ବିଧାନସଭା ବାହାରେ ତୁମୁଳକାଣ୍ଡ: ସୁରକ୍ଷାକର୍ମୀ- କଂଗ୍ରେସ ବିଧାୟକ ମୁହାଁମୁହିଁ

0

ଭୁବନେଶ୍ୱର//TATKAL ODISHA//

ବିଧାନସଭା ବାହାରେ ତୁମଳକାଣ୍ଡ I ବାର ନିଲମ୍ବିତ କଂଗ୍ରେସ ବିଧାୟକଙ୍କୁ ବଳପୂର୍ବକ ଭାବେ ବିଧାନସଭାରୁ ବାହାର କରିବାବେଳେ ସୁରକ୍ଷାକର୍ମୀଙ୍କ ସହ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ମୁହାଁମୁହିଁ ଅବସ୍ଥା ସୃଷ୍ଟି ହୋଇଛି ।

ଠେଲାପେଲା ଯୋଗୁଁ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମଙ୍କ ହାତରେ ଆଘାତ ଲାଗିଛି I ସେ ଆହତ ହୋଇଥିବା କଂଗ୍ରେସ କହିଛି I ଏଥିପାଇଁ ବିଧାନସଭାରେ ପହଞ୍ଚିଛି ୧୦୮ ଆମ୍ବୁଲାନ୍ସ । ବିଳମ୍ବିତ ରାତ୍ରୀ ଯାଏ ସୁରକ୍ଷା କଡ଼ାକଡି କରାଯାଇଛି I

ବିଧାନସଭା ବାହାରେ ପିସିସି ସଭାପତି ଭକ୍ତଚରଣ ଦାସ ଓ ପୂର୍ବତନ ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ସମେତ ଜଣେ ପରେ ଜଣେ କଂଗ୍ରେସ ନେତା ଗୃହ ବାହାରେ ପହଞ୍ଚି ଥିଲେ I

ଧାରଣାରେ ବସିଛନ୍ତି ଛାତ୍ର କଂଗ୍ରେସକର୍ମୀ ।

ଦେଖନ୍ତୁ ପୂର୍ବ ରିପୋର୍ଟ :

// BIG BREAKING //

ତାରା, ରମେଶଙ୍କ ବ୍ୟତୀତ କଂଗ୍ରେସର ଅନ୍ୟ ସମସ୍ତ ସଦସ୍ୟଙ୍କୁ ବାଚସ୍ପତି କଲେ ନିଲମ୍ବିତ

Leave A Reply

Your email address will not be published.