ବିଦ୍ୟୁତ ଗାଡ଼ି ପାଇଁ ପ୍ରୋତ୍ସାହନ : ଘୋଷଣା ଖୁବଶୀଘ୍ର

0
  • ଭୁବନେଶ୍ୱର//TATKAL ODISHA//

ବିଳମ୍ବରେ ହେଉ ପଛକେ ରାଜ୍ୟ ସରକାର ସଠିକ ନିଷ୍ପତ୍ତି ନେଇଛନ୍ତି I ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ମଡେଲ ଆପଣାଇବେ l ଏଣିକି ବିଦ୍ୟୁତ୍ ଚାଳିତ ଯାନ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି । ସେଥିପାଇଁ ବିଦ୍ୟୁତ୍ ଚାଳିତ ଯାନ କିଣିବାକୁ ସରକାର ପ୍ରୋତ୍ସାହନ ଦେବେ ।

  • ଦୁଇ ଚକିଆ ଯାନ ପାଇଁ ୫ହଜାର ଟଙ୍କାର ରିହାତି
  • ତିନି ଚକିଆ ଯାନ ପାଇଁ ୧୨ହଜାର ଟଙ୍କାର ରିହାତି
  • ଚାରି ଚକିଆ ଯାନ ପାଇଁ ସର୍ବାଧିକ ୧ଲକ୍ଷ ଟଙ୍କାର ରିହାତି

ସରକାରୀ ଅଫିସ୍ ବିଦ୍ୟୁତ୍ ଚାଳିତ ଯାନ କିଣିଲେ ଅଧିକ ରିହାତି ମିଳିବ । କମ୍ପାନି ମଧ୍ୟ ବିଦ୍ୟୁତ ଚାଳିତ ଯାନ କିଣିଲେ ଅଧିକ ରିହାତି ମିଳିବ ।

ଖୁବଶୀଘ୍ର ଏ ନେଇ ଘୋଷଣା କରିପାରନ୍ତି ସରକାର । ରୋଡ୍ ଟ୍ୟାକ୍ସ ଓ ପଞ୍ଜିକରଣ ଛାଡ କରିପାରନ୍ତି ସରକାର । ବିଦ୍ୟୁତ୍ ଚାଳିତ ଯାନ ନିର୍ମାଣକୁ ପ୍ରୋତ୍ସାହିତ କରାଯିବ ।

Leave A Reply

Your email address will not be published.