉତ୍ତରଟିକୁ ଦେଖାଇଲେ।*

ସେହି ସମୟରେ କାଟଜୁଙ୍କ ମଥା ତଳକୁ ନଇଁଯାଇଥିଲା ଏବଂ ଆଖିରୁ ଧାର ଧାର ଲୁହ ଝରିପଡିଲା। ସେ ଠିଆହୋଇ ସମସ୍ତଙ୍କ ସମ୍ମୁଖରେ କହିଲେ, “ମୁଁ ନିଃସର୍ତ୍ତ କ୍ଷମା ମାଗୁଛି।”*

ମୁଁ ଜାଣି ନଥିଲି ଯେ ବେଦରେ ଏପରି ବିଜ୍ଞାନ ସମ୍ମତ ଗାଣିତିକ ଜ୍ଞାନ ଅଛି ଯାହାକୁ ଆଧାର କରି କେବଳ ଆପଣ ନୁହନ୍ତି; ଆପଣଙ୍କର ୧୫ ବର୍ଷର ଜଣେ ଶିଷ୍ୟ ମୋ’ ପ୍ରଶ୍ନର ସଠିକ ସମାଧାନ ଖୁବ୍ କମ୍ ସମୟରେ କରିଦେଲେ।”*

ଏହାପରେ କାଟଜୁ ହାତ ଯୋଡ଼ି ପଚାରିଲେ, “ବୈଦିକ ଗଣିତ ଶିଖିବାପାଇଁ କେତେଦିନ ଲାଗିବ?”*

ଶଙ୍କରାଚାର୍ଯ୍ୟଜୀ କହିଲେ, ” ଛଅ ମାସ ପର୍ଯ୍ୟନ୍ତ ଯଦି ଆପଣ ମୋ ନିକଟକୁ ଆସନ୍ତି ତା’ହେଲେ ମୁଁ ଆପଣଙ୍କୁ ବୈଦିକ ଗଣିତ ଶିଖାଇ ଦେବି। କହିବା ବାହୁଲ୍ୟ; ତା’ପରେ ୬ମାସ ଯାଏଁ ଗୋବର୍ଦ୍ଧନ ମଠ ଆଗରେ ରାଜ୍ୟପାଳଙ୍କ ଗାଡ଼ି ଲାଗିଲା । ପରବର୍ତ୍ତୀ ସମୟରେ ସ୍ଵାମୀ ଭାରତୀକୃଷ୍ଣ ବେଦରୁ ସଂଗ୍ରହ କରି “ବୈଦିକ ଗଣିତ ଶିକ୍ଷା” ପୁସ୍ତକ ରଚନା କଲେ, ଯାହାକି ଦେଶ ବିଦେଶରେ ବିଶେଷ ଆଦୃତ ହେଲା।

( #ସଂଗୃହୀତ )

Leave A Reply

Your email address will not be published.