ବିଜେପିର ଖୋଲା ନିୟମ ଉଲ୍ଲଘଂନ, ବିଜେଡିର ଫେରାଦ

0
  • ଲେନୀନ କହିଲେ, ବାରମ୍ବାର ଏଭଳି କରୁଛି ଦଳ

  • ଭୁବନେଶ୍ୱର//TATKAL ODISHA//

ରାଜ୍ୟ ନିର୍ବାଚନ କମିଶନଙ୍କ ନିୟମକୁ ଫୁ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ନାମାନଙ୍କନ ଦାଖଲ ପାଇଁ ହୋଇଥିବା ନିୟମକୁ ବାଏ ବାଏ ଉଡାଇ ଦେଲା ଭୁବନେଶ୍ୱର ବିଜେପି।

ଗୁରୁବାର ଭୁବନେଶ୍ୱର 30 ନମ୍ବର ଯୋନ ପ୍ରାର୍ଥୀଙ୍କ ନାମାନଙ୍କନ ଦାଖଲ ସମୟରେ ଖୋଳାଖୋଲି ନିର୍ବାଚନ କମିଶନଙ୍କ ନିୟମ ଉଲଂଘନ ହୋଇଥିବା ଦେଖିବାକୁ ମିଳିଛି, ଯେଉଁଠାରେ କେବଳ 5 ଜଣ ଲୋକଙ୍କୁ ନେଇ ନାମାଙ୍କନ ଦାଖଲ ହେବାର ନିୟମ କରାଯାଇଛି, ତାହାର ବ୍ୟତିକ୍ରମ କଲା ବିଜେପି। 70ରୁ 80 ସମର୍ଥକଙ୍କ ସହ ନାମାନଙ୍କନ ଦାଖଲ କରିବାକୁ ବିରାଟ ପଟୁଆରରେ ବାହାରିଲେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ସସ୍ମିତା ପତି।

କର୍ମୀମାନେ ଏପରି ଲଗାଲାଗି ହୋଇ ଚାଲୁଥିଲେ, ସତେ ଯେପରି ସାମାଜିକ ଦୂରତା ନିୟମ ଉଠାଇ ଯାଇଛି।

ପାନ୍ଥନିବାସରୁ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏ ଚାଲିଥିବା ଏହି ନିୟମ ଉଲଂଘନ ରାଲିକୁ ସ୍ଥାନୀୟ ଲୋକେ ଦେଖି ଭୟାବିତ ହେଉଥିଲା। କାରଣ ରାଲି ତ ସରିଯିବ, ହେଲେ ସଂକ୍ରମଣର ଭୂତାଣୁକୁ ବିଜେପି କର୍ମୀ ବାୟୁମଣ୍ଡଳରେ ଛାଡ଼ି ପଳେଇବେ। ଯାହା ବିପଦ ଆହୁରି ଟାଣିବ।

ଏପରି ନିୟମ ଉଲଂଘନ ନେଇ ତାଗିଦ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ତେବେ ବିଜେପିର ଏହି ଖାମଖିଆଲ ମନୋଭାବକୁ ନେଇ କମିଶନଙ୍କ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରାଯାଇଛି।

ବିଜେଡି ପକ୍ଷରୁ ଲେନୀନ ମହାନ୍ତିଙ୍କ ସମେତ ସୁଲତା ଦେଓ,ଏଲିନା ଦାସ ପ୍ରମୁଖ ସ୍ମାରକ ପତ୍ର

Leave A Reply

Your email address will not be published.