ବିଶିଷ୍ଟ ଗାଳ୍ପିକ ସାରଦା ମିଶ୍ରଙ୍କ ଶ୍ରାଦ୍ଧବାର୍ଷିକରେ ଗଭୀର ‘ଶ୍ରଦ୍ଧାଞ୍ଜଳି’

0

ଭୁବନେଶ୍ୱର//TATKAL ODISHA//

ସୃଜନଶୀଳତାର ଶୀର୍ଷରେ ଥିବାବେଳେ ବିଶିଷ୍ଟ କବି, ଗବେଷକ, ଅନୁବାଦକ, ଗାଳ୍ପିକ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀ ସାରଦା ମିଶ୍ର ଆରପାରିକୁ ଚାଲି ଯାଇଥିଲେ I ଚାହୁଁ ଚାହୁଁ ଛ ବର୍ଷ ଅତିକ୍ରମ କରି ଯାଇଛି I ସ୍ବର୍ଗତ ସାରଦା ବାବୁଙ୍କର ଜ୍ଞାନର ପଟାନ୍ତର ନାହିଁ I ତାଙ୍କର କାଳଜୟୀ କୃତି ଅବିସ୍ମରଣୀୟ I

ଶ୍ରାଦ୍ଧବାର୍ଷିକରେ ବହୁ ବିଶିଷ୍ଟ ବ୍ୟକ୍ତି ସ୍ମୃତି ଚାରଣ କରିଥିଲେ I

ସ୍ଥାନୀୟ ରୋଟାରୀ ଭବନରେ ହୋଇଥିଲା ଏହି ସ୍ମୃତି ଚାରଣ I ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଶିଷ୍ଟ ସାହିତ୍ୟିକ ତଥା ପ୍ରଶାସକ ଅଲେଖ ପଢ଼ିଆରୀ, ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ, ବରିଷ୍ଠ ପ୍ରଶାସକ ମନୋରଞ୍ଜନ ପାଣିଗ୍ରାହୀ, ପୂର୍ବତନ ପ୍ରଶାସକ ସୁରେଶ ମନ୍ତ୍ରୀ, ହାରିବଲ୍ଲଵ ଶତପଥୀ ଓ ପ୍ରଶାସକ ଆଜାଦହିନ୍ଦ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ I

ସାରଦା ବାବୁଙ୍କ ଆବିର୍ଭାବ 1 ଫେବୃଆରୀ 1963ରେ ହୋଇଥିଲାବେଳେ ତିରୋଧାନ ହୋଇଥଲା 17 ଏପ୍ରିଲ 2016ରେ

Leave A Reply

Your email address will not be published.