ବିଜେଡିରେ ଯୋଗ ଦେବେ, ରାଜ୍ୟସଭା ଟିକେଟ ପାଇବେ?

0
  • ନବରଙ୍ଗପୁର, ଭୁବନେଶ୍ୱର//TATKAL ODHISHA//

କଂଗ୍ରେସକୁ ବାଏ ବାଏ କରିଥିବା ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଖୁବଶୀଘ୍ର ବିଜେଡିରେ ଯୋଗଦେବେ I ନବରଙ୍ଗପୁର ଜିଲ୍ଲାର ପ୍ରାୟ ୧,୦୦୦ ସମର୍ଥକଙ୍କ ସହ ଆସନ୍ତା ଅକ୍ଟୋବର ୨୮ କିମ୍ବା ୨୯ର ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଯୋଗ ଦେବାର ସମ୍ଭାବନା ରହିଛି।

   ରବିବାର ନବରଙ୍ଗପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ ବିଜେଡିରେ ଯୋଗ ଦେବେ ବୋଲି ଅନୁଷ୍ଠାନିକ ଘୋଷଣା କରିଛନ୍ତି I ସେ କହିଛନ୍ତି ଯେ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥିର ଶାସନ ମୋତେ ସେଇ ଦଳ ପ୍ରତି ଆକର୍ଷିତ କରିଛି I କଂଗ୍ରେସରେ ଆଉ କାମ କରି ହେବ ନାହିଁ I ସ୍ଥିତି ବିଗିଡ଼ିଛି I ତେଣୁ ନବୀନ ବାବୁଙ୍କ ମାର୍ଗ ଦର୍ଶନରେ ମୁଁ ମୋ ନବରଙ୍ଗପୁର ଓ ରାଜ୍ୟ ପାଇଁ କାର୍ଯ୍ୟ କରିବାକୁ ଚାହୁଁଛି I ଖୁବଶୀଘ୍ର ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେବି I

   ତେବେ ବିଜେଡି ନେତୃବୃନ୍ଦ ପ୍ରଦୀପ ମାଝୀଙ୍କୁ ରାଜ୍ୟସଭା ପଠାଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି I ଶ୍ରୀ ମାଝୀ ବି ସେହି ପ୍ରସଙ୍ଗ ଉଠାଇ ଦଳରେ ଯୋଗ ଦେଇଥିବା କୁହାଯାଉଛି I ମାତ୍ର ବିଜେଡି ପକ୍ଷରୁ ଅନୁଷ୍ଠାନିକ କିଛି ଘୋଷଣା ହୋଇ ନାହିଁ I

ଦେଖନ୍ତୁ TATKAL ODHISHA ପୂର୍ଵ ରିପୋର୍ଟ…

ଶେଷରେ ପ୍ରଦୀପ ମାଝୀ ଦେଲେ ଇସ୍ତଫା

ଶେଷରେ ପ୍ରଦୀପ ମାଝୀ ଦେଲେ ଇସ୍ତଫା

Leave A Reply

Your email address will not be published.