କାହିଁକି ଓଡ଼ିଶା ଭିନ୍ନ?-1: ‘ଅଲଗା ନାମ, ସମାନ ଆକର୍ଷଣ’
- ଡ. ମନୋଜ କୁମାର ମିଶ୍ର
- TATKAL ODISHA//ଐତିହ୍ୟ ଖୋଜ//
**************************************************
ବିଚିତ୍ର ଓଡ଼ିଶା I କ’ଣ ନାହିଁ ଏଠି?
ଓଡ଼ିଶା 17.780N ଏବଂ 22.730N ଅକ୍ଷାଂଶ ମଧ୍ୟରେ ଏବଂ ଦ୍ରାଘିମା 81.37E ରୁ 87.53E ମଧ୍ୟରେ ଅବସ୍ଥିତ | ରାଜ୍ୟର କ୍ଷେତ୍ର 155,707 କିଲୋମିଟର ପରିବ୍ୟାପ୍ତ , ଯାହାକି ଭାରତର ମୋଟ କ୍ଷେତ୍ରର 4.87% ଏବଂ ଏହାର ଉପକୂଳବର୍ତ୍ତୀ ତଟରେଖା 480 କିଲୋମିଟର |ଓଡ଼ିଶାକୁ ଅନନ୍ୟ ଏବଂ ଭିନ୍ନ ଅଭିହିତ କରିବା ପାଇଁ ସମ୍ଭାବ୍ୟ କାରଣ ଗୁଡ଼ିକ ଏକାଧିକ।
ବିସ୍ତିର୍ଣ୍ଣ ବେଳାଭୂମି ଅଛି I ଶହ ଶହ ସଂଖ୍ୟାରେ କମକୋଟି ସଜ୍ଜିତ କୀର୍ତ୍ତିରାଜି ଅଛି I ଖ୍ରୀଷ୍ଟପୂର୍ବ 261ରେ ଅଶୋକଙ୍କ ଶିଳାଲେଖ ତାର ଜ୍ଵଳନ୍ତ ଉଦାହରଣ I ରାଜ୍ୟରେ ସବୁଠାରୁ ବେଶୀ ପଜାତିର ଜନଜାତି ବି ଏଠି ବାସ କରନ୍ତି I
କିନ୍ତୁ ନାଁ ସମାନ, ଆକର୍ଷଣ – ଏମିତି ବହୁ କ୍ଷେତ୍ର ରହିଛି ତାହା ଆପଣଙ୍କୁ ଆଚାର୍ଯ୍ୟ ଚକିତ କରିବ ନିଶ୍ଚୟ I
ଆସନ୍ତୁ ସେମିତି କିଛି ସ୍ପଟ ବିଷୟରେ ବର୍ଣ୍ଣନା କରିବା…
ଡ଼ ମନୋଜ କୁମାର ମିଶ୍ରଙ୍କ ଆଲେଖ୍ୟ….
++++++++++++++++++++++++++++++++++++++++
ଚୌଷଠୀ ଯୋଗିନୀ
- କ) ଭୁବନେଶ୍ୱର ନିକଟବର୍ତ୍ତୀ ହୀରାପୁର
- ଖ) ଟିଟିଲାଗଡ ନିକଟବର୍ତ୍ତୀ ରାଣୀପୁର ଝରିଆଲ
ଅଶୋକଙ୍କ ଶିଳାଲେଖ
- କ) ଭୁବନେଶ୍ଵର ନିକଟବର୍ତ୍ତୀ ଧଉଳି
- ଖ) ବ୍ରହ୍ମପୁର ନିକଟବର୍ତ୍ତୀ ଜଉଗଡ
ଉଷ୍ମ ପ୍ରସବଣ ଗୁଚ୍ଛ
- କ) ଦେଉଳଝରି
- ଖ)ନୟାଗଡ଼ ଜିଲ୍ଲାର ଭାପୁର ନିକଟବର୍ତ୍ତୀ ତରାବାଲୋ
ଏକକ ଉଷ୍ମ ପ୍ରସବଣ
- କ) ଖୋର୍ଦ୍ଧା ନିକଟବର୍ତ୍ତୀ ଅଟ୍ରି
- ଖ) ଦିଗପହଣ୍ଡି ନିକଟବର୍ତ୍ତୀ ତପ୍ତପାଣି
ରଥଯାତ୍ରା
- କ) ପୁରୀ ରେ ଅନୁଷ୍ଠିତ ହେଉଥିବା ଜଗନ୍ନାଥ ରଥ ଯାତ୍ରା( ଜୁନ୍- ଜୁଲାଇ)
- ଖ) ଭୁନେଶ୍ଵରଠାରେ ଅନୁଷ୍ଠିତ ହେଉଥିବା ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା (ମାର୍ଚ୍ଚ – ଏପ୍ରିଲ୍)
- ଯାଜପୁରର ବିରଜା ଠାକୁରାଣୀଙ୍କ ଆଉ ଏକ ରଥଯାତ୍ରା ଦଶହରା ସମୟରେ ଅନୁଷ୍ଠିତ ହୁଏ।
ଢଳି ରହିଥିବା ଆଶ୍ଚର୍ଯ୍ୟ
- କ) ସମ୍ବଲପୁର ନିକଟବର୍ତ୍ତୀ ହୁମା ଠାରେ ଥିବା ଢଳି ରହଥିବା ମନ୍ଦିର
- ଖ) ଫୁଲବାଣୀ ନିକଟବର୍ତ୍ତୀ ଚକାପାଦ ଠାରେ ଥିବା ଢଳି ରହିଥିବା ବୃକ୍ଷ ସମୂହ
(କ୍ରମଶଃ)