ବିଧାନସଭା କୋଭିଡ ଟେଷ୍ଟ : ତିନି ପର୍ଯ୍ୟାୟରେ 1403ରୁ ପଜିଟିଭ 12

0

* ଟେଷ୍ଟ ହୋଇଥିଵା 119 ବିଧାୟକଙ୍କ ରିପୋର୍ଟ ନେଗେଟିଭ 

EXCLUSIVE //ତତ୍କାଳ ଓଡ଼ିଶା//

ବିଧାନସଭାରେ ସବୁ ପର୍ଯ୍ୟାୟ କୋଭିଡ ଟେଷ୍ଟ ରିପୋର୍ଟ ଆସିଛି I ମୋଟ 1403ଙ୍କ ମଧ୍ୟରୁ 12 ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି I 

      ପ୍ରଥମ ପର୍ଯ୍ୟାୟରେ 520 କୋଭିଡ ଟେଷ୍ଟ ରିପୋର୍ଟ ମଧ୍ୟରୁ 2 ଜଣ ପଜିଟିଭ ଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟରେ 403 ଟେଷ୍ଟ ରିପୋର୍ଟରୁ ଶୂନ୍ୟ ଏବଂ ତୃତୀୟ ପର୍ଯ୍ୟାୟ ଟେଷ୍ଟ ରିପୋର୍ଟ ମଧ୍ୟରୁ 361 ମଧ୍ୟରୁ 10 ଜଣଙ୍କ ରିପୋର୍ଟ ପଜିଟିଭ ରହିଛି I 

   ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ କୋଭିଡ ଟେଷ୍ଟ ହୋଇଥିଲା I ଏଥିରେ ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକ ଅନ୍ତର୍ଭୁକ୍ତ ଥିଲେ I ମନ୍ତ୍ରୀ ଓ ବିଧାୟକଙ୍କର ଆରଟି-ପିସିଆର, ଆଣ୍ଟିଜେଣ୍ଟ ଓ ଆଣ୍ଟି ବଡି ଟେଷ୍ଟ ହୋଇ ଥିଲା ବେଳେ କର୍ମଚାରୀ ଓ ସାମ୍ବାଦିକଙ୍କର କେବଳ ଆରଟି-ପିସିଆର ଓ ଆଣ୍ଟିଜେଣ୍ଟ ପରୀକ୍ଷା ହୋଇଛି I

ମୋଟ 1403ଙ୍କର ରିପୋର୍ଟ ଆସିଛି I ଏଥିରେ 119 ବିଧାୟକଙ୍କ କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ ରହିଛି I

12 ପଜିଟିଭ ମଧ୍ୟରୁ ସାମ୍ବାଦିକ 2, ବିଧାନସଭା କର୍ମଚାରୀ 3 ଓ ଅନ୍ୟାନ୍ୟ କର୍ମଚାରୀ 7 ଜଣ ଅନ୍ତର୍ଭୁକ୍ତ I 

Leave A Reply

Your email address will not be published.