ବିରୋଧୀଙ୍କ ହଟଗୋଳ, ଗୃହ ଅଚଳ

0
  • ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ନେଇ ହଙ୍ଗାମା
  • ଗୃହରେ ନିନ୍ଦା ପ୍ରସ୍ତାବ ଆସୁ, ବିଜେପିର ଦାବି
  • ବାଚସ୍ପତି କଲେ ଗୃହକୁ ମୁଲତବି

ଭୁବନେଶ୍ୱର//TATKAL ODISHA//

ମୌସୁମୀ ଅଧିବେଶନର ଷଷ୍ଠ ଦିନ I ପ୍ରଶ୍ନୋତ୍ତର କାର୍ଯ୍ୟକାଳ ଚାଲି ପାରିନାହିଁ I

ବିରୋଧୀଙ୍କ ହଟଗୋଳ, ନାରାବାଜି ଯୋଗୁଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ 10.32ରୁ ସାଢ଼େ 11 ଯାଏ ମୁଲତବି କରିଛନ୍ତି I

ଗୁରୁବାର ବିଧାନସଭାରେ ଧାର୍ଯ୍ୟ ସମୟରେ ପ୍ରଶ୍ନୋତ୍ତର କାର୍ଯ୍ୟକାଳ ଆରମ୍ଭ ହେବା କ୍ଷଣି ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟ ଗୃହ ମଝିରେ ହଟଗୋଳ କରିଥିଲେ I

ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଦିବାସୀ ବିରୋଧୀ ବୋଲି କଂଗ୍ରେସ ନେତା ଅଜୟ କୁମାର ବିବାଦୀୟ ମନ୍ତବ୍ୟ ଦେଇଥିଲେ I କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଇଙ୍ଗିତରେ ଏଭଳି ମତ ଦେଇଥିଲେ I ଏହାକୁ ବିରୋଧ କରି ବିଜେପି ସଭ୍ୟ ପ୍ରଥମେ ନିଜ ଆସନରେ ଏବଂ ପରେ ଗୃହ ମଝିରେ ନାରାବାଜି ସହ ହଟଗୋଳ କରିଥିଲେ I ଏହି ପ୍ରସଙ୍ଗରେ ବିଜେପି ସଭ୍ୟ ଗୃହରେ ନିନ୍ଦା ପ୍ରସ୍ତାବ ଆସୁ ବୋଲି ଦାବି ସହ କଂଗ୍ରେସ କ୍ଷମା ପ୍ରାର୍ଥନା କରୁ ବୋଲି ଦାବି କରିଥିଲେ I

ଅନ୍ୟ ପକ୍ଷରେ କଂଗ୍ରେସ ସଭ୍ୟ ଏହାକୁ ବିରୋଧ କରି ଅନୁରୂପ ଭାବେ ନାରାବାଜି ସହ ହୋ ହାଲ୍ଲା କରିଥିଲେ I

ଗୃହର ଅବସ୍ଥା ଠିକ ନ ଥିବାରୁ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ମୁଲତବି କରିଥିଲେ I

ଗୃହ ମୁଲତବୀ ହେବା ପରେ ବିଜେପି ସଭ୍ୟମାନେ ବାହାରେ ଵ୍ୟାନର ଓ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିବା ଦେଖାଯାଇଥିଲା I

Leave A Reply

Your email address will not be published.