ବାସ୍ତୁବିଜ୍ଞାନ-22 : କେମିତି ହେବ ଶୟନ କକ୍ଷ?

0
  • ଇଂ ଅଜୟ କୁମାର ମହାପାତ୍ର, ବାସ୍ତୁବିତ
  • TATKAL ODISHA//ବାସ୍ତୁ ଗୃହ//

ଗୃହ ପାଇଁ ବାସ୍ତୁ ବିଜ୍ଞାନ କେତେ ଜରୁରୀ? କାହିଁକି ମାନିବା ଦରକାର?? କ୍ରମାଗତ ପ୍ଲଟ ସମ୍ବନ୍ଧିତ ସ୍ତମ୍ବ TATKAL ODISHAରେ ପ୍ରକାଶ ପାଇସାରିଛି I ଏବେ ଆମେ ନିଜର ଆବାସ ସ୍ଥଳରେ ଥିବା ଶୟନକକ୍ଷଟି କେମିତି ହେବା ଉଚିତ ଏବଂ ଗୃହ ମଧ୍ୟରେ ଆସବାବପତ୍ର କେଉଁ ସ୍ଥାନରେ ରଖାଯିବା ଦରକାର , ତାହା ଚୁମ୍ବକରେ ଦର୍ଶାଯାଇଛି I

  • ଇଂ ଅଜୟ କୁମାର ମହାପାତ୍ର କ’ଣ କହୁଛନ୍ତି ଆସନ୍ତୁ ଦେଖିବା…

***********************************

  • ଆବାସ ସ୍ଥଳ (Residential Building) :

+++++++++++++++++++++++++++

୧. ଶୟନକକ୍ଷ (Bed Room) :

  • (କ) ପ୍ଲଟର ଦକ୍ଷିଣ-ପଶ୍ଚିମରେ ଗୃହସ୍ବାମୀଙ୍କ ଶୟନକକ୍ଷ (Master bed) ରହିବା ଉତ୍ତମ I
  • (ଖ) ଉତ୍ତର ପଶ୍ଚିମ ପାର୍ଶ୍ବରେ ଅତିଥିମାନଙ୍କ ପାଇଁ ଶୟନକକ୍ଷ ହେବା ଉଚିତ ।
  • (ଗ) ପଶ୍ଚିମ ଦିଗରେ ପିଲାମାନଙ୍କର ଶୟନକକ୍ଷ ଶୁଭପ୍ରଦ I
  • (ଘ) ପୂର୍ବ, ପଶ୍ଚିମ ଓ ଉତ୍ତର ଦିଗରେ କବାଟ ସଜ୍ଜୀକରଣ ଗୃହ ପକ୍ଷେ ଉପଯୋଗୀ I

  • (ଙ) କକ୍ଷ ସଂଲଗ୍ନ ସ୍ନାନାଗାର, ଶୌଚାଗାର ଉତ୍ତର କିମ୍ବା ପଶ୍ଚିମରେ ରଖିବା ଦରକାର I ଏଥିପ୍ରତି ଗୃହକର୍ତ୍ତା ଧ୍ୟାନ ଦେବା ଉଚିତ ।
  • (ବି) ପଢ଼ା ଟେବୁଲ (Study Table) ପଶ୍ଚିମ ଦିଗରେ, ଟ୍ରେଜେରୀ, ଆଲମିରା ଦକ୍ଷିଣ ଦିଗରେ ଓ ଲୁଗାପଟା ରଖିବା ଆଲମିରା ଉତ୍ତର-ପଶ୍ଚିମ କିମ୍ବା ଦକ୍ଷିଣ ପଶ୍ଚିମ ଦିଗରେ ରଖିବା ଶୁଭଙ୍କର ।
  • (ଛ) ଖଟକୁ ଏମିତି ପକାଇବା ଉଚିତ ଯେମିତି ମୁଣ୍ଡ ଉତ୍ତରକୁ ନ ରହେ ।
  • (ଜ) ତାଜା ଦକ୍ଷିଣ କିମ୍ବା ପଶ୍ଚିମ କାନ୍ଥରେ, ସେଲ୍‌ ବା କାନ୍ଥଆଲମିରା ଦକ୍ଷିଣ ପଶ୍ଚିମ କୋଣ ସଂଲଗ୍ନ କରି ରଖିବା ଉଚିତ ।

  • (ଝ) ଡ୍ରେସିଙ୍ଗ ଟେବୁଲ ଉତ୍ତର ଦିଗର ପୂର୍ବପଟକୁ ରହିବ ।
  • (ଞ) ଟି.ଭି., ହିଟର, ମ୍ୟୁଜିକ୍ ସେଟ୍ ଆଦି ଆଗ୍ନେୟ କୋଣରେ ରଖାଯିବ ।
  • (ଟ) ଟେଲିଫୋନ୍ ଦକ୍ଷିଣ ପୂର୍ବ, ପୂର୍ବ କିମ୍ବା ଉତ୍ତର ଦିଗରେ ରଖିବା ଭଲ ।
  • (୦) ଘରର ରଙ୍ଗ ଧୂସର, ଘନନୀଳ, ଘନ ସବୁଜ, ଫିକା ଗୋଲାପୀ କିମ୍ବା ଚକୋଲେଟ୍‌ ଆଦି କରିବା ଉଚିତ ।

ଏସବୁ ଦିଗ ପ୍ରତି ଧ୍ୟାନ ଦେଲେ ଗୃହରେ ଶାନ୍ତି ବଜାୟ ସହ ଲଷ୍ମୀ ବିରାଜମାନ କରିବେ I ଏହା ବିଜ୍ଞାନ ସମ୍ମତ I

  • ଅଜୟ ମହାପାତ୍ର, ଭୁବନେଶ୍ୱର

Leave A Reply

Your email address will not be published.