ବିଜୟା ଦଶମୀ: ବିଜୟାଭିଷେକର ପରମ୍ପରା

0

  • TATKAL ODISHA //CULTURE //

+++++++++++++++++++++++++++++++++++

ନବମୀର ପରବର୍ତ୍ତୀ ଦିନ ବିଜୟଉତ୍ସବ ବା ବିଜୟାଦଶମୀ ପାଳିତ ହୁଏ,ତାହା ଦେବତାଙ୍କ ଦ୍ୱାରା ମା’ ଦୁର୍ଗାଙ୍କ ଯୁଦ୍ଧ ପରବର୍ତ୍ତୀ ବିଜୟାଭିଷେକର ପରମ୍ପରାକୁ ସୂଚାଏ…

+++++++++++++++++++++++++++++++++++++

 ଆଶ୍ୱିନ ମାସରେ ପାଳନ ହୁଏ ଦୁର୍ଗା ଉତ୍ସବ। ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ ।


    ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ  ବ୍ରହ୍ମା ଶରଣାପନ୍ନହେଲେ I ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ୱାରା ଦୁର୍ଗାଙ୍କୁ ଆବାହନ କଲେ ଏବଂ ଦେବୀ ଦୁର୍ଗା ପ୍ରକଟୀତା ହେଲେ।


ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରି ତାକୁ ନିହତ କଲେ ।ଦେବତାମାନେ  ମା’ ଦୁର୍ଗାଙ୍କ ଯୁଦ୍ଧ ପରବର୍ତ୍ତୀ ବିଜୟ ଉତ୍ସବ ପାଳନ କରିଥିଲେ I ସେହିଯୁଗରୁ ବିଜୟାଭିଷେକର ପରମ୍ପରା ପାଳିତ ହେଉଛି I(ସଂଗୃହିତ )

Leave A Reply

Your email address will not be published.