ବିନା ବାଦ୍ୟଯନ୍ତ୍ରରେ ‘ଶ୍ରୀମନ୍ଦିର’ ଗୀତ

0
  • ସଂଗୀତ ନିର୍ଦେଶକ ପ୍ରେମାନନ୍ଦଙ୍କ ନୂଆ ପ୍ରୟୋଗ
  • ପୁରୀ, ଭୁବନେଶ୍ୱର//TATKAL ODISHA//

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ବିନା ବାଦ୍ୟ ଯନ୍ତ୍ର ବ୍ୟବହାରରେ ଗାୟକ ଗାୟିକାଙ୍କର କଣ୍ଠସ୍ଵର ଓ ତାଳିକୁ ବ୍ୟବହାର କରି ଶ୍ରୀମନ୍ଦିର ଉପରେ ଗୀତ ବୋଲା ଯାଇଛି I ସମ୍ପୂର୍ଣ୍ଣ ଗୀତଟି ଭିନ୍ନ ଧରଣର ଓ ଓଡ଼ିଆ ସଂଗୀତ ଜଗତର ‘ନୂଆ ପ୍ରୟୋଗ’ ବୋଲି କହନ୍ତି ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ I

+++++++++++++++++++++++++++++++++++++


ଐତିହାସିକ ଧାରାବାହିକ ‘ଶ୍ରୀମନ୍ଦିର’ର ଶୀର୍ଷକ ଗୀତରେ ଏକ ପରୀକ୍ଷା କରିଛନ୍ତି ସଙ୍ଗୀତ ନିର୍ଦେଶକ ପ୍ରେମ ଆନନ୍ଦ l ଏଥିରେ କୌଣସି ପ୍ରକାର ବାଦ୍ୟ ଯନ୍ତ୍ରର ବ୍ୟବହାର କରାଯାଇନାହିଁ l ଗାୟକ ଗାୟିକା ମାନଙ୍କର କଣ୍ଠସ୍ଵର ଓ ତାଳିକୁ ବ୍ୟବହାର କରି ସମ୍ପୂର୍ଣ୍ଣ ଗୀତଟି ପ୍ରସ୍ତୁତ କରାଯାଇଛି l

ଶ୍ରୀମନ୍ଦିରର ଶୀର୍ଷକ ଗୀତର ଆଉ ଏକ ବିଶେଷତ୍ୱ ହେଲା ଏଥିରେ କଣ୍ଠଦାନ କରିଛନ୍ତି ଓଡିଶା ର ଆଗଧାଡିର 15 ଜଣ କଣ୍ଠଶିଳ୍ପୀ l ସେମାନେ ହେଲେ
Sricharan Mohanty
Ashutosh Mohanty
Biswajit Mohapatra
Goutam Giri
Bishnu Mohan Kabi
Abhijit Mishra
Shasank Sekhar
Satyajeet Pradhan
Sabisesh Mishra
Diptirekha Padhi
Sohini Mishra
Lopamudra Dash
Arpita Choudhury
Rojalin Sahu
Samikshya Mishra
“ଜଗନ୍ନାଥ ଆମର ପରିଚୟ ଓ ଶ୍ରୀ ମନ୍ଦିର ଆମର ଗର୍ବ l ସମ୍ପୂର୍ଣ୍ଣ ନହେଲେ ନାଇଁ ଶ୍ରୀମନ୍ଦିର ଶୀର୍ଷକ ଗୀତ ରୁ ଶବ୍ଦ ଟିଏ ବି ଗାଇବାର ସୁଯୋଗ ମିଳିଛି ତାହା ଆମ ପାଇଁ ମହାପ୍ରସାଦ ଭଳି “-ଏକଥା ଭାବାତୁର ହେଇ ଆନନ୍ଦ ଓ ଗର୍ବ ର ସହ କୁହନ୍ତି ଏହାର ଗାୟକ ମାନେ l

ଏ ଗୀତର ଗୀତିକାର ଦେବୀଦତ୍ତ ମହାନ୍ତି, ଗବେଷକ ସୁରେନ୍ଦ୍ର ମିଶ୍ର, କ୍ରିଏଟିଭ ହେଡ୍ ରଞ୍ଜନ ସତପଥୀ, ପ୍ରବଚକ ଶରଣାବିନ୍ଦଙ୍କ ସହ ଶ୍ରୀମନ୍ଦିର ସାମ୍ନାରେ ସାରା ରାତି ଆସରରେ ବସି ସେ ଗୀତଟି ଲେଖୁଥିବା ଓ ପ୍ରେମ୍ ଆନନ୍ଦ ସ୍ଵର କରୁଥିବା ବେଳର ସେ ସୁନ୍ଦର ଅନୁଭବକୁ ଜୀବନରେ କେବେ ଭୁଲି ପାରିବେନି ବୋଲି କୁହନ୍ତି ଦେବୀଦତ୍ତ ମହାନ୍ତି I

ପ୍ରକାଶ ଥାଉକି ଓଡିଶାର କିଛି ଐତିହାସିକ ଗଳ୍ପକୁ ନେଇ ତରଂଗ ଟିଭି ଓ ତରଙ୍ଗ ପ୍ଲସ୍ ପାଇଁ ପ୍ରସ୍ତୁତ କରାଯାଉଛି ଏହି ଶ୍ରୀ ମନ୍ଦିର ଧାରାବାହିକ l ପ୍ରଥମ ସିରିଜରେ ପ୍ରଦର୍ଶିତ ହେବାକୁ ଥିବା କାଞ୍ଚି ବିଜୟ ଗଳ୍ପରେ ବୁଦ୍ଧାଦିତ୍ୟ ମହାନ୍ତି ଓ ଜାଗୃତି ରଥଙ୍କୁ ଗଜପତି ପୁରୁଷୋତ୍ତମ ଦେବ ଓ ପଦ୍ମାବତୀ ଚରିତ୍ରରେ ଦେଖିବାକୁ ମିଳିବ I

  • ଦେଖନ୍ତୁ ଓ ଶୁଣନ୍ତୁ ସେଇ ସୁମଧୁର ଗୀତଟି…

Leave A Reply

Your email address will not be published.