ବେଆଇନ ଧର୍ମାନ୍ତରୀକରଣ, ଅନୁପ୍ରବେଶକାରୀ, ଗୋ ଚାଲାଣକୁ ରୋକାଯିବ : ଦେବ ସେନା

0
  • ରାଜ୍ୟ କାର୍ଯ୍ୟକାରିଣୀ

ଭୁବନେଶ୍ୱର//TATKAL ODISHA//

ବିଭିନ୍ନ ଜିଲ୍ଲାର ହେଉଥିବା ବେଆଇନ ଧର୍ମାନ୍ତରୀକରଣ, ବେଆଇନ ଅନୁପ୍ରବେଶକାରୀ ଓ ବେଆଇନ ଗୋ ଚାଲାଣକୁ ସମ୍ପୂର୍ଣ୍ଣ ରୋକାଯିବ I ସେଥିପାଇଁ ଦେବ ସେନାର ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସଂଗଠନକୁ ଆହୁରି ବିସ୍ତାର କରାଯିବ I

ଶନିବାର ଦେଵ ସୈନିକ ବଂଧୁମାନେ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି I ଦେବ ସେନା,ହିନ୍ଦୁ ସଂଗଠନ,ଓଡ଼ିଶା ପ୍ରଦେଶର ଚତୁର୍ଥ ଅଧିବେଶନ, ମାଷ୍ଟର କେଣ୍ଟିନ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି। ୩୨ଟି ସାଂଗଠନିକ ଜିଲ୍ଲାରୁ ଜିଲ୍ଲାସ୍ତରୀୟ ଦେବ ସୈନିକ ବଂଧୁ ଏଥିରେ ଯୋଗ ଦେଇଛନ୍ତି ।

ରାଜ୍ୟ ଅଧ୍ୟକ୍ଷ ଡ଼ଃ. ସୁନୀଲ ଶେଖର, ରାଜ୍ୟ ଉପାଧ୍ୟକ୍ଷ ଶିବାଜୀ ପଟ୍ଟନାୟକ, ରାଜ୍ୟ ଉପାଧ୍ୟକ୍ଷ ରଣଧିର ଲେଙ୍କା, ରାଜ୍ୟ ଉପାଧ୍ୟକ୍ଷ ଶରତ ଚନ୍ଦ୍ର ଜଗଦେବ ଓ ଦେବ ସେନା ରାଜ୍ୟ ପରାମର୍ଶଦାତା ଅଜିତ୍ କୁମାର ପାଣିଗ୍ରାହୀ ବିଭିନ୍ନ ଜିଲ୍ଲା ସଂଗଠନକୁ ସକ୍ରୀୟ କରିଵା ସହିତ ଭାରତକୁ କିପରି ସନାତନ ହିନ୍ଦୁ ରାଷ୍ଟ୍ର ରୂପେ ଘୋଷଣା ହେବ,ତା ଉପରେ ଅଧିକ ହିନ୍ଦୁ ସମାଜକୁ ଜାଗ୍ରତ ଓ ସଂଗଠିତ କରା ହେବ,ତା ଉପରେ ଗୁରୁତ୍ୱ ଆରୋପ କରା ଯାଇଥିଲା।

ସର୍ବଶେଷରେ ଏକ ଦଶ ଦଫା ଦାଵି ପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀ, ରାଜ୍ୟ ଆଇନ୍ ଗୋ ରାଜ୍ୟ କୃଷି ଓ ପଶୁସମ୍ପଦ ମନ୍ତ୍ରୀଙ୍କୁ ଦାବିପତ୍ରରେ ସ୍ୱାକ୍ଷର କରି ରାଜ୍ୟ ଅଧ୍ୟକ୍ ଡ.ସୁନୀଲ ଶେଖର ମାଧ୍ୟମରେ ରାଜ୍ୟ ସରକାର ଦେବା ପାଇଁ ନିଷ୍ପତ୍ତି ହୋଇଛି।

ଏହି ଅବସରରେ ରାଜ୍ୟର ସମସ୍ତ ବିଧାୟକ ଓ ସାଂସଦ ମାନଙ୍କୁ ଏହି ଦାବି ପତ୍ର ଦେବା ସେନାର ସମସ୍ତ ଜିଲ୍ଲା ଅଧ୍ୟକ୍ଷ ବଂଧୁ ମାନେ ନିଜ ନିଜ ଜିଲ୍ଲାରେ ପ୍ରଦାନ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ବର୍ଷାର ପ୍ରତିକୂଳ ପାଗ ସତ୍ୱେ ଉକ୍ତ ଅଧିବେଶନରେ ମୋଟ୍ ସକ୍ରୀୟ ୧୦୦ ଜଣ ଦେବ ସୈନିକ ବଂଧୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.